ବରକୁ ଭୁଲ କନ୍ୟା ଠିକଣାରେ ପହଞ୍ଚେଇଲା ଗୁଗୁଲ୍ ମ୍ୟାପ୍, ବାହାଘର କିଛି କ୍ଷଣ ପୂର୍ବରୁ ଜଣାପଡ଼ିଲା ସତ

ବରକୁ ଭୁଲ କନ୍ୟା ଠିକଣାରେ ପହଞ୍ଚେଇଲା ଗୁଗୁଲ୍ ମ୍ୟାପ୍, ବାହାଘର କିଛି କ୍ଷଣ ପୂର୍ବରୁ ଜଣାପଡ଼ିଲା ସତ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଆଜିକା ଦିନରେ ଗୁଗଲ୍ ବାବା ସବୁ କିଛି ହୋଇଛନ୍ତି । ପିଲାଙ୍କ ନାମକରଣରୁ ଆରମ୍ଭ କରି କୌଣସି ଦେଶବିଦେଶ ବୁଲି ଯିବା ପାଇଁ ରାସ୍ତା ଦେଖାଉଛି ଗୁଗଲ୍ ମ୍ୟାପ୍ । କୌଣସି ସ୍ଥାନକୁ ଯିବା ପାଇଁ ରାସ୍ତା ମନେ ରଖିବାର ସମସ୍ୟା ଏବେ ନାହିଁ କି କୌଣସି ଜାଣିଥିବା ଲୋକଙ୍କୁ ସାଙ୍ଗରେ ନେଇକି ଯିବାର ଆବଶ୍ୟକ ପଡୁନି । କାରଣ ଏବେ ସମସ୍ତଙ୍କ ପାଖରେ ସ୍ମାର୍ଟ ଫୋନ୍ ଏବଂ ସେଥିରେ ଡିଜିଟାଲ୍ ଡିଭାଇସ୍ ଗୁଗଲ୍ ମ୍ୟାପ୍ସ (Google Maps) ରହିଛି। ଆମକୁ କେବଳ ସେଥିରେ ଠିକଣା ଇନପୁଟ୍ କରିବାକୁ ପଡିଥାଏ ଏବଂ ଅନ୍ୟ ସବୁ କାମ ଏହି ଆପ୍ କରିଦିଏ। ତେବେ ସବୁବେଳେ ଗୁଗଲ୍ ମ୍ୟାପ୍ ଉପରେ ଭରସା କରୁଥିବା ଲୋକ ବେଳେ ବେଳେ ବଡ଼ ବିପଦରେ ପଡନ୍ତି । ଗୁଗଲ୍ ମ୍ୟାପ୍ ଅନେକ ସମସ୍ୟାରେ ଭୁଲ ଠିକଣାରେ ପହଞ୍ଚାଇ ଅନେକ ଅସୁବିଧାରେ ପକେଇ ଥାଏ । ବିଶେଷ କରି ସମାନ ନାମ ହେତୁ ଦ୍ୱନ୍ଦ୍ୱ ପରିସ୍ଥିତି ସୃଷ୍ଟି କରିଥାଏ ଗୁଗଲ୍ ମ୍ୟାପ୍ । ତେବେ ଗୁଗଲ୍ ମ୍ୟାପ୍ ପାଇଁ ଜଣେ ବର କିପରି ଅସୁବିଧାରେ ପଡିଛନ୍ତି, ତାହା ଏବେ ଇଣ୍ଟରନେଟରେ ବେଶ ଚହଳ ସୃଷ୍ଟି କରିଛି। ଇଣ୍ଡୋନେସିଆରୁ ଏପରି ଏକ ମାମଲା ସମ୍ନାକୁ ଆସିଛି। ଏଠାରେ ଗୁଗଲ୍ ମ୍ୟାପ୍ କାରଣରୁ ବର ନିଜ ବାହାଘର ମଣ୍ଡପ ବଦଳରେ ଅନ୍ୟ ଜଣକ ବାହାଘରରେ ପହଞ୍ଚି ଯାଇଥିଲା।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଗୋଟିଏ ଗାଁରେ ବିବାହ ଏବଂ ନିର୍ବନ୍ଧ କାର୍ଯ୍ୟକ୍ରମ ଚାଲିଥିଲା । ବରକୁ ସେଣ୍ଟ୍ରାଲ ଜାଭାର ପାକିସ୍ତାନ ଜିଲ୍ଲାରେ ଅବସ୍ଥିତ ଲୋସାରୀ ହେମଲେଟରେ ପହଞ୍ଚିବାକୁ ଥିଲା । ତେବେ ଏହି ଠିକଣାରେ ପହଞ୍ଚିବା ପାଇଁ ବରଯାତ୍ରୀ ଗୁଗଲ୍ ମ୍ୟାପ୍ ବ୍ୟବହାର କରିଥିଲେ । ହେଲେ ଘଟଣା ଏପରି ଥିଲା ଯେ ବରଯାତ୍ରୀ ସ୍ଥିର ଠିକଣା ପରିବର୍ତ୍ତେ ଜଙ୍ଗୋଲ ହେମଲେଟରେ ପହଞ୍ଚିଥିଲା । ଯାହାକୁ ସେମାନଙ୍କ ପାଇଁ ଭୁଲ ଠିକଣା ଥିଲା। ଏହି ସ୍ଥାନ ଲୋସାରୀ ହେମଲେଟ୍ ଠାରୁ ମଧ୍ୟ କମ୍ ଦୂରରେ ଥିଲା। କେବଳ ସେତିକି ନୁହେଁ, ରାସ୍ତାରେ ବରଯାତ୍ରୀଙ୍କୁ ମଧ୍ୟ ଧୁମଧାମରେ ସ୍ବାଗତ କରାଯାଇଥିଲା। ପରିବାର ମଧ୍ୟରେ ଚାଲିଥିବା ବାର୍ତ୍ତାଳାପରେ ହଠାତ୍ ଝିଅର ପରିବାର ଏହା ସମ୍ପୂର୍ଣ୍ଣ ଭୁଲ୍ ବୋଲି ଅନୁମାନ କରି ପାରିଥିଲେ ।
ରିପୋର୍ଟ ଅନୁଯାୟୀ ମେକଅପରେ ବ୍ୟସ୍ତ ଥିବା ବର ସେ ପର୍ଯ୍ୟନ୍ତ ଆଦୌ ଜାଣି ନଥିଲେ ଯେ ସେ ଭୁଲ ଠିକଣାରେ ପହଞ୍ଚିଛନ୍ତି ବୋଲି। ଏଥି ସହିତ ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି । ଯେଉଁଥିରେ ଦେଖିବାକୁ ମିଳିଛି ଯେ, ପରିବାର ସଦସ୍ୟମାନେ ଅଜବ ପରିସ୍ଥିତିରେ ଉପହାର ନେଇ ଫେରି ଯାଉଛନ୍ତି । ତେବେ ନିଜ ଭୁଲ ବିଷୟରେ ଜାଣିବା ପରେ ବରଯାତ୍ରୀ ସେଇ ଝିଅର ପରିବାରକୁ କ୍ଷମା ମାଗି ସେମାନଙ୍କ ସହାୟତାରେ ସଠିକ୍ ଠିକଣାରେ ପହଞ୍ଚିଥିଲେ। ତେବେ ଯେତେବେଳେ ଏହି କାହାଣୀ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ଅନେକ ଲୋକ ପ୍ରଶ୍ନ ଉଠାଇବା ସହ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ସେମାନେ ପ୍ରଶ୍ନ କରିଛନ୍ତି ଯେ, ବର କିପରି ନିଜେ ବି ଜାଣି ନଥିଲେ ଯେ ସେ ଭୁଲ ଘରେ ପହଞ୍ଚି ବୋଲି। ତେବେ ବେଳ ଥାଉ ଥାଉ ଏହି ସମସ୍ୟାର ସମାଧାନ ହୋଇଥିବାରୁ ଅନେକ ଲୋକ ଖୁସି ବ୍ୟକ୍ତ କରିଛନ୍ତି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: