ଦିନକ ପରେ ପିପିଲି ଉପନିର୍ବାଚନ, ୨୦୧ଟି ସମ୍ବେଦନଶୀଳ ବୁଥ୍ ଚିହ୍ନଟ

ଦିନକ ପରେ ପିପିଲି ଉପନିର୍ବାଚନ, ୨୦୧ଟି ସମ୍ବେଦନଶୀଳ ବୁଥ୍ ଚିହ୍ନଟ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଦିନକ ପରେ ପିପିଲି ଉପନିର୍ବାଚନ । ନେତାରୁ ଜନତା ସବୁ ପ୍ରସ୍ତୁତ। ପ୍ରଚାର ସରିଲା, ପ୍ରତିଶ୍ରୁତି ବି! ବାକି ରହିଲା ଜନାଦେଶ। ତେବେ ଆଜି ପିପିଲି ଉପନିର୍ବାଚନ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହନୀ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ପିପିଲି ନିର୍ବାଚନମଣ୍ଡଳୀରେ ୨୦୧ଟି ସମ୍ବେଦନଶୀଳ ବୁଥ୍ ଚିହ୍ନଟ ହୋଇଥିବା ବେଳେ, ୧୨ଟି ବୁଥ୍‌ରେ ଭିଡିଓ କାଷ୍ଟିଂ ବ୍ୟବସ୍ଥା କରାଯିବ ବୋଲି ସେ ସୂଚନା ଦେଇଛନ୍ତି । ଏହି ବୁଥ୍ ଗୁଡିକରେ ଅତିରିକ୍ତ ସୁରକ୍ଷା ବ୍ୟବସ୍ଥା କରାଯିବା ନେଇ ସେ ଦେଇଛନ୍ତି।
ସେହିପରି ନିର୍ବାଚନ କାମ ପାଇଁ ୪୦୩ଟି ଗାଡି ଭଡାରେ ନିଆଯିବ ବୋଲି କହିଛନ୍ତି । ନିର୍ବାଚନ କାମରେ ନିୟୋଜିତ କର୍ମଚାରୀ ଡବଲ୍ ଡୋଜ୍ ଟିକା ନେଇଥିବା ବାଧ୍ୟତାମୂଳକ ଅଟେ । ଡବଲ ଡୋଜ୍ ନେଇନଥିବା କର୍ମଚାରୀ କ୍ୟାମ୍ପରୁ ଟିକା ନେଇପାରିବେ । କେବଳ କୋଭିଡ ସାର୍ଟିଫିକେଟ ଥିଲେ ସେମାନଙ୍କୁ ନିର୍ବାଚନ କାର୍ଯ୍ୟ ପାଇଁ ଅନୁମତି ମିଳିବ ବୋଲି ନିର୍ବାଚନ ଅଧିକାରୀ କହିଛନ୍ତି ।
ଏହାସହିତ ବୈଷୟିକ ତ୍ରୁଟି ଦେଖାରଖା ପାଇଁ ୮ ଜଣ ଇଞ୍ଜିନିୟର ନିୟୋଜିତ ରହିବେ ବୋଲି ସେ କହିଛନ୍ତି । ଭିନ୍ନକ୍ଷମ ଭୋଟରମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ ରହିବ । ଭିନ୍ନକ୍ଷମଙ୍କୁ ଗାଡିରେ ବୁଥ୍ ପର୍ଯ୍ୟନ୍ତ ଆଣିବା ପାଇଁ ବ୍ୟବସ୍ଥା କରାଯାଇଛି। ସେହିପରି କୋଭିଡ ଆକ୍ରାନ୍ତ ବ୍ୟକ୍ତି ଘରେ ରହି ଭୋଟ ଦେଇପାରିବେ । ଏନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । କୋଭିଡ କଟକଣା ମାନି ସମସ୍ତେ ଭୋଟ ଦେବେ । ବୁଥରେ ସାନିଟାଇଜର ଓ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: