ମହାଲିଙ୍ଗର ମାଟିତଳୁ ମହିଳାଙ୍କ ଦରପୋଡ଼ା ମୃତଦେହ ଉଦ୍ଧାର; ଡିଏନ୍ଏ ଟେଷ୍ଟ କରିବ ବଲାଙ୍ଗିର ପୋଲିସ

ମହାଲିଙ୍ଗର ମାଟିତଳୁ ମହିଳାଙ୍କ ଦରପୋଡ଼ା ମୃତଦେହ ଉଦ୍ଧାର; ଡିଏନ୍ଏ ଟେଷ୍ଟ କରିବ ବଲାଙ୍ଗିର ପୋଲିସ

ପ୍ରିଜମ ନ୍ୟୁଜ ବ୍ୟୁରୋ: ବହୁ ଚର୍ଚ୍ଚିତ କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ଶିକ୍ଷୟିତ୍ରୀ ନିଖୋଜ ଘଟଣାରେ ନୂଆ ମୋଡ ମହାଲିଙ୍ଗ ଷ୍ଟାଡିୟମରୁ ଆଜି ଜଣେ ମହିଳାଙ୍କ ଦରପୋଡ଼ା ମୃତଦେହ ହୋଇଛି । ଏହି ଶବ ସଂପୃକ୍ତ ନିଖୋଜ ଶୀକ୍ଷୟିତ୍ରୀ ମମିତାଙ୍କ ବୋଲି ସନ୍ଦେହ କରି ଆଜି ପୋଲିସ୍ ଷ୍ଟାଡିୟମ୍ରେ ଖୋଳାଖୋଲି ଅାରମ୍ଭ କରିଛି ବଡ଼ କଥା ହେଉଛି ପୋଲିସ ଯହା ଆଶଙ୍କା କରୁଥିଲା ତାହା ହିଁ ସତ ସାବ୍ୟସ୍ତ ହେବାକୁ ଯାଉଛି ମାଟି ଖୋଲିବା ପରେ ଏହି ମୃତଦେହକୁ ଉଦ୍ଧାର କରିଛି ପୋଲିସ୍ । ମୃତଦେହ ନିକଟରୁ ସୁନା ଚେନ୍, ପାଉଁଜି ମିଳିଛି । ମୃତଦେହ ଓ ପାଖରୁ ମିଳିଥିବା ସାମଗ୍ରୀକୁ ଜବତ କରି ଏବେ ତଦନ୍ତ କରାଯାଉଛି । ମୃତଦେହର ଡିଏନ୍ଏ ଟେଷ୍ଟ କରାଯିବ । ଏହାପରେ ହି ସ୍ପଷ୍ଟ ହେବ କି କାହାର ଏହା ମୃତଦେହ । ଆଜି ମୃତଦେହ ଉଦ୍ଧାର ବେଳେ ପାଖରେ ମମିତା ମେହେରଙ୍କ ପରିବାରଲୋକେ ଉପସ୍ଥିତ।


ସୂଚନା ଥାଉ କି ସାରା ରାଜ୍ୟରେ କଳାହାଣ୍ଡି ଜିଲ୍ଲା ମହାଲିଙ୍ଗରୁ ଏକ ଘରୋଇ ଇଂଲିଶ୍ ମିଡିୟମ୍ ସ୍କୁଲର ଜଣେ ଯୁବ ଶିକ୍ଷୟିତ୍ରୀଙ୍କ ରହସ୍ୟଜନକ ନିଖୋଜକୁ ନେଇ ହଇଚଇ ସୃଷ୍ଟି ହୋଇଛିା ଘଟଣାକୁ ଦଶ ଦିନ ବିତିଯାଇଥିଲେ ପୋଲିସ କୌଣସି ପ୍ରମାଣ ପାଇପାରିନଥିଲା ପରିବାର ଲୋକେ ଝିଅର ନିଖୋଜ ପାଇଁ ସ୍କୁଲ୍ ସଭାପତିଙ୍କୁ ସିଧାସଳଖ ଦାୟୀ କରି ଥାନାରେ ଏତଲା ବି ଦେଇଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ନିର୍ବାଚନ ମଣ୍ଡଳୀରେ ଘଟିଛି ଏହି ଘଟଣା ।ପୋଲିସ୍ ଏ ସଂପର୍କରେ ମୁହଁ ଖୋଲୁ ନଥିବା ବେଳେ ବିରୋଧୀ ନେତା କହିଛନ୍ତି ଶିକ୍ଷାନୁଷ୍ଠାନରେ ଚାଲିଥିବା ଯୌନ କେଳେଙ୍କାରୀର ଏହା ପରିଣାମ।

ଗଣମାଧ୍ୟମରେ ପ୍ରସାରିତ ଖବର ଅନୁସାରେ ମହାଲିଙ୍ଗ କଲେଜ ଓ ସନ୍ସାଇନ୍ ଇଂଲିଶ୍ ମିଡିୟମ ସ୍କୁଲ ସଭାପତି ଗୋବିନ୍ଦ ସାହୁଙ୍କୁ ଖୋଲା ଚାଲେଞ୍ଜ ଦେଇଥିଲେ ମମିତା । ଗୋବିନ୍ଦ ସାହୁ କୁଆଡ଼େ ଶିକ୍ଷାନୁଷ୍ଠାନର ଝିଅମାନଙ୍କ ସହ ରଖୁଛନ୍ତି ଅନୈତିକ ସମ୍ପର୍କ । ଆଉ ଏହି ଗୁମରର ଖୁଲାସା କରିବାକୁ ଧମକ ଦେଇଥିଲେ ମମିତା । ଏପରିକି ସୋସିଅାଲ୍ ମିଡ଼ଇାରେ ସହଯୋଗୀ ଶିକ୍ଷୟିତ୍ରୀଙ୍କ ସହ ମିଶି ଏକ ଫେକ୍ ଅାଇଡି ତିଆରି କରିଥିଲେ ମମିତା ।କିନ୍ତୁ ଯୋଜନା କାଯର୍ୟକାରୀ ହେବା ଅାଗରୁ ମମିତା ହୋଇଥିଲେ ନିଖୋଜ ତାପୂର୍ବରୁ ମମିତାଙ୍କୁ ସ୍କୁଲ ସଭାପତି ଗୋବିନ୍ଦ ସାହୁ ମିଟିଂ ବାହାନା କରି ଡକାଇଥିଲେ ବୋଲି କହିଛନ୍ତି ମମିତାଙ୍କ ସହଯୋଗୀ ଶିକ୍ଷୟିତ୍ରୀ।

ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଅଭିଯୁକ୍ତ ଗୋବିନ୍ଦ ସାହୁ ୪ ଦିନ ଧରି ହେପାଜତରେ ରହିବା ପରେ ଚଂପଟ୍ ମାରିଛି ପୋଲିସ ବାରାକ୍ରୁ । ଏହାକୁ ନେଇ ଅସନ୍ତୋଷ ଝାଡ଼ିବା ସହ ଶିକ୍ଷାନୁଷ୍ଠାନରେ ଗୋବିନ୍ଦ ଚଳାଇଥିବା ନା ନା କେଳେଙ୍କାରୀର ଗୁମର ଖୋଲିଛନ୍ତି ନିଖୋଜ ଶିକ୍ଷୟିତ୍ରୀଙ୍କ ବାପାା ଅଭିଯୋଗ କରିଛନ୍ତି ଶିକ୍ଷାନୁଷ୍ଠାନରେ ସେକ୍ସ ରାକେଟ୍ ଚାଲୁଛି ସେପଟେ ଗୋବିନ୍ଦ ଫେରାର୍ ଘଟଣାରେ ୩ ପୋଲିସ୍ କର୍ମଚାରୀଙ୍କୁୁ ସସ୍ପେଣ୍ଡ କରାଯାଇଥିବା ବେଳେ ଗୋବିନ୍ଦଙ୍କୁ ଘଣ୍ଟ ଘୋଡ଼ାଉଥିବା ଅଭିଯୋଗରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରିଛନ୍ତି ବିରୋଧୀ

ନିଖୋଜ ପୂର୍ବରୁ ଗୋବିନ୍ଦଙ୍କ ସହ ଥିଲେ ମମିତା । ମିଟିଂ ବାହାନାରେ ମମିତାଙ୍କୁ ଡକାଇଥିଲେ ଗୋବିନ୍ଦ। ତାପରଠୁ ପତ୍ତା ନମିଳିବାରୁ ଗତ ୧୩ ତାରିଖରେ ସିନ୍ଧେକେଲା ଥାନାରେ ଏତଲା ଦେଇଥିଲେ ପରିବାର ଲୋକେ । ଟିଟିଲାଗଡ଼ ପୋଲିସ ଗୋବିନ୍ଦଙ୍କୁ ୧୪ ତାରିଖରେ ଧରି ଆଇପିସି ଧାରା-୩୬୬ ଅନୁଯାୟୀ ରୁଜୁ କରିଥିଲା ମାମଲା । ଏହି ଦଫାରେ ୧୦ ବର୍ଷର ଜେଲ୍ ଦଣ୍ଡ ପ୍ରାବଧାନ ରହିଛି । ଥାନାରୁ ବେଲ୍ ବି ମିଳିପାରିବନି । ତେବେ କେଉଁ କାରଣରୁ ୧୪ରୁ କାଲି ରାତି ଅର୍ଥାତ ୪ ଦିନ ଯାଏଁ ଗୋବିନ୍ଦଙ୍କୁ ଅଟକ ରଖିଥିଲା ପୋଲିସ୍? ଗିରଫ କରି କୋର୍ଟ ଚାଲାଣ ପରେ ରିମାଣ୍ଡରେ ବି ଅାଣିପାରିଥାନ୍ତା । ଏଭଳି ନାନା ପ୍ରଶ୍ନ ଉଠୁଥିବା ବେଳେ ଗୋବିନ୍ଦ ଫେରାର ଘଟଣାରେ ୩ ସୁରକ୍ଷା କର୍ମୀଙ୍କୁ କାଯର୍ୟରୁ ନିଲମ୍ବନ କରିଛନ୍ତି ବଲାଙ୍ଗିର ଏସ୍ପି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: