‘RRR’ର ଫେମସ ଗୀତ ‘ନାଟୁ-ନାଟୁ’କୁ ଗୋଲ୍ଡେନ ଗ୍ଲୋବ ଆୱାର୍ଡ

‘RRR’ର ଫେମସ ଗୀତ ‘ନାଟୁ-ନାଟୁ’କୁ ଗୋଲ୍ଡେନ ଗ୍ଲୋବ ଆୱାର୍ଡ

ପ୍ରିଜମ ନ୍ୟୁଜ ବ୍ୟୁରୋ: ବିଶ୍ବ ଦରବାରରେ ଚହଳ ସୃଷ୍ଟି କଲା ନିର୍ଦ୍ଦେଶକ ଏସ୍ ରାଜାମୌଲିଙ୍କ ସୁପରହିଟ୍ ଫିଲ୍ମ ‘RRR’ର ଫେମସ ଗୀତ ‘ନାଟୁ-ନାଟୁ’।ରାମ ଚରଣ ଏବଂ ଜୁନିଆର ଏନଟିଆର ଷ୍ଟାରଙ୍କ ଏହି ଲୋକପ୍ରିୟ ଗୀତ ନାଟୁ-ନାଟୁ ହାତେଇଛି ଗୋଲ୍ଡେନ ଗ୍ଲୋବ ଆୱାର୍ଡ ୨୦୨୩ । ଏସ୍‌ଏସ୍ ରାଜାମୌଲୀଙ୍କ ଏହି ଫିଲ୍ମର ନାଟୁ ନାଟୁ ଗୀତକୁ ଶ୍ରେଷ୍ଠ ଅରିଜନାଲ୍ ଗୀତର ଆୱାର୍ଡ ମିଳିଛି । ଜୁନିୟର ଏନଟିଆର ଓ ରାମଚରଣ ଅଭିନୀତ ଏହି ଫିଲ୍ମର ଗୀତ କେବଳ ଏଥିରେ ଜଡିତ ଲୋକଙ୍କୁ ଗର୍ବିତ କରିଛି ତାହା ନୁହେଁ ଏହା ସାରା ଦେଶ ପାଇଁ ଖୁସିର କଥା। ତେବେ ଟ୍ବିଟ୍ କରି ପୁରା ଟିମ୍ କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେହିପରି ଅନ୍ତର୍ଜାତୀୟ ସ୍ତରରେ ଏହି ସଫଳତା ହାସଲ କରିବା ଭାରତୀୟ ଚଳଚ୍ଚିତ୍ର ପାଇଁ ଗର୍ବର ବିଷୟ। ଦକ୍ଷିଣରୁ ବଲିଉଡ ପର୍ଯ୍ୟନ୍ତ ସେଲିବ୍ରିଟିମାନେ ‘ଆର୍‌ଆର୍‌ଆର୍‌’ ଟିମ୍‌କୁ ଶୁଭେଚ୍ଛା ଜଣାଉଛନ୍ତି। ଏହିକ୍ରମରେ ଅଭିନେତା ଶାହାରୁଖ ଖାନ୍‌ ‘ଆର୍‌ଆର୍‌ଆର୍‌’ର ସଫଳତାକୁ ନେଇ ଟୁଇଟ୍‌ କରି ଅଭିନନ୍ଦନ ଜଣାଇଛନ୍ତି। ସେ ଟୁଇଟ୍‌ କରି ଲେଖିଛନ୍ତି, ଏବେ ଆହୁରି ଆଓ୍ବାର୍ଡ ଆସିବାକୁ ବାକି ଅଛି। ଆମକୁ ଭାରତକୁ ଗର୍ବିତ କରିବାକୁ ପଡିବ ବୋଲି ସେ କହିଛନ୍ତି।ଗୀତର ଗୀତିକାର ହେଉଛନ୍ତି କାଳ ଭୈରବୀ ଓ ରାହୁଲ୍‌ ସିପ୍ଲିଗୁଞ୍ଜ ଏବଂ ସ୍ବରସଂଯୋଜକ ହେଉଛନ୍ତି ବିଶିଷ୍ଟ ସଙ୍ଗୀତ ନିର୍ଦେଶକ ଏମ୍‌. ଏମ୍‌. କୀରାୱାଣୀ।ଏହି ପୁରସ୍କାର ଗ୍ରହଣ କରିବା ନିମନ୍ତେ ଚଳଚ୍ଚିତ୍ରର ନିର୍ଦେଶକ ଏସ୍‌. ଏସ୍‌. ରାଜାମୌଲୀ ଏବଂ ଅଭିନେତା ଜୁନିୟର୍‌ ଏନ୍‌.ଟି.ଆର୍‌., ରାମ ଚରଣ ଆଦି କାଲିଫର୍ଣ୍ଣିଆ ଗସ୍ତ କରିଥିଲେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: