ଆମ୍ବ ଖାଇବା ପରେ ଏସବୁ ଜିନିଷ ଖାଆନ୍ତୁ ନାହିଁ, ସ୍ୱାସ୍ଥ୍ୟ ଉପରେ ପଡିପାରେ ଖରାପ ପ୍ରଭାବ

ଆମ୍ବ ଖାଇବା ପରେ ଏସବୁ ଜିନିଷ ଖାଆନ୍ତୁ ନାହିଁ, ସ୍ୱାସ୍ଥ୍ୟ ଉପରେ ପଡିପାରେ ଖରାପ ପ୍ରଭାବ

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ଗ୍ରୀଷ୍ମଋତୁକୁ ପ୍ରାୟ ସମସ୍ତେ ଆମ୍ବ ଖାଇବାକୁ ଆଗ୍ରହର ସହ ଅନେଇ ବସିଥାନ୍ତି। ଏହାର ସ୍ବାଦ ଆଉ ବାସ୍ନା ଲୋକଙ୍କ ପାଟିରୁ ଲାଳ ବୁହାଇଦିଏ।  ସ୍ବାଦ ଓ ବିଶେଷ ଗୁଣ ହେତୁ ଆମ୍ବକୁ ଫଳମାନଙ୍କର ରାଜା ବୋଲି କୁହାଯାଏ। ଏହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭ ଦାୟକ ହୋଇଥିବା ବେଳେ। ଏଥିରେ ଫାଇବର, ଭିଟାମିନ୍ ଏବଂ ମିନେରାଲ୍ସ ପ୍ରଚୁର ପରିମାଣରେ ରହିଥାଏ । ତେବେ ଆମ୍ବ ଖାଇବା ସମୟରେ କେତେକ ଜିନିଷ ପ୍ରତି ବିଶେଷ ଧ୍ୟାନ ଦେବା ଜରୁରୀ ।

ଆମ୍ବ ସହ କେତେକ ଖାଦ୍ୟ ଖାଇବା ଦ୍ବାରା ଶରୀର ପାଇଁ କ୍ଷତିକାରକ ହୋଇଥାଏ। ତେବେ ଆଜି ଆମେ ଆପଣଙ୍କୁ ସେହିଭଳି କେତେକ ଜିନିଷ ବିଷୟରେ ଜଣାଉଛୁ ଯାହା ଆମ୍ବ ଖାଇବାର ତୁରନ୍ତ ପରେ ବା ତାସହିତ ମିଶେଇ ଖାଇବା ଦ୍ଵାରା ସ୍ୱାସ୍ଥ୍ୟ ପାଇଁ କ୍ଷତି କାରକ ହୋଇଥାଏ।

– ଆମ୍ବ ଖାଇବା ପରେ ପରେ ପାଣି ପିଇବା ଉଚିତ୍ ନୁହେଁ । ଏହା କରିବା ଦ୍ୱାରା ସ୍ୱାସ୍ଥ୍ୟ ଉପରେ ଅତ୍ୟନ୍ତ ଖରାପ ପ୍ରଭାବ ପଡିଥାଏ। ବିଶେଷ କରି ହଜମ ପ୍ରକ୍ରିୟା ଅଧିକ ଖରାପ ହୋଇପାରେ ଏବଂ ପେଟ ଯନ୍ତ୍ରଣା, ଗ୍ୟାସ୍ , ଅମ୍ଳ, ପେଟ ଫୁଲିବା ଆଦି ସମସ୍ୟା ସୃଷ୍ଟି ହୋଇଥାଏ। ତେଣୁ ଆମ୍ବ ଖାଇବାର ଅଧ ଘଣ୍ଟା ପରେ ପାଣି ପିଇବା ଉଚିତ୍।

-ଅନେକ ସମୟରେ ଲୋକମାନେ ଦହି ସହ ଆମ୍ବ ମିଶାଇ ଖାଇବାକୁ ପସନ୍ଦ କରନ୍ତି। କଟା ଆମ୍ବ ସହିତ ଦହି କିମ୍ବା ଦହି ଆମ୍ବ ଲସି କରି ଖାଇବାକୁ ପସନ୍ଦ କରନ୍ତି। କିନ୍ତୁ  ଏଭଳି କରିବା ଦ୍ୱାରା ଶରୀରରେ ଉତ୍ତାପ ଏବଂ ଥଣ୍ଡା ସୃଷ୍ଟି ହୋଇଥାଏ। ଯେଉଁଥିପାଇଁ ଶରୀରରେ ବିଷାକ୍ତ ପଦାର୍ଥ ଉତ୍ପନ୍ନ ହୋଇ ବିଭିନ୍ନ ପ୍ରକାର ଚର୍ମ ସମସ୍ୟାର କାରଣ ପାଲଟେ। ପେଟ ଯନ୍ତ୍ରଣା ହୋଇଥାଏ।

– ଆମ୍ବ ସହ କଲରା ବା ଅନ୍ୟାନ୍ୟ ପିତା ଜିନିଷ ଖାଇବା ଉଚିତ୍ ନୁହେଁ। କଲରା ପିତା ହୋଇଥିବା ବେଳେ ଆମ୍ବ ମିଠା ହୋଇଥାଏ । ଏଭଳି ପରିସ୍ଥିତିରେ ଆମ୍ବ ଖାଇବା ପରେ ତୁରନ୍ତ କଲରା ବା ଅନ୍ୟ ପିତା ଜିନିଷ ଖାଇବା ଉଚିତ୍ ନୁହେଁ। ଯଦି ଆପଣ ଏହା କରନ୍ତି ତେବେ ଝାଡ଼ା ବାନ୍ତି ସହ  ନିଶ୍ୱାସ ନେବାରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ଏହା ଶରୀରରେ ବିଷକ୍ରୀୟା ସୃଷ୍ଟି କରିପାରେ।

-ଆମ୍ବ ଖାଇବା ପରେ ତୁରନ୍ତ ମସଲାଯୁକ୍ତ ଖାଦ୍ୟ ଖାଇବା ଉଚିତ୍ ନୁହେଁ। ଏହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ ହୋଇଥାଏ। ଏହା ଦ୍ଵାରା ପେଟ ସମସ୍ୟା ସୃଷ୍ଟି ହୋଇପାରେ ଏବଂ ଚର୍ମ ଉପରେ ମଧ୍ୟ ଖରାପ ପ୍ରଭାବ ପକାଇଥାଏ। କେବଳ ସେତିକି ନୁହେଁ, ମୁହଁରେ ବ୍ରଣ ମଧ୍ୟ ହୋଇଥାଏ।

-ଆମ୍ବ ଖାଇବା ପରେ ତୁରନ୍ତ ଥଣ୍ଡା ପାନୀୟ ପିଇବା ଦ୍ୱାରା ଶର୍କରା ସ୍ତର ବୃଦ୍ଧି ପାଇଥାଏ। ବିଶେଷକରି ଯେଉଁମାନେ ମଧୁମେହ ରୋଗୀ, ସେମାନଙ୍କ ପାଇଁ ଏହା ବିଷ ଭଳି କାମ କରେ। ଏପରି ପରିସ୍ଥିତିରେ, ଆମ୍ବ ଖାଇବା ସମୟରେ ବା ତୁରନ୍ତ ପରେ କେବେବି ଥଣ୍ଡା ପାନୀୟ ସେବନ କରନ୍ତୁ ନାହିଁ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: