କଳିଯୁଗ କୁମ୍ଭକର୍ଣ୍ଣ, ବର୍ଷରେ ଶୁଅନ୍ତି ୩୦୦ ଦିନରୁ ଅଧିକ

କଳିଯୁଗ କୁମ୍ଭକର୍ଣ୍ଣ, ବର୍ଷରେ ଶୁଅନ୍ତି ୩୦୦ ଦିନରୁ ଅଧିକ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଶୋଇବାକୁ ସମସ୍ତଙ୍କୁ ଭଲ ଲାଗେ। କାରଣ ଶୋଇବା ଦ୍ବାରା ଆମ ଥକା ମେଣ୍ଟିଥାଏ। ହେଲେ ଭାବିଲେ ଯଦି ଜଣେ ଲୋକ ମାସରେ ୨୦ ରୁ ୨୫ ଦିନ ଶୋଇ ରହିବ। ଆଶ୍ଚର୍ଯ୍ୟ ଲଗୁଛି ନା? ରାଜସ୍ଥାନର ନାଗୋର ଜିଲ୍ଲାରୁ ଏମିତି ଏକ ଅଭୁତ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ବର୍ଷରେ ୩୦୦ ଦିନ ଶୋଇରୁହନ୍ତି। ଏହି ବ୍ୟକ୍ତି ଥରେ ଶୋଇବା ପରେ ତାଙ୍କୁ ଉଠେଇବା କଷ୍ଟକର ହୋଇଯାଏ। ତାଙ୍କ ଶୋଇବା ସମୟରେ ପରିବାର ସଦସ୍ୟ ତାଙ୍କୁ ଖାଇବାକୁ ଦିଅନ୍ତି ଓ ଅନ୍ୟାନ୍ୟ କାମ କରାଇ ଦିଅନ୍ତି। ନିଦ ପାଇଁ ଏବେ ବ୍ୟକ୍ତିଙ୍କୁ ତାଙ୍କ ଆଖପାଖ ଅଞ୍ଚଳର ଲୋକମାନେ ‘କୁମ୍ଭକର୍ଣ୍ଣ’ ବୋଲି ଡାକୁଛନ୍ତି।
ଏହି ଘଟଣାଟି ନାଗୋର ଜିଲ୍ଲାର ଭଦୱା ଗାଁର ଅଟେ, ଏଠାରେ ରହୁଥିବା ୪୨ ବର୍ଷୀୟ ପୁରଖରାମ ଏକ ବିରଳ ରୋଗରେ ପୀଡିତ ଅଛନ୍ତି। ଏହି ରୋଗ ହେତୁ ଥରେ ସେ ଏମିତି ଶୋଇଲେ ଯେ ଅନେକ ଦିନ ପର୍ଯ୍ୟନ୍ତ ଉଠି ପାରିଲେ ନାହିଁ। ପରିବାର ସଦସ୍ୟ ତାଙ୍କୁ ଉଠେଇବା ପାଇଁ ପ୍ରତିଥର ନାହିଁ ନଥିବା ପରିଶ୍ରମ କରନ୍ତି।
ତାଙ୍କ ପରିବାର ଲୋକଙ୍କ କହିବା ଅନୁଯାୟୀ ସେ ଥରେ ଶୋଇଲେ ୨୦ରୁ ୨୫ ଦିନ ପର୍ଯ୍ୟନ୍ତ ଉଠନ୍ତି ନାହିଁ। ତାଙ୍କର ଏହି ରୋଗ ୨୩ ବର୍ଷ ପୂର୍ବରୁ ଆରମ୍ଭ ହୋଇଥିଲା। ପ୍ରାରମ୍ଭିକ ପର୍ଯ୍ୟାୟରେ ପୁରଖରାମ ୫ ରୁ ୭ ଦିନ ଶୋଉଥିଲେ। ଯେତେ ଯାହା କଲେବି ସେ ଉଠୁ ନଥିଲେ ଏହାପରେ ତାଙ୍କୁ ଡାକ୍ତରଙ୍କ ନିକଟକୁ ନିଆଯାଇଥିଲା କିନ୍ତୁ ରୋଗଟି କଣ ଜଣା ପଡ଼ି ନଥିଲା। ଧୀରେ ଧୀରେ ପୁରଖରାମଙ୍କ ଶୋଇବା ସମୟ ବୃଦ୍ଧି ପାଇବାକୁ ଲାଗିଲା। ବର୍ତ୍ତମାନ ପୁରଖାରାମ ୨୫ ଦିନ ଶୋଇଯାଉଛନ୍ତି। ଡାକ୍ତରମାନେ ଏହାକୁ ଏକ ବିରଳ ରୋଗ ବୋଲି କହିଛନ୍ତି। ତେବେ ତାଙ୍କର ଏହି ବିରଳ ରୋଗ ପାଇଁ ପରିବାର ଲୋକ ହନ୍ତସନ୍ତ ହେଉଛନ୍ତି। ଗାଁରେ ଗୋଟିଏ ଦୋକାନ ଥିବା ବେଳେ ତାହା ଅଧିକାଂଶ ସମୟ ବନ୍ଦ ରହୁଛି। ଚାଷବାସ କାର୍ଯ୍ଯ ମଧ୍ୟ ଠପ ହେଉଛି।
ପୁରଖରାମ କହିଛନ୍ତି ଯେ ଶୋଇବା ସମୟରେ ସେ ନିଜେ ଜାଗ୍ରତ ହେବାକୁ ଚାହାଁନ୍ତି କିନ୍ତୁ ତାଙ୍କ ଶରୀର ସମର୍ଥ ହୁଏ ନାହିଁ। ୨୦୧୫ ମସିହା ପରଠାରୁ ସେ ଏହି ରୋଗ ଦ୍ଵାରା ଅଧିକ ଅସୁବିଧାର ସମ୍ମୁଖିନ ହେଉଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: