ଏକତରଫା ପ୍ରେମରେ ଅତିଷ୍ଠ ହୋଇ ଜୀବନ ହାରିଲେ ଛାତ୍ରୀ!

ଏକତରଫା ପ୍ରେମରେ ଅତିଷ୍ଠ ହୋଇ ଜୀବନ ହାରିଲେ ଛାତ୍ରୀ!

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା ଯୁକ୍ତ ଦୁଇ ଦ୍ବିତୀୟ ବର୍ଷ ଛାତ୍ରୀଙ୍କ ମୃତଦେହ । ଭଦ୍ରକ ଜିଲ୍ଲା ଟାଉନ ଥାନା ଅଧିନସ୍ଥ ଜଗନ୍ନାଥପୁର ଅଞ୍ଚଳର ଏକ ଘରୋଇ ମେସର ବନ୍ଦ କୋଠରୀ ଭିତରୁ ଫ୍ୟାନରେ ଝୁଲୁଥିବା ଅବସ୍ଥାରେ ଜଣେ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ। ଘଟଣାରେ ଭଦ୍ରକ ଟାଉନ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
ଖବର ଅନୁଯାୟୀ, ଭଦ୍ରକ ଜିଲ୍ଲା ସାବରଙ୍ଗ ଥାନା ଅଧିନ ସାହାଡ଼ା ହରିପୁର ଅଞ୍ଚଳର ପୂଜାରାଣୀ ମଲ୍ଲିକ ଭଦ୍ରକ ମହିଳା ମହାବିଦ୍ୟାଳୟର ଯୁକ୍ତ ଦୁଇ ଦ୍ଵିତୀୟ ବର୍ଷରର ଛାତ୍ରୀ ଥିଲେ । ମାସେ ତଳେ ସେ ଜଗନ୍ନାଥପୁରର ଏକ ଘରୋଇ ମେସରେ ଭଡା ରହି ଆସୁଥିଲେ। କିନ୍ତୁ ସୋମବାର ନିଜ ରୁମ ଭିତର ପଟୁ କବାଟ ବନ୍ଦ କରି ଆଉ ଖୋଲି ନଥିଲେ, ଅଧିକ ସମୟ କବାଟ ବନ୍ଦ ରହିବାରୁ ମାଲିକଙ୍କୁ ସନ୍ଦେହ ହୋଇଥିଲା। ପ୍ରଥମେ ସେ ତାଙ୍କୁ ଡକାଡକି କରିଥିଲେ ହେଲେ ଛାତ୍ରୀ ଜଣକ କବାଟ ନଖୋଲିବାରୁ ସେ କବାଟ ଭାଙ୍ଗି ଘରଭିତରକୁ ଦେଖିବା ବେଳକୁ ସେ ନିଜ ଓଢଣୀରେ ଫାସି ଦେଇ ଆତ୍ମହତ୍ୟା କରିଥିଲେ ।
ମେସ ମାଲିକ ଏଭଳି ଅବସ୍ଥା ଦେଖି ଟାଉନ ପୋଲିସକୁ ଖବର ଦେବା ସହ ଛାତ୍ରୀଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ। ଟାଉନ ପୋଲିସ ମଙ୍ଗଳବାର ସେଠାରେ ପହଁଞ୍ଚି ମୃତଦେହକୁ ଜଵତ କରିବା ସହ ସାଇଣ୍ଟିଫିକ ଟିମ ସାହାଯ୍ୟରେ ତଦନ୍ତ ଆରମ୍ଭ କରିଛି। ତେବେ ପରିବାର ଲୋକ ଅଭିଯୋଗ କରିଛନ୍ତି ଯେ, ତାଙ୍କ ଝିଅକୁ ଜଣେ ଯୁବକ ପ୍ରେମ ନିଵେଦନ କରିବା ସହ ଗତ କିଛି ଦିନ ହେବ ହଇରାଣ ହରକତ କରୁଥିଲେ । ତେଣୁ ସେହି କାରଣରୁ ଯୁବତୀ ଆତ୍ମହତ୍ୟା କରିଥିବା ସେମାନେ ଅଭିଯୋଗ କରିଛନ୍ତି । ତେବେ ଘଟଣାର ପ୍ରକୃତ କାରଣ ପୋଲିସ ଅନୁସନ୍ଧାନ ପରେ ହିଁ ଜଣା ପଡ଼ିବ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: