‘ଡିଜିଟାଲ୍ ଇଣ୍ଡିଆ’କୁ ମିଳିଲା ବଳ: ଭାରତରେ ୭୫ ହଜାର କୋଟି ନିବେଶ କରିବ ଗୁଗଲ୍, ଏହି କ୍ଷେତ୍ରକୁ ଗୁରୁତ୍ୱ….

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ଦେଶରେ ଡିଜିଟାଲ ଅର୍ଥ ବ୍ୟବସ୍ଥା ପାଇଁ ଅର୍ଥ ନିବେଶ କରିବ ଗୁଗୁଲ୍‌ । ଏଥିଲାଗି ଗୁଗୁଲ୍‌ ୧୦ ବିଲିୟନ୍ ଆମେରିକାନ୍ ଡଲାର ଅର୍ଥାତ୍ ଭାରତୀୟ ମୁଦ୍ରାରେ ପାଖାପାଖି ୭୫ ହଜାର କୋଟି ଟଙ୍କା ନିବେଶ କରିବ । ଆସନ୍ତା ୫-୭ ବର୍ଷ ମଧ୍ୟରେ ୭୫ ହଜାର କୋଟି ବିନିଯୋଗ କରିବ ଗୁଗୁଲ୍‌ । ଗୁଗୁଲ୍ ଫର ଇଣ୍ଡିଆ ଡିଜିଟାଇଜେସନ୍ ଫଣ୍ଡ ଜରିଆରେ କମ୍ପାନୀ ଏହି ନିବେଶ କରାଯିବ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଗୁଗୁଲ୍ ସିଇଓ ସୁନ୍ଦର ପିଚାଇଙ୍କ ସ୍‌ହ ଡିଜିଟାଲ୍ ଇଣ୍ଡିଆ ସମ୍ପର୍କରେ କଥାବାର୍ତ୍ତା ହେବା ପରେ ଏନେଇ ଟୁଇଟ୍ କରି ସୂଚନା ଦେଇଛନ୍ତି । ଭାରତର କୃଷକ, ଯୁବକ ଓ ଉଦ୍ୟୋଗୀମାନଙ୍କ ଜୀବନରେ ପରିବର୍ତ୍ତନ ଆଣିବା ପାଇଁ ଟେକ୍ନୋଲୋଜିର ବ୍ୟବହାର ଦିଗରେ କଥା ହୋଇଛନ୍ତି। ଏପରି କି କୋଭିଡ-୧୯ ମଧ୍ୟରେ ବିକଶିତ ହେଉଥିବା ସଂସ୍କୃତି ବ୍ୟତୀତ କ୍ରୀଡା କ୍ଷେତ୍ରରେ ଏହି ମହାମାରୀ ଯୋଗୁଁ ଉପୁଜିଥିବା ବିଭିନ୍ନ ସମସ୍ୟା ବିଷୟରେ ମଧ୍ୟ କଥା ହୋଇଛନ୍ତି ମୋଦି ଓ ସୁନ୍ଦ ପିଚାଇ ।

ଶିକ୍ଷା, ଡିଜିଟାଲ୍ ଇଣ୍ଡିଆ, ଡିଜିଟାଲ୍‌ ପେମେଣ୍ଟକୁ ମଜଭୂତ କରିବା କ୍ଷେତ୍ରରେ ଗୁଗୁଲ୍ ଦ୍ୱାରା କରାଯାଇଥିବା ବିଭିନ୍ନ ପ୍ରୟାସ ଜାଣି ଖୁସି ଜାରି କରିଛନ୍ତିି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେପଟେ ଗୁଗୁଲ୍‌ ଇଣ୍ଡିଆ କାର୍ଯ୍ୟକ୍ରମକୁ ସମ୍ବୋଧନ କରିବା ବେଳେ ଅର୍ଥ ନିବେଶ ସମ୍ପର୍କରେ ଘୋଷଣା କରିବା ସହ ସୁନ୍ଦର ପିଚାଇ ଖୁସି ଜାହିର କରିଛନ୍ତି । କମ୍ପାନୀର ଏହି ଘୋଷଣା ଭାରତର ଭବିଷ୍ୟତ ଓ ତାର ଅର୍ଥିକ ସ୍ଥିତି ସୁଦୃଢ କରିବାରେ ସାହାୟକ ହେବ ବୋଲି ସେ କହିଛନ୍ତି ।

ସୁନ୍ଦର ପିଚାଇ ଗୁଗୁଲ୍‌ର ସିଇଓ ହେବା ପୂର୍ବରୁ କମ୍ପାନୀର ଭାଇସ ପ୍ରେସିଡେଣ୍ଟ ଥିଲେ। । ୧୯୭୨ ମସିହାରେ ଚେନ୍ନାଇରେ ଜନ୍ମଗ୍ରହଣ କରିଥିବା ସୁନ୍ଦର ପିଚାଇଙ୍କ ମୂଲ ନାମ ପିଚାଇ ସୁନ୍ଦରରାଜନ୍ । କିନ୍ତୁ ସେ ସୁନ୍ଦର ପିଚାଇ ନାମରେ ଜଣାଶୁଣା ।

Leave a Reply

Your email address will not be published. Required fields are marked *