ମକର ସଂକ୍ରାନ୍ତିରେ ତିଆରି କରନ୍ତୁ ସ୍ଵତନ୍ତ୍ର ରାଶି ଲଡୁ

ମକର ସଂକ୍ରାନ୍ତିରେ ତିଆରି କରନ୍ତୁ ସ୍ଵତନ୍ତ୍ର ରାଶି ଲଡୁ

ପ୍ରିଜମ ନ୍ୟୁଜ ବ୍ୟୁରୋ: ଦୁଇଦିନ ପରେ ମକର ସଂକ୍ରାନ୍ତି, ହିନ୍ଦୁ ଧର୍ମରେ ଏହି ପର୍ବର ବିଶେଷ ଗୁରୁତ୍ୱ ରହିଛି । ଏହା ପ୍ରତିବର୍ଷ ମାଘ ମାସରେ ପାଳନ କରାଯାଏ । ଏହା ସହିତ ବିବାହ, ଘର ପ୍ରଚିଷ୍ଠା ଆଦି ଶୁଭ କାର୍ଯ୍ୟ ଆରମ୍ଭ ହୋଇଥାଏ। ମକର ସଂକ୍ରାନ୍ତିଙ୍କର ବିଶେଷତ୍ଵ ଗୁଡ଼ି, ରାଶି ଲଡୁ ଓ ମକର ଚାଉଳ ହୋଇଥାଏ। ତେବେ ରାଶି ଲଡୁ ଖାଇବା ଶୀତଦିନେ ବିଶେଷ ଲାଭ ଦେଇଥାଏ। ଏବଂ ଏହି ଦିନ ଏକ ସ୍ବତନ୍ତ୍ର ପଦ୍ଧତିରେ ରାଶି ଲଡୁ ପ୍ରସ୍ତୁତ ହୋଇଥାଏ। ତେବେ ଚାଲନ୍ତୁ ଜାଣିବା କିପରି ମକର ସଂକ୍ରାନ୍ତିରେ ତିଆରି କରିବେ ରାଶି ଲଡୁ।

ଆବଶ୍ୟକ ସାମଗ୍ରୀ: ଭଜା ରାଶି, ଘିଅ, ଗୁଡ ବା ଚିନି, ବାଦାମ, କାଜୁ, ଗୁଜୁରାତି।

ପ୍ରସ୍ତୁତି ପ୍ରଣାଳୀ:ଏକ ପ୍ୟାନରେ ପ୍ରାୟ ୧୦୦ ଗ୍ରାମ ରାଶିକୁ ହାଲୁକା ଭାଜନ୍ତୁ। ଯେପର୍ଯ୍ୟନ୍ତ ଏହା ବାଦାମୀ ରଙ୍ଗ ହୋଇଥାଏ। ତା’ପରେ ଥଣ୍ଡା ହେବା ପରେ ଏହାକୁ ଏକ ବ୍ଲେଣ୍ଡରରେ ଭଲ ଭାବରେ ଗ୍ରାଇଣ୍ଡ୍ କରନ୍ତୁ । ଏବେ ବାଦାମ ଏବଂ କାଜୁକୁ ହାଲୁକା ଭାଜନ୍ତୁ ଏବଂ ସେଗୁଡିକୁ ଅଲଗା ରଖନ୍ତୁ। ବର୍ତ୍ତମାନ ଏକ ପ୍ୟାନରେ ଘିଅକୁ ଗରମ କରନ୍ତୁ ଏବେ ସେଥିରେ ଗୁଡ ଅଳ୍ପ ପାଣି ମିଶାନ୍ତୁ ଏବଂ ଏହା ତରଳିଯିବା ପର୍ଯ୍ୟନ୍ତ ଭଲଭାବେ ଗୋଳାନ୍ତୁ। ଯେତେବେଳେ ଗୁଡ ତରଳିଯିବ, ସେଥିରେ ଚୁରା ହୋଇ ରହିଥିବା ରାଶି ଏବଂ ଅନ୍ୟାନ୍ୟ ଡ୍ରାୟେ ଫ୍ରୁଡ ମିଶାନ୍ତୁ। ତା’ପରେ ଏହାକୁ ଭଲ ଭାବରେ ମିଶାନ୍ତୁ ଏବଂ ଯେତେବେଳେ ଏହା ଟିକେ ବହଳିଆ ହୋଇଯାଏ, ଗ୍ୟାସ୍ ବନ୍ଦ କରିଦିଅନ୍ତୁ। ତା’ପରେ ପ୍ରସ୍ତୁତ ମିଶ୍ରଣକୁ ଘିଅ ବା ତେଲ ଲଗାଇ ଏକ ଥାଳିରେ ରଖନ୍ତୁ ଏବଂ ଏହାକୁ ହାଲୁକା ହାତରେ ଅଲଗା କରି ଗୋଲ ଗୋଲ ଲଡୁ ତିଆରି କରନ୍ତୁ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: