ନିଜ ବାହାଘରରେ ବର ବଜେଇଲା ବାଜା, ଭିଡିଓ ଭାଇରାଲ୍

ନିଜ ବାହାଘରରେ ବର ବଜେଇଲା ବାଜା, ଭିଡିଓ ଭାଇରାଲ୍

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ସୋସିଆଲ ମିଡିଆରେ ବିଭିନ୍ନ ସମୟରେ ଅନେକ ମଜାଳିଆ ଭିଡିଓ ଭାଇରାଲ୍ ହୋଇଥାଏ। ଲୋକମାନେ କିଛି ଭିଡିଓ ଦେଖି ଖୁସି ହୁଅନ୍ତି, ସେହିଭଳି କିଛି ଦେଖି ଆଶ୍ଚର୍ଯ୍ୟ ହୋଇଥାନ୍ତି। ତେବେ କିଛି ଭିଡିଓରୁ ଆମକୁ ଶିକ୍ଷା ମଧ୍ୟ ମିଳିଥାଏ।  ୟୁଜର୍ସମାନେ ଏହି ଭିଡିଓଗୁଡିକୁ ଉପଭୋଗ କରନ୍ତି ଏବଂ ମଜାଳିଆ ପ୍ରତିକ୍ରିୟା ମଧ୍ୟ ଦିଅନ୍ତି । ଏହି ଧାରାରେ ଆଉ ଏକ ଭିଡିଓ ଦେଖିବାକୁ ମିଳିଛି, ଯାହାକୁ ଦେଖି ଲୋକମାନେ ସେମାନଙ୍କର ହସକୁ ବନ୍ଦ କରି ପାରି ନାହାନ୍ତି। କାରଣ ଏହି ଭିଡିଓରେ ବର ନିଜେ ନିଜ ବାହାଘରରେ ବ୍ୟାଣ୍ଡ ବଜାଇଥବାର ଦେଖିବାକୁ ମିଳିଛି। ବରର ଏଭଳି କାମ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଛନ୍ତି।

 ସମସ୍ତେ ଜାଣନ୍ତି ଯେ, ବିବାହ ଦିନ କୌଣସି ପୁଅ ବା ଝିଅ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର ହୋଇଥାଏ। ଏହି ଦିନକୁ ସ୍ମରଣୀୟ କରିବା ପାଇଁ ଲୋକମାନେ ବହୁ ଦିନ ଆଗରୁ ପ୍ରସ୍ତୁତି ଆରମ୍ଭ କରିଥାନ୍ତି। କିନ୍ତୁ ଏହି ବର ନିଜ ବାହାଘରରେ କିଛି ଏଭଳି କରିଥିଲେ, ଯାହାକୁ ସେ ଜୀବନରେ କେବେ ଭୁଲି ପାରିବେ ନାହିଁ। ଆପଣ ଭିଡିଓରେ ଦେଖି ପାରିବେ ଯେ, ଜଣେ ଯୁବକ ବିବାହ ପୋଷାକରେ ଅତ୍ୟନ୍ତ ମଜାର ସହିତ ବ୍ୟାଣ୍ଡ ବଜାଉଛନ୍ତି। କେବଳ ସେତିକି ନୁହେଁ, ସେଠାରେ ଉପସ୍ଥିତ ଲୋକମାନେ ଏହାକୁ ଆନନ୍ଦରେ ଉପଭୋଗ ମଧ୍ୟ କରୁଛନ୍ତି। ତେବେ କିଛି ଲୋକ ଏହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଅନ୍ୟମାନଙ୍କ ପରି ଆପଣ ନିଶ୍ଚିତ ଭାବରେ ଏହି ଭିଡିଓ ଦେଖି ଉପଭୋଗ କରିବେ ।

ଏହି ଭିଡିଓକୁ ଭାରତୀୟ ପୋଲିସ ସେବା ଅଧିକାରୀ ରୂପିନ ଶର୍ମା ଟ୍ୱିଟରରେ ସେୟାର କରିଛନ୍ତି। ଭିଡିଓ ସହିତ ସେ ଏକ ମଜାଦାର କ୍ୟାପସନ୍ ଲେଖିଛନ୍ତି, ‘ଆତ୍ମନିର୍ଭର ବର’। ବର୍ତ୍ତମାନ ଏହି ଭିଡିଓ ଅଧିକରୁ ଅଧିକ ଭାଇରାଲ୍ ହେବାରେ ଲାଗିଛି। ଏହି ଭିଡିଓ ଦେଖି ଲୋକମାନେ ମଜା ନେବା ସହ ମଜାଳିଆ କମେଣ୍ଟ୍ ଦେଉଛନ୍ତି।

https://twitter.com/rupin1992?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1392295464293203969%7Ctwgr%5E%7Ctwcon%5Es1_&ref_url=https%3A%2F%2Fwww.tv9hindi.com%2Ftrending%2Fgroom-played-with-drum-funny-video-goes-to-viral-on-social-media-652040.html

0 Comments

Leave Your Comment

Your email address will not be published. Required fields are marked *

%d bloggers like this: