ଅନ୍ୟର ସ୍ତ୍ରୀକୁ ଚୋରି କରି କରାଯାଏ ବିବାହ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଭାରତୀୟ ପରମ୍ପରା ଅନୁଯାୟୀ ପର ସ୍ତ୍ରୀ ସହ ସମ୍ପର୍କ ରଖିବା ବା ତାକୁ ଚୋରି କରିବା ଉଭୟ ଆଇନଗତ ଓ ପରମ୍ପରା ଅନୁଯାୟୀ ଅପରାଧ ହୋଇଥାଏ । ହେଲେ ଏମିତି ଏକ ସ୍ଥାନ ରହିଛି, ଯେଉଁଠାରେ ଲୋକମାନେ ପରସ୍ପରର ସ୍ତ୍ରୀକୁ ଚୋରି କରି ବିବାହ କରିବାର ପ୍ରଥା ରହିଛି । କଥାଟା ବିଶ୍ୱାସ ହେଉନଥିଲେ ବି ସତ । ପଶ୍ଚିମ ଆଫ୍ରିକାର ଭୋଦାବେ ଜନଜାତିର ଲୋକମାନଙ୍କ ମଧ୍ୟରେ ଏହି ଅନନ୍ୟ ପରମ୍ପରା ପ୍ରଚଳିତ ହୋଇ ଆସୁଛି । ଏହି ଜନଜାତିର ଲୋକମାନେ ପରସ୍ପରର ପତ୍ନୀଙ୍କୁ ଚୋରି କରି ବିବାହ କରିଥାନ୍ତି। ଏହି ପ୍ରକାର ବିବାହ ଭୋଦାବେ ଜନଜାତି ଲୋକଙ୍କ ପରିଚୟ ବୋଲି କୁହାଯାଏ।


ଏହି ପ୍ରଥା ଅନୁଯାୟୀ, ଏଠାରେ ପ୍ରଥମ ବିବାହ ଘରଲୋକଙ୍କ ଇଚ୍ଛାରେ ହୋଇଥାଏ, କିନ୍ତୁ ଦ୍ୱିତୀୟ ବିବାହ ପାଇଁ ପୁରୁଷମାନଙ୍କୁ ଅନ୍ୟର ପତ୍ନୀଙ୍କୁ ଚୋରି କରିବାକୁ ପଡ଼ିଥାଏ । ପ୍ରତିବର୍ଷ ଏଠାରେ ଗେରେଭୋଲ ନାମରେ ଏକ ଉତ୍ସବ ଆୟୋଜିତ ହୋଇଥାଏ । ଏହି ଉତ୍ସବ ସମୟରେ ପୁଅମାନେ ମୁହଁରେ ରଙ୍ଗ ଲଗାଇ ବିବାହିତା ମହିଳାଙ୍କୁ ପ୍ରେମାଳପ କରିଥାନ୍ତି । ଏହା କରିବା ବେଳେ ଲକ୍ଷ୍ୟ ରଖାଯାଇଥାଏ ଯେ ଯେପରି ମହିଳାଙ୍କ ସ୍ୱାମୀ ଏସବୁ ଦେଖୁ ନାହାନ୍ତି ଏବଂ ସେ ଏ ବିଷୟରେ କୌଣସି ସୂଚନା ପାଇ ନାହାନ୍ତି।


ମହିଳା ରାଜି ହେବା ପରେ ପୁରୁଷମାନେ ପୂର୍ବରୁ ବିବାହିତ ମହିଳାଙ୍କ ସହିତ ପଳାୟନ କରନ୍ତି । ପରେ ଦୁହେଁଙ୍କ ବିବାହ ସମ୍ପ୍ରଦାୟ ଲୋକଙ୍କ ଦ୍ୱାରା କରାଯାଇଥାଏ। ଏହି ସମ୍ପ୍ରଦାୟର ଲୋକମାନେ ଏହି ପ୍ରକାର ବିବାହକୁ ପ୍ରେମ ବିବାହ ଭାବରେ ଗ୍ରହଣ କରନ୍ତି । ତେବେ ବର୍ଷ ବର୍ଷ ଧରି ଏହି ପରମ୍ପରା ସେଠାରେ ଚାଲି ଆସୁଥିବା ବେଳେ ସେଥିପାଇଁ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ବ୍ୟବସ୍ଥା ନାହିଁ । ଯେଉଁ ପୁରୁଷଙ୍କ ପତ୍ନୀ ଅନ୍ୟ ପୁରୁଷଙ୍କ ସହ ପଳାଇଥାଏ ସେମାନେ ମଧ୍ୟ ଏହି ଭଳି ନଚେତ୍ ଘର ଲୋକଙ୍କ ଇଚ୍ଛାରେ ବିବାହ କରିଥାନ୍ତି।

Leave a Reply

Your email address will not be published. Required fields are marked *