ରଜ ଉତ୍ସବରେ ତିଆରି କରନ୍ତୁ ପଣସ ଚକୁଳି

ରଜ ଉତ୍ସବରେ ତିଆରି କରନ୍ତୁ ପଣସ ଚକୁଳି

ପ୍ରିଜମ ନ୍ୟୁଜ ବ୍ୟୁରୋ: ପଣସକୁ କଞ୍ଚା ତରକାରୀ କରି ଓ ପାଚିଲା ସେହିପରି ଖିଆଯାଇଥାଏ। ହେଲେ ପାଚିଲା ପଣସରେ ଆଜି ଏକ ସ୍ଵାଦିଷ୍ଟ ଆଇଟମ ତିଆରି କରିବା ବିଷୟରେ ଆମେ ଆପଣଙ୍କୁ ଜଣେଇବୁ। ଏହା ସମସ୍ତଙ୍କୁ ଭଲ ଲାଗିବ। ଏହି ଆଇଟମର ନାମ ହେଉଛି ପଣସ ପିଠା ବା ପଣସ ଚକୁଳି। ଏହାକୁ ପ୍ରସ୍ତୁତ କରିବା ଅତ୍ୟନ୍ତ ସହଜ ଓ ସ୍ଵାଦିଷ୍ଟ ମଧ୍ୟ। ଏହାଛଡା ଯେଉଁ ମାନଙ୍କୁ ପାଚିଲା ପଣସ ସିଧାସଳଖ ଖାଇବାକୁ ଭଲ ଲାଗେନାହିଁ ସେମାନେ ଏହିଭଳି ପିଠା କରି ଖାଇବା ଦ୍ଵାରା ପଣସରେ ଥିବା ଉପକାରୀ ଖାଦ୍ୟସାର ପାଇ ପାରିବେ। ତେବେ ଚାଲନ୍ତୁ ଜାଣିବା କିପରି ତିଆରି କରିବେ ପଣସ ପିଠା…

ଆବଶ୍ୟକ ସାମଗ୍ରୀ:ପାଚିଲା କୋଲା ପଣସ ୧୫ ରୁ ୨୦ ଟି, ଦେଢ଼ କପ୍ ଅରୁଆ ଚାଉଳ, ଗୁଡ଼ ୧୦୦ ଗ୍ରାମ, ଅଳ୍ପ ପାନମଧୁରୀ, ସ୍ବାଦ ଅନୁସାରେ ଲୁଣ।

ପ୍ରସ୍ତୁତି ପ୍ରଣାଳୀ: ପୂର୍ବଦିନ ରାତିରୁ ଅରୁଆ ଚାଉଳକୁ ଭିଜେଇ ରଖନ୍ତୁ, ଏବେ ପଣସରୁ ମଞ୍ଜି ବାହାରକରି ଭଲଭାବେ ଚକଟି ଦିଅନ୍ତୁ। ଏବେ ପଣସ,ଚାଉଳ,ଗୁଡ଼ ଓ ପାନମଧୁରୀ ମିଶାଇ ଭଲଭାବେ ଗ୍ରାଇଣ୍ଡର କରି ଦିଅନ୍ତୁ। ଏବେ ଗଲାଣି ପ୍ରସ୍ତୁତ ହୋଇଗଲା। ଏବେ ସେଥିରେ ଲୁଣ ମିଶାଇ ଭଲଭାବେ ଗୋଳି କିଛି ସମୟ ରଖିଦିଅନ୍ତୁ। ଏହାପରେ ଗ୍ୟାସରେ ତାୱା ବସେଇ ସେଥିରେ ତେଲ ବା ଘିଅ ମାରି ଚକୁଳି ତିଆରି କରନ୍ତୁ। ଆପଣ ଏହି ପଣସ ଚକୁଳିକୁ କୌଣସି ତରକାରୀ ବା ଚଟଣୀ ସହ ଖାଇପାରିବେ। ଆପଣ ଗୋଳଣିରେ ପାଣି ବଦଳରେ କ୍ଷୀର ବ୍ୟବହାର କରିପାରିବେ। ଏହା ଅଧିକ ସ୍ଵାଦିଷ୍ଟ କରିଥାଏ ପିଠାକୁ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: