୧୦ ତାରିଖ ପର୍ଯ୍ୟନ୍ତ ବଢିବ ତାତି, ଖରାରେ ସିଝିବ ପଶ୍ଚିମ ଓଡ଼ିଶା

୧୦ ତାରିଖ ପର୍ଯ୍ୟନ୍ତ ବଢିବ ତାତି, ଖରାରେ ସିଝିବ ପଶ୍ଚିମ ଓଡ଼ିଶା

ପ୍ରିଜମ ନ୍ୟୁଜ ବ୍ୟୁରୋ: ଆଜିଠୁ ପଶ୍ଚିମ ଓଡ଼ିଶାରେ ଆହୁରି ବଢ଼ିବ ଦିନର ତାପମାତ୍ରା । ତିନି ଦିନ ଯାଏ ନିସ୍ତାର ନାହିଁ । ୧୦ ତାରିଖ ଯାଏ ପଶ୍ଚିମ ଓଡ଼ିଶାକୁ ହିଟ୍‌ୱେଭ୍ ଆଲର୍ଟ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ।ଆଜି ପାଇଁ ବରଗଡ଼, ସୋନପୁର, ବୌଦ୍ଧ, ବଲାଙ୍ଗର ଓ ସମ୍ବଲପୁର ଜିଲ୍ଲାକୁ ଜାରି ହୋଇଛି ଗ୍ରୀଷ୍ମ ପ୍ରବାହ ସତର୍କତା । ୯ ତାରିଖରେ ବରଗଡ଼, ସୋନପୁର, ବୌଦ୍ଧ, ବଲାଙ୍ଗିର, ସମ୍ବଲପୁର ଓ ନୂଆପଡ଼ା ଏବଂ ୧୦ରେ ବରଗଡ଼, ସୋନପୁର, ବୌଦ୍ଧ ଓ ବଲାଙ୍ଗିର ଜିଲ୍ଲାକୁ ହିଟେଓ୍ଵଭ୍‌ ଓ୍ଵାର୍ଣ୍ଣିଂ ଦିଆଯାଇଛି । ତେବେ ସୋମବାର ନୂଆପଡ଼ା ସବୁଠୁ ଉତପ୍ତ ସହର ପାଲଟି ଥିବା ବେଳେ ତାପମାତ୍ରା ୪୪ ଡିଗ୍ରୀ ପାର କରିଥିଲା। ସେହିପରି ୧୧ ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: