ଏହି ଉପାୟରେ କପାଳରୁ ବ୍ରଣ ଦାଗ ଦୂର କରନ୍ତୁ…

ଏହି ଉପାୟରେ କପାଳରୁ ବ୍ରଣ ଦାଗ ଦୂର କରନ୍ତୁ…

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ମୁହଁର ସୌନ୍ଦର୍ଯ୍ୟ ବ୍ରଣ ଓ ବିଭିନ୍ନ ଦାଗ ଯୋଗୁଁ ନଷ୍ଟ ହୋଇଯାଏ । ଏହି କାରଣ ବିଶେଷ କରି ମହିଳାଙ୍କ ପାଇଁ ଚିନ୍ତାର କାରଣ ହୋଇଥାଏ । ଏଥିରୁ ମୁକୁଳିବା ପାଇଁ ମହିଳାମାନେ ଅନେକ ଦାମୀ କ୍ରିମ୍, ପାର୍ଲରରେ ଚିକିତ୍ସା କରନ୍ତି । ତେବେ ଜାଣନ୍ତୁ ମୁଖରୁ ବ୍ରଣ ଓ ଦାଗ କିପରି ଦୂର କରିବେ ଘରୋଇ ଉପାୟରେ. . .

ବ୍ରଣର କାରଣ-କୈଶୋର ଅବସ୍ଥାରେ ମୁଖରେ ଦେଖାଯାଉଥିବା ବ୍ରଣ ହରମୋନରେ ପରିବର୍ତ୍ତନ ଯୋଗୁଁ ହୋଇଥାଏ ।

କପାଳ ମୁଖର ଟି-ଜୋନରେ ଆସୁଛି । ଯାହାକି ସାଧାରଣତଃ ତୈଳାକ୍ତ ରହିଥାଏ । କେବଳ ଖାଦ୍ୟ ଗ୍ରହଣରେ ସାବଧାନତା ଅବଲମ୍ବନ କଲେ ହେବ ନାହିଁ । ଏହା ସହିତ ନିୟମିତ ରୂପରେ ବ୍ୟାୟାମ କରିବା ଜରୁରୀ ଅଟେ । ଚର୍ମର ରନ୍ଧ୍ର ଗୁଡିକରେ ତେଲ ଜମାଟ ବାନ୍ଧିବା ଦ୍ୱାରା ଓ ମୃତ କୋଷ ପାଇଁ ଏହି ସମସ୍ୟା ଦେଖା ଦେଇଥାଏ ।

ମୁଖ ବ୍ରଣର କାରଣ :- ନିମ୍ନ ମାନର କସ୍‌ମେଟିକସ୍‌- ମେକ୍ ଅପ୍ ସହ ହେୟାର ପ୍ରଡକ୍ଟ ମୁଖ ବ୍ରଣର ଅନ୍ୟତମ କାରଣ ଅଟେ । ଅନେକ ପ୍ରକାର କ୍ରିମ୍, ସାମ୍ପୁ, ଜେଲ୍ ରେ ଥିବା ରାସାୟନିକ ପଦାର୍ଥ ଆପଣଙ୍କୁ ସୁଟ କରିନଥାଏ । ଏହାର ପ୍ରୟୋଗ ଦ୍ୱାରା ମୁଖ ବ୍ରଣ ହେବାର ସମ୍ଭାବନା ଥାଏ ।

ରୂପି ଓ ତେଲିଆ ଚର୍ମକୋଶ – ରୂପି ଓ ଚର୍ମରୁ ବାହାରୁଥିବା ଅତ୍ୟଧିକ ତୈଳ ଚର୍ମ ରନ୍ଧ୍ରକୁ ପୂର୍ଣ୍ଣ କରି ବ୍ରଣର କାରଣ ହୋଇଥାଏ ।

ନଖ ଦ୍ୱାରା ବ୍ରଣ ସଫା କରିବା– ଅନେକ ଲୋକଙ୍କୁ ମୁଖରେ ବ୍ରଣ ହେଲେ ବିରକ୍ତ ଲାଗିଥାଏ । ସେମାନେ ନଖ ସାହାଯ୍ୟରେ ଏହାକୁ ଦୂର କରିବା ପାଇଁ ଚେଷ୍ଟା କରିଥାଆନ୍ତି । ଏହିଭଳି କରିବା ଦ୍ୱାରା ବ୍ରଣ କମିବା ବଦଳରେ ବଢିଥାଏ । ନଖ ଅନେକ ସମୟରେ ଅପରିଷ୍କାର ରହିଥାଏ । ଏହି ହାତ ବ୍ରଣରେ ମାରିଲେ ବ୍ୟକ୍ଟୋରିଆ ଦ୍ୱାରା ସଂକ୍ରମିତ ହୋଇ ଅଧିକ ହୋଇଥାଏ । ଏଥିସହ ହଜମ ସମସ୍ୟା ଦ୍ୱାରା ମୁଖରେ ବ୍ରଣ ସୃଷ୍ଟି ହୋଇଥାଏ । ସେହିପରି ଦରକାର ଠାରୁ ଅଧିକ ମୁଖ ସଫା କରିବା ଦ୍ୱାରା ବ୍ରଣ ହୋଇଥାଏ ।

ବ୍ରଣ ସମସ୍ୟାରୁ ମୁକ୍ତିର ଉପାୟ-

ଲେମ୍ବୁ – ଏହା ବ୍ରଣ ଦୂର କରିବା ପାଇଁ ସବୁଠାରୁ ସହଜ ଉପାୟ । କପାଳ ଓ ମୁଖରେ ସିଧା ସଳଖ ଲେମ୍ବୁ ରସ ଲେପ ଦେବା ଦ୍ୱାରା ବ୍ରଣ ଦୂର ହୋଇଥାଏ । ଏହାକୁ ବ୍ରଣ ହୋଇଥିବା ଜାଗାରେ ଲଗାଇଲେ ଟିକେ ଜ୍ୱଳନ ହୋଇଥାଏ । କିନ୍ତୁ ଏହା ଆପଣଙ୍କ ପାଇଁ ଲାଭ ଦାୟକ ଅଟେ ।

ଚା’ ଗଛର ତେଲ– ଚା’ ଗଛର ତେଲ ବ୍ରଣ ଦୂର କରିବା ପାଇଁ ଲାଭ ଦାୟକ ହୋଇଥାଏ । ଏଥିରେ ଥିବା ରୋଗ ପ୍ରତିରୋଧକ ଶକ୍ତି , ବ୍ୟାକ୍ଟେରିଆ କାରଣରୁ ହେଉଥିବା ବ୍ରଣ ଦୂର କରିଥାଏ ।

ବାଦାମ ଗୁଣ୍ଡ , ବୁଟ ଅଟା ଓ ହଳଦୀ – ବାଦାମ ଗୁଣ୍ଡ ଏବଂ ବୁଟ ଅଟାର ମିଶ୍ରଣରେ ଚିମୁଟାଏ ହଳଦୀ ମିଶାଇ ଏକ ଲେପ ପ୍ରସ୍ତୁତ କରନ୍ତୁ । ଏହାକୁ ଚେହେରାରେ ଲଗାଇ ଶୁଖିଲା ପର୍ଯ୍ୟନ୍ତ ଲଗାଇ ରଖନ୍ତୁ । ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ । ଏହା ଦ୍ୱାରା ଆପଣଙ୍କ ବ୍ରଣ ଦୂର ହେବ ।

ଗୋଲ ମରିଚ -ଅଳ୍ପ ମାତ୍ରାରେ ଗୋଲମରିଚ ନିଅନ୍ତୁ ଏହାକୁ ପାଣିରେ ମିଶାଇ ବ୍ରଣରେ ଲଗାନ୍ତୁ । ଏଠାରେ ଧ୍ୟାନ ଦେବେ ଯେପରି ଏହା ଆପଣଙ୍କ ଆଖିରେ ନ ପଡେ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: