ବିଜେପିର ‘ପାଇଲଟ’ ପ୍ରୋଜେକ୍ଟ ଫେଲ୍ ! ସଚିନ୍ ଙ୍କ ପାରି ସମ୍ଭାଳିଲେ ପ୍ରିୟଙ୍କା…

ବିଜେପିର ‘ପାଇଲଟ’ ପ୍ରୋଜେକ୍ଟ ଫେଲ୍ ! ସଚିନ୍ ଙ୍କ ପାରି ସମ୍ଭାଳିଲେ ପ୍ରିୟଙ୍କା…

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ରାଜସ୍ଥାନ କଂଗ୍ରେସକୁ ନେଇ ଯେଉଁ ରାଜନୈତିକ ମହାଭାରତ ଚାଲିଛି ସେଥିରେ ଏକ ପ୍ରକାର ବିରାମ ଲାଗିିଛି । ସରକାର ହଟାଇବା ପାଇଁ ଯେଉଁ ଚାଲ୍ ଚାଲିଥିଲା ତାକୁ ଭଣ୍ଡୁର କରିବାରେ ସକ୍ଷମ ହୋଇଛି ଶୀର୍ଷ ନେତୃତ୍ୱ । କିଛି ଦିନର ରାଜନୈତକ ଝଡ଼, ଆରୋପ ପ୍ରତ୍ୟାରୋପ ଏବଂ କ୍ଷମତା ଲଢ଼େଇରେ କଂଗ୍ରେସ ନିଜ ସମ୍ମାନ ରକ୍ଷା କରିବାରେ ସକ୍ଷମ ମଧ୍ୟ ହୋଇଛି । ଆଉ ଏହା ସହ ରାଜନୈତିକ ମହଲରେ ଚର୍ଚ୍ଚା ଯେ, ବିଜେପିର ‘ପାଇଲଟ’ ପ୍ରୋଜେକ୍ଟ ଫେଲ୍ ମାରିଛି । ବର୍ତ୍ତମାନ ସଚିନ୍ ଙ୍କୁ ବୁଝାଇବାକୁ କଂଗ୍ରେସର ତୁଙ୍ଗ ନେତା ରାହୁଲ ଗାନ୍ଧି, ପ୍ରିୟଙ୍କା ଭଦ୍ରା ଗାନ୍ଧି, ଅହମ୍ମଦ ପଟେଲ ଭଳି ନେତା ମାନଭଞ୍ଜନ କରିବାରେ ଲାଗି ପଡ଼ିଛନ୍ତି । ଶୁଣିବାକୁ ଏହା ବି ମିଳୁଛି ଯେ, ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ ସଚିନ୍ ପାଇଲଟଙ୍କ କିଛି ବଡ଼ ସର୍ତ୍ତକୁ ପୂରଣ କରିବାକୁ ଦିଲ୍ଲୀ ଟିମ୍ ରାଜି ହୋଇଛନ୍ତି । କୌଣସି ପ୍ରକାରେ ବିଜେପିର ଷଡ଼ଯନ୍ତ୍ର ରାଜସ୍ଥାନରେ ସଫଳ ହେବାକୁ ଦିଆଯିବ ନାହିଁ ବୋଲି ଆଗଧାଡ଼ିର ନେତା କହୁଛନ୍ତି ।

ଏହା ବି କୁହାଯାଇଛି ବିଜେପିର ଛାୟା ଯୁଦ୍ଧକୁ ପ୍ରତିହତ କରିବାରେ ନିଜେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ସକ୍ଷମ ହୋଇଛନ୍ତି । ରାଜନୈତିକ ବାଜିକୁ ପୂରାପୁରି ଓଲଟାଇ ଦେଇଛନ୍ତି ଅଶୋକ । ଉପ-ମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ବିଦ୍ରୋହ ହେତୁ ଗେହଲୋଟ୍ ସରକାର ଉପରେ ଯେଉଁ ସଙ୍କଟ ଦେଖାଦେଇଥିଲା, ତାହା ବର୍ତ୍ତମାନ ଭଣ୍ଡୁର ହେଉଥିବା ଦେଖାଯାଉଛି। ଗେହଲୋଟ୍ ତାଙ୍କ ସମର୍ଥକ ବିଧାୟକମାନଙ୍କୁ ସିଏମ୍ ବାସଭବନ ଭିତରେ ଗଣମାଧ୍ୟମ ସମ୍ମୁଖରେ ପ୍ୟାରେଡ୍ କରିଛନ୍ତି। ଗେହଲୋଟ୍ କ୍ୟାମ୍ପ ଦାବି କରିଛି ଯେ ସେମାନଙ୍କ ପାଖରେ 109 ଜଣ ବିଧାୟକ ଅଛନ୍ତି। ତାହା ହେଉଛି, ସଂଖ୍ୟାଗରିଷ୍ଠତା ଅନୁଯାୟୀ ସେମାନଙ୍କର 101 ରୁ ଅଧିକ ବିଧାୟକ ଅଛନ୍ତି। ତେବେ ସଚିନ ପାଇଲଟ କହିଛନ୍ତି ଯେ ତାଙ୍କର 25 ଜଣ ବିଧାୟକ ଅଛନ୍ତି। କିନ୍ତୁ ବର୍ତ୍ତମାନ ଅଶୋକ ଗେହଲୋଟଙ୍କ ସରକାର ବଞ୍ଚିଥିବା ଜଣାପଡିଛି। ଆଉ ଏଥିପାଇଁ ସବୁ ଶ୍ରେୟ ପ୍ରିୟଙ୍କା ଗାନ୍ଧିଙ୍କୁ ଦେଉଛନ୍ତି କଂଗ୍ରେସ ନେତା ଓ କର୍ମୀ ।

କଂଗ୍ରେସ ଛାଡ଼ିବେନି ସଚିନ ପାଇଲଟ

କର୍ଣ୍ଣାଟକ କଂଗ୍ରେସର ବରିଷ୍ଠ ନେତା ଡିକେ ଶିବକୁମାର ରାଜସ୍ଥାନ କଂଗ୍ରେସରେ ସୃଷ୍ଟି ହୋଇଥିବା ରାଜନୈତିକ ସଙ୍କଟ ପ୍ରସଙ୍ଗରେ ନିଜ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି , ବିଜେପି ଆମକୁ ଶକ୍ତିହିନ କରିବାରୁ ଉଦ୍ୟମ କରୁଛି । ଏହା ସେମାନଙ୍କ ଏଜେଣ୍ଡା ଯାହା ସେମାନେ ବାରମ୍ବାର କରିଆସୁଛନ୍ତି । ଆମ ନେତାମାନେ ଏହା ଉପରେ ଦୃଷ୍ଟି ଦେଇଛନ୍ତି, ସଚିନ୍ ପାଇଲଟ ଦଳ ଛାଡିବେ ନାହିଁ । ସେ ଆହୁରି କହିଛନ୍ତି ଯେ, ସଚିନ୍ ପାଇଲଟ ଜଣେ ଉତ୍ତର ବିଚାରର ବ୍ୟକ୍ତି ବିଶେଷ ରାଜନୈତିକ ପରିପକ୍ୱ ରଖୁଥିବା ଏହି ନେତା ନିଜେ ରାଜସ୍ଥାନରେ ଦଳର ସ୍ଥିତିକୁ ଅଧିକ ମଜଭୂତ କରିଛନ୍ତି ।

କାହିଁକି ବିହ୍ରୋହ କରୁଛନ୍ତି ସଚିନ ପାଇଲଟ?

ମାର୍ଚ୍ଚ ମାସରୁ ଇତି ମଧ୍ୟରେ ସଚିନ ପାଇଲଟ ୩ଥର ଏମିତି ବିଦ୍ରୋହ ଘୋଷଣା କରି ରାଜସ୍ଥାନ ସରକାରଙ୍କୁ ଅଡ଼ୁଆରେ ପକାଇଛନ୍ତି। ମୁଖ୍ୟମନ୍ତ୍ରୀ ହେବାକୁ ସଚିନ ଏତେମାତ୍ରାରେ ଆଶା ରଖିଛନ୍ତି ଯେ ବିଜେପି ସହ ଯୋଗାଯୋଗ କରିଥିବା ମଧ୍ୟ କଂଗ୍ରେସ ସୂତ୍ରରୁ ଜଣାପଡ଼ିଛି।

୧-କଂଗ୍ରେସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ୪୨ ବର୍ଷୀୟ ସଚିନ ପାଇଲଟ ବିଜେପିରେ ସାମିଲ ହୋଇ ନପାରନ୍ତି। ହେଲେ ଦଳର ସମର୍ଥନରେ ମୁଖ୍ୟମନ୍ତ୍ରୀ ହେବାକୁ ଚାହାନ୍ତି। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସେ ବରିଷ୍ଠ ମନ୍ତ୍ରୀ ପଦ ହାସଲ କରିବା ଲକ୍ଷ୍ୟରେ ମଧ୍ୟ ରହିଛନ୍ତି।

୨-କଂଗ୍ରେସ ବିଶ୍ୱାସ ରଖିଛି ଯେ ସଚିନ ପାଇଲଟଙ୍କ ସହ ମାତ୍ର ୧୨ରୁ ୧୩ ଜଣ ବିଧାୟକ ରହିଛନ୍ତି। ହେଲେ ସଚିନ ନିଜେ ୩୦ ଜଣ ବିଧାୟକଙ୍କ ସମର୍ଥନ ନିଜ ସହ ରଖିଥିବା କହିଛନ୍ତି।

୩-ଯଦି ବିଜେପି ଯେମିତି ହେଲେ ବି କଂଗ୍ରେସ ବିଧାୟକଙ୍କୁ କିଣି ସରକାର ଭାଙ୍ଗିବାକୁ ଚେଷ୍ଟା କରିବ, ତା’ହେଲେ ଗେହଲଟଙ୍କ ମୁଖ୍ୟମନ୍ତ୍ରୀ ପଦ ଯିବାର ଆଶଙ୍କା ଅଧିକ ରହିଛି ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି।

୪- କଂଗ୍ରେସ ପକ୍ଷରୁ ସଚିନ ପାଇଲଟଙ୍କୁ ଯୋଗାଯୋଗ କରି ଫେରାଇ ଆଣିବାକୁ ଚେଷ୍ଟା କରାଯାଉଛି। ଏପରି କି ସବୁଦିନ ସଚିନ ପାଇଁ କଂଗ୍ରେସର ଦ୍ୱାର ଖୋଲା ରହିଥିବା ଦଳ ପକ୍ଷରୁ କୁହାଯାଇଛି।

୫-ସୋନିଆ ଗାନ୍ଧିଙ୍କ ଘନିଷ୍ଠ କୁହାଯାଉଥିବା ଜଣେ ବରିଷ୍ଠ କଂଗ୍ରେସ ନେତା ସପ୍ତାହକ ତଳେ ସଚିନଙ୍କ ସହ ରୁଦ୍ଧଦ୍ୱାର ବୈଠକ କରିଥିଲେ।

୬-ବିଜେପି ପକ୍ଷରୁ କୁହାଯାଇଛି ଯେ ସଚିନ ପାଇଲଟଙ୍କୁ ଦଳରେ ସାମିଲ କରିବା ପାଇଁ କୌଣସି ସର୍ତ୍ତ ନାହିଁ।

୭-କଂଗ୍ରେସ ଏବେ ସଚିନଙ୍କ ସମର୍ଥନରେ ଥିବା ବିଧାୟକଙ୍କୁ ଗେହଲଟ ସରକାରଙ୍କ ମନ୍ତ୍ରିମଣ୍ଡଳରେ ସାମିଲ କରି ସେମାନଙ୍କୁ ନିଜ ଆଡ଼କୁ ଆଣିବାକୁ ଚେଷ୍ଟା କରୁଥିବା ଏହି ସୂତ୍ରରୁ ଜଣାପଡ଼ିଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: