କ୍ୟାପଟେନଙ୍କ ପ୍ଲାନ୍ ସକସେସ୍ ! ବିଜେପି ସହ ମେଣ୍ଟ ଫାଇନାଲ !

କ୍ୟାପଟେନଙ୍କ ପ୍ଲାନ୍ ସକସେସ୍ ! ବିଜେପି ସହ ମେଣ୍ଟ ଫାଇନାଲ !

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ବିଜେପି ସହ ମେଣ୍ଟ କରିପାରନ୍ତି ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦର ସିଂହ। ଆସନ୍ତା ବିଧାନସଭା ନିର୍ବାଚନ ପୂର୍ବରୁ ଏହି ମେଣ୍ଟ ହେବାର ସମ୍ଭାବନା ରହିଛି।ଏନେଇ କିଛି କିଛି ସଙ୍କେତ ଦେଇଛନ୍ତି କ୍ୟାପଟେନ। ବିବାଦୀୟ ତିନି କୃଷି ଆଇନ୍‌ ପ୍ରତ୍ୟାହାର ପରେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ କ୍ୟାପେଟେନ ଲେଖିଥିଲେ, ‘ଆଜି ପଞ୍ଜାବବାସୀଙ୍କ ପାଇଁ ବଡ ଦିନ, ଆମ ସମସ୍ତଙ୍କ ପାଇଁ ମଧ୍ୟ ବଡ଼ ଦିନ । ବର୍ଷେ ହେଲା କେନ୍ଦ୍ର ସହ ମୁଁ ଏ ସମ୍ପର୍କରେ ଆଲୋଚନା କରୁଥିଲି। ଏନେଇ ନରେନ୍ଦ୍ର ମୋଦୀଙ୍କ ସହ ସାକ୍ଷାତ କରିଥିଲି। ଅମିତ ଶାହାଙ୍କୁ ଅନୁରୋଧ କରିଥିଲି ଅନ୍ନଦାତାଙ୍କ ଦାବିକୁ ଧ୍ୟାନ ଦିଅନ୍ତୁ। ପ୍ରକୃତରେ ମୁଁ ଖୁସି ଅଛି ଯେ ସେ କୃଷକଙ୍କ ଦାବି ଶୁଣିଲେ ଏବଂ ଆମ ଚିନ୍ତାଙ୍କୁ ବୁଝିଲେ।’ସେ ଆହୁରି ମଧ୍ୟ କହିଛନ୍ତି ଯେ ଏଥିରେ କେବଳ କୃଷକଙ୍କୁ ଆଶ୍ବସ୍ତି ମିଳିଛି ତାହା ନୁହେଁ ବରଂ ପଞ୍ଜାବର ପ୍ରଗତି ମାର୍ଗ ପ୍ରଶସ୍ତ ହୋଇଛି। ମୁଁ କୃଷକଙ୍କ ବିକାଶ ପାଇଁ କାର୍ଯ୍ୟ କରିବାକୁ ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାରଙ୍କ ସହ ମିଶି କାମ କରିବାକୁ ତତ୍ପର। ପଞ୍ଜାବର ପ୍ରତି ଲୋକଙ୍କ ଆଖିରୁ ଲୁହ ନପୋଛିବା ଯାଏଁ ମୁଁ ଆରାମ କରିପାରିବି ନାହିଁ ବୋଲି କହିଛନ୍ତି ଅମରିନ୍ଦର। ଯାହାକି ସେ ବିଜେପି ସହ ମେଣ୍ଟ କରିବା ବା ସେ ବିଜେପିରେ ମିଶିବା ନେଇ ଏକ ପ୍ରକାର ସ୍ପଷ୍ଟ କରି ଦେଇଛି।ଏହାସହ ସେ ଗଣମାଧ୍ୟମକୁ କହିଛନ୍ତି ଯେ, ଭବିଷ୍ୟତରେ ତାଙ୍କ ପାର୍ଟି ଏବଂ ବିଜେପି ମଧ୍ୟରେ ନିର୍ବାଚନ ପୂର୍ବରୁ ମେଣ୍ଟ ହେବାର ସମ୍ଭାବନା ରହିଛି। ବିଜେପି ସହ ସିଟ୍‌ ଭାଗବଣ୍ଟାକୁ ନେଇ ୧୧୦ ପ୍ରତିଶତ କାମ ହେବ ଏବଂ ଲଢ଼େଇରେ କୃଷକ ସାମିଲ ହେବା ଦରକାର। ତେବେ କଂଗ୍ରେସ ଛାଡ଼ି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଅମରିନ୍ଦର ବିଜେପିରେ ନେଇ ଚର୍ଚ୍ଚା ହେଉଥିଲା, ପରେ ସେ ନିଜ ଦଳ ଘୋଷଣା କରିଥିଲେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: