ଦେଶରେ ପୁଣି କାୟା ବିସ୍ତାର କଲାଣି କରୋନା, ଦିନକରେ ୫୨୩୩ ସଂକ୍ରମିତ ଚିହ୍ନଟ

ଦେଶରେ ପୁଣି କାୟା ବିସ୍ତାର କଲାଣି କରୋନା, ଦିନକରେ ୫୨୩୩ ସଂକ୍ରମିତ ଚିହ୍ନଟ

ପ୍ରିଜମ ନ୍ୟୁଜ ବ୍ୟୁରୋ: ଦେଶରେ ପୁଣି ବଢିଲା କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ସାରା ଦେଶରୁ ୫ ହଜାର ୨୩୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୭ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ ଲକ୍ଷ ୨୪ ହଜାର ୭୧୫କୁ ବୃଦ୍ଧି ପାଇଛି ।ସେହିପରି ୩ ହଜାର ୩୪୫ ଜଣ ଗତ ୨୪ ଘଣ୍ଟାରେ ସୁସ୍ଥ ହୋଇଛନ୍ତି । ଦେଶରେ ଏବେ ୨୮ ହଜାର ୮୫୭ ଜଣ ସକ୍ରିୟ ମମଲା ରହିଛି । ୫ ରାଜ୍ୟ କେରଳ, ମହାରାଷ୍ଟ୍ର, କର୍ଣ୍ଣାଟକ, ତା ମିଲନାଡୁ ଏବଂ ଦିଲ୍ଲୀରେ ଅଚାନକ ସଂକ୍ରମଣ ବୃଦ୍ଧି ହେଉଥିବାର ଦେଖିବାକୁ ମିଳିଛି । ମହାରାଷ୍ଟ୍ରରେ ଲଗାତାର ୬ ଦିନ ଧରି ଦୈନିକ ସଂକ୍ରମଣ ୧ ହଜାର ଉପରେ ରହିଛି।ସଂକ୍ରମଣ ହଠାତ୍ ବୃଦ୍ଧି ପରେ ଖୋଲା ସ୍ଥାନ ବ୍ୟତୀତ ବାକି ସମସ୍ତ ସର୍ବସାଧାରଣ ସ୍ଥାନଗୁଡ଼ିକରେ ମାସ୍କ୍ ପିନ୍ଧିବା ପାଇଁ ମହାରାଷ୍ଟ୍ର ସରକାର ନାଗରିକମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: