ପ୍ରେମୀ ଯୁଗଳଙ୍କ ପାଇଁ ଦୁନିଆର ସବୁଠୁ ସୁରକ୍ଷିତ ଗାଁ, ନିଜେ ମହାଦେବ ଦିଅନ୍ତି ସୁରକ୍ଷା

ପ୍ରେମୀ ଯୁଗଳଙ୍କ ପାଇଁ ଦୁନିଆର ସବୁଠୁ ସୁରକ୍ଷିତ ଗାଁ, ନିଜେ ମହାଦେବ ଦିଅନ୍ତି ସୁରକ୍ଷା

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଦୁନିଆ ଯେତେ ଆଗକୁ ଗଲେବି ପ୍ରେମ ଓ ପ୍ରେମୀଙ୍କ ପାଇଁ ସମାଜରେ ଲୋକଙ୍କ ମନଭାବ ଏବେବି ତିକ୍ତତା ପୂର୍ଣ୍ଣ ରହିଛି। ଅନେକ ସମୟରେ ପ୍ରେମୀ ଯୁଗଳମାନେ ଉଭ୍ୟାଙ୍କଠୁ ଅଲଗା ହେବା ଭୟରେ ସମାଜର ନୀତି ଆଦର୍ଶ, ଆଦବ କାଇଦାକୁ ଭାଙ୍ଗି, ଘରୁ ପଳାୟନ କରନ୍ତି କିନ୍ତୁ ପୋଲିସ ନଚେତ୍ ପରିବାର ଲୋକେ ସେମାନଙ୍କୁ ଯେନତେନ ପ୍ରକାରେ କିଛି ଦିନ ଭିତରେ ଖୋଜି ପାଇ ଯାଇଥାନ୍ତି। ଏହାପରେ ସେମାନଙ୍କ ଅବସ୍ଥା ଯାହା ହେଉଥିବା ଆପଣ ଅନୁମାନ କରି ପରୁଥିବେ। କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ସ୍ଥାନ ବିଷୟରେ କହିବୁ ଯାହା ପ୍ରେମୀଯୁଗଳଙ୍କ ପାଇଁ ସବୁଠାରୁ ସୁରକ୍ଷିତ ସ୍ଥାନ ବୋଲି କୁହାଯାଏ। ଏଠାରେ ନା ପ୍ରେମୀଙ୍କ ପାଇଁ ରହିଛି ପୋଲିସର ଡର ନା ଘରଲୋକ ନେଇଯିବାର ଭୟ। ଏହି ସ୍ଥାନରେ ସମ୍ପର୍କୀୟତ ଦୂରର କଥା ପୋଲିସ ମଧ୍ୟ ପ୍ରେମୀଯୁଗଳଙ୍କର କିଛି କରିପାରିବେ ନାହିଁ।
କେବଳ ସେତିକି ନୁହେଁ, ଏଠାରେ ରାହୁଥିବା ଲୋକମାନେ ସେମାନଙ୍କୁ ଅତିଥି ପରି ସ୍ୱାଗତ କରନ୍ତି। ଆମେ ହିମାଚଳ ପ୍ରଦେଶର କୁଲିରେ ଅବସ୍ଥିତ ଶାଙ୍ଗଚୁଲ ମହାଦେବ ମନ୍ଦିର ବିଷୟରେ କହୁଛୁ। ଯାହାକି ପ୍ରେମୀଯୁଗଳଙ୍କ ପାଇଁ ସବୁଠାରୁ ସୁରକ୍ଷିତ ସ୍ଥାନ। ତେବେ ଏହି ସ୍ଥାନଟି ଆହୁରି ଅନେକ ଅଭୁତ ଜିନିଷ ପାଇଁ ପରିଚିତ। ବାସ୍ତବରେ ପ୍ରେମି ଯୁଗଳଙ୍କୁ ସୁରକ୍ଷା ଦେବା ପରମ୍ପରା ହିମାଚଳ ପ୍ରଦେଶର କୁଲୁ ଜିଲ୍ଲାର ଶାନଗଡ ଗ୍ରାମରେ ପ୍ରଚଳିତ ହେଉଛି। ଯଦି ଏହି ଗାଁରେ ଥିବା ଶାଙ୍ଗଚୁଲ ମହାଦେବଙ୍କ ମନ୍ଦିର ସୀମାରେ କୌଣସି ପ୍ରେମୀ ଯୁଗଳ, ବା ସାହାରା ଖୋଜୁଥିବା ଲୋକ ପହଞ୍ଚନ୍ତି, ତେବେ କେହି ତାଙ୍କୁ ଏଠାରୁ ଦୂରେଇ ପାରିବେ ନାହିଁ। ଏହି ଗାଁକୁ ପଳାଇଆସିଥିବା ପ୍ରେମୀଯୁଗଳଙ୍କ ଜୀବିକା ଏବଂ ଖାଦ୍ୟପାନ୍ୟର ଉପଯୁକ୍ତ ବ୍ୟବସ୍ଥା କରାଯିବା ସହ ଆତିଥ୍ୟ ଦିଆଯାଏ। ଗାଁର ଲୋକମାନେ ଦେବତାଙ୍କ ଆଦେଶରେ ଏହି ଲୋକମାନଙ୍କୁ ସୁରକ୍ଷା ଦିଅନ୍ତି। ବିଶ୍ୱାସ କରାଯାଏ ଯେ ଯେତେବେଳେ ପାଣ୍ଡବମାନେ ଅଜ୍ଞାତବାସରେ ଥିଲେ ସେମାନେ ଏଠାରେ ପହଞ୍ଚିଥିଲେ, ସ୍ଥାନୀୟ ଲୋକମାନେ ସେମାନଙ୍କୁ ଏଠାରେ ଆଶ୍ରୟ ଦେଇଥିଲେ। କିନ୍ତୁ ସେମାନଙ୍କ ପିଛା କରି କରି କୌରବମାନେ ମଧ୍ୟ ଏଠାରେ ପହଞ୍ଚିଥିଲେ। ହେଲେ ଶାଙ୍ଗଚୁଲ ମହାଦେବ ତାଙ୍କୁ ଗାଁ ଭିତରକୁ ଯିବାକୁ ଦେଇନଥିଲେ। ମହାଦେବ କହିଥିଲେ ଯେ ଯିଏ ମୋ ଆଶ୍ରୟସ୍ଥଳକୁ ଆସିବା, ମୁଁ ତାଙ୍କୁ ସୁରକ୍ଷା ଦେବି।
ଏହି ଘଟଣାକୁ ଶତାବ୍ଦୀ ବିତିଯାଇଥିଲେ ମଧ୍ୟ ଏହି ପରମ୍ପରା ଏବେ ବି ଏଠାରେ ଚାଲିଛି ଏବଂ ଗାଁର ଲୋକମାନେ ଏହି ପରମ୍ପରା ଅନୁଯାୟୀ ଘରୁ ପଳାଇ ଆସିଥିବା ପ୍ରେମୀଯୁଗଳଙ୍କୁ ସୁରକ୍ଷା ଦିଅନ୍ତି। କେବଳ ସେତିକି ନୁହେଁ, ପୋଲିସ ମଧ୍ୟ ଏହି ଗାଁରେ ପ୍ରବେଶ କରୁନାହିଁ। ଏହାସହ କେହିବି ଏହି ଗାଁକୁ ମାଂସ, ମଦ, ଚମଡ଼ା ସାମଗ୍ରୀ ଆଣିପାରିବେ ନାହିଁ।
କୁହାଯାଏ ଯେ ପାଣ୍ଡବଙ୍କ ପିଛା କରି କୌରବମାନେ ଏହି ଗାଁରେ ପହଞ୍ଚିବା ପରେ ମହାଦେବଙ୍କ ଡରରେ ସେମାନେ ସେଠାରୁ ଫେରି ଚାଲି ଯାଇଥିଲେ। ଘଟଣା ପରେ ସେଠାରେ ଏଭଳି ପରମ୍ପରା ଆରମ୍ଭ ହେଲା ଏବଂ ଏଠାକୁ ଆସୁଥିବା ଭକ୍ତମାନଙ୍କୁ ସମ୍ପୂର୍ଣ୍ଣ ସୁରକ୍ଷା ମିଳିଥାଏ। କୁହାଯାଏ ଯେ ଏହି ସମସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ବ୍ରାହ୍ମଣ ସମ୍ପ୍ରଦାୟର ଲୋକମାନେ ଏଠାକୁ ଆସୁଥିବା ଲୋକଙ୍କ ଯତ୍ନ ନିଅନ୍ତି। ଏଠାକାର ଲୋକମାନେ ସେମାନଙ୍କର ଖାଦ୍ୟପାନ୍ୟଠୁ ଆରମ୍ଭ କରି ରହିବା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଦାୟିତ୍ଵ ନିଅନ୍ତି। ଅସ୍ତ୍ରଶସ୍ତ୍ର ସହିତ ଏହି ଗ୍ରାମରେ କୌଣସି ବ୍ୟକ୍ତି ପ୍ରବେଶ କରିପାରିବେ ନାହିଁ। କେବଳ ସେତିକି ନୁହେଁ, ଏହି ଗାଁରେ କାହା ସହିତ ଉଚ୍ଚ ସ୍ୱରରେ କଥା ହେବା ମଧ୍ୟ ନିଷେଧ। ଏଠାରେ ଦେବତାଙ୍କର ନିଷ୍ପତ୍ତି ବୈଧ ଅଟେ। ତେବେ ଏଠାକାର ଲୋକ ମଧ୍ୟ ଅତ୍ୟନ୍ତ ସ୍ନେହୀ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: