ମହାମାରୀ ବେଳରେ ମାତିଛନ୍ତି ବାବା:  ଭାଇରସ ଭଗାଇବାକୁ କରୁଛନ୍ତି ଏହି ସବୁ ଦାବି…

ମହାମାରୀ ବେଳରେ ମାତିଛନ୍ତି ବାବା: ଭାଇରସ ଭଗାଇବାକୁ କରୁଛନ୍ତି ଏହି ସବୁ ଦାବି…

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ସୁଯୋଗ ଦେଲେ ସଂକ୍ରମଣକୁ ଫୁ କରି ଉଡ଼ାଇ ଦେବାକୁ ସୋସିଆଲ ମିଡିଆରେ ଦାବି କରୁଛନ୍ତି କିଛି ବାବା । ବାବା ତ ନୁହେଁ ଲୋକଙ୍କୁ ଭୟଭିତ କରାଇ ସେମାନଙ୍କ ମନରେ ଭାଇରସକୁ ନେଇ ଭଣ୍ଡାଉଛନ୍ତି । ଯେଉଁଠି ମେଡିକାଲ ସାଇନ୍ସ ଫେଲ୍ ମାରିଛି ସେମାନେ କୁଆଡ଼େ କେଇ ସେକେଣ୍ଡରେ କରୋନା ଭାଇରସରୁ ରୋଗୀଙ୍କୁ ଭଲ କରାଇଦେବେ ବୋଲି କହୁଛନ୍ତି । କେବଳ ଫେସବୁକ, ହ୍ୱାଟ୍ସଆଫ୍, ଟ୍ୱିଟର କିମ୍ବା ୟୁଟ୍ୟୁବରେ ନୁହେଁ ଏମିତି ଜଣେ ବାବା ଅଛନ୍ତି ଯିଏ କି ଖୋଲାଖୋଲି ଏହି ଦାବି ଟିଭି ମିଡିଆରେ ବି କରୁଛନ୍ତି । ଏମିତି ଜଣେ ବାବା ହେଲେ ଭୁବନେଶ୍ୱରର ଆର୍ତ୍ତତ୍ରାଣ ଦାଶ । ଯିଏକି ଦାବି ଦାବି କରନ୍ତି ଯେ, ତାଙ୍କ ଦେହରେ କୁଆଡ଼େ ଦୈବୀ ଶକ୍ତି ରହିଛି । ସେ ଚାହିଁଲେ ସଂକ୍ରମଣକୁ ପବନ ପରି ଫୁ କରି ଉଡାଇ ଦେବେ । ହେଲେ ଲୋକେ ଓ ହେତୁବାଦୀ ବାବାଙ୍କ ଏହି ଦାବିକୁ ନେଇ କଡ଼ା ସମାଲୋଚନା କରିଥିବା ବେଳେ ବାବା ପବନ ଛାଡ଼ୁଥିବା କଥା କହି ଏଥିରୁ ଦୂରେଇ ରହୁଛନ୍ତି ।

https://twitter.com/BabaAratatran/status/1282490388855455744

ବାବା ଆର୍ତ୍ତତ୍ରାଣ ଏବେ ଚର୍ଚ୍ଚାକୁ ଆସିବା କାରଣ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ କରୋନା ରୋଗ ଦୂର କରିବା ପାଇଁ ଅନୁମତି ମାଗିଛନ୍ତି । ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରି କହିଛନ୍ତି ଯେ, ମୁଁ ବାାବା ଆର୍ତ୍ତ୍ରତାଣ ଦାଶ ଦୀର୍ଘ ବର୍ଷ ଧରି ନିଜର ଦୈବୀ ଶକ୍ତି ଦ୍ୱାରା ବହୁ ଦୂରାରୋଗ୍ୟକୁ ସହଜରେ ଭଲ କରାଇପାରିଛି । ଏମିିତି କି ମୁଁ ଫୋନ୍ ମାଧ୍ୟମରେ ବି ବଡ଼ ବଡ଼ ରୋଗ ସବୁ ଭଲ କରିପାରିଛି । ଏଣୁ ମୋତେ କରୋନା ରୋଗ ଭଲ କରିବା ପାଇଁ ଅନୁମତି ଦେଲେ ମୁଁ ଲୋକଙ୍କୁ ଚିକିତ୍ସା କରିପାରିବି ବୋଲି ଦାବି କରିଛନ୍ତି ।

ତେବେ, ଆର୍ତ୍ତତ୍ରାଣ ବାବାଙ୍କ ଏଭଳି ଦାବି ନୂଆ ନୁହେଁ । ଯଦିଓ ଆର୍ତ୍ତତ୍ରାଣଙ୍କ ଆଶ୍ରମରେ ଦୈନିକ ଶହ ଶହ ଲୋକ ଭିଡ଼ ଜମେ । କିନ୍ତୁ ବାବାଙ୍କ ଲେମ୍ବୁ ଚିକିତ୍ସା ପରେ କେତେଜଣ କେଉଁ ରୋଗରୁ ସୁସ୍ଥ ହୋଇଛନ୍ତି ସେ ନେଇ କୌଣସି ପ୍ରମାଣ ନାହିଁ । ନ ଛୁଇଁ ମନ୍ତ୍ର ବଳରେ ଆର୍ତ୍ତତ୍ରାଣ ସଂଖ୍ୟାଧିକ ରୋଗୀଙ୍କୁ ଭଲ କରିଦେବେ ବୋଲି ଦାବି କରିଛନ୍ତି । ତେବେ, ବାବାଙ୍କ ଏଭଳି ଦାବିର କିଛି ଅଲଗା ଅର୍ଥ ବାହାର କରିଛନ୍ତି ଲୋକ । ବାବା କରୋନା ରୋଗୀଙ୍କୁ ଭୟ କରୁଛନ୍ତି । ତେଣୁ, ସେ ସଂକ୍ରମିତଙ୍କୁ ନ ଛୁଇଁ ଭଲ କରିବା କଥା କହୁଥିବା ଲୋକ ଆଲୋଚନା କରୁଛନ୍ତି ।

ନିଜକୁ ଶିବଶକ୍ତି ଉପାସକ କହୁଥିବା ଏହି ବାବା ଜଣଙ୍କ ପୂର୍ବରୁ ମଧ୍ୟ ଛୁଇଁ ଦେଲେ, ସ୍ପର୍ଶ କରିଦେଲେ ବହୁଦୂରା ରୋଗ୍ୟକୁ ସମୂଳେ ଧ୍ୱଂସ କରିଦେଉଥିବା ଦାବି କରିବାର ବହୁ ନଜିର ରହିଛି । ଏପରିକି ସୋସିଆଲ ମିଡିଆରେ ମଧ୍ୟ ସେ ସମ୍ପର୍କିତ ଭିଡିଓ ଉପଲବ୍ଧ ରହିଛି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: