ପାଠପଢ଼ା ନାଁରେ ଛାତ୍ରୀଙ୍କୁ ନିର୍ଯାତନା ଦେଉଥିଲେ ଶିକ୍ଷୟିତ୍ରୀ!

ପାଠପଢ଼ା ନାଁରେ ଛାତ୍ରୀଙ୍କୁ ନିର୍ଯାତନା ଦେଉଥିଲେ ଶିକ୍ଷୟିତ୍ରୀ!

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ପାଠ ପଢ଼େଇବା ନାଁରେ ଛାତ୍ରୀଙ୍କୁ ନିର୍ଯାତନା ଦେବା ସହ ଘର କାମରେ ଲଗାଉଥିଲେ ଶିକ୍ଷୟିତ୍ରୀ। ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକରୁ ଏପରି ସାଙ୍ଘାତିକ ଅଭିଯୋଗ ଆସିଛି । ଜଣେ ଶିକ୍ଷୟିତ୍ରୀ ୨ ଭଉଣୀଙ୍କୁ ଘରେ ରଖି ପାଠ ପଢ଼େଇବା ଆଳରେ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି । ଏନେଇ ନିର୍ଯାତନା ଶିକାର ହୋଇଥିବା ଛାତ୍ରୀଙ୍କ ମା’ଙ୍କ ବାସୁଦେବପୁର ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତ୍ତି କରି ପୋଲିସ ଅଢୁଁଆ ନୋଡାଲ ୟୁପିଏମ୍‌ଇ ସ୍କୁଲର ଜଣେ ଶିକ୍ଷୟିତ୍ରୀଙ୍କ ବିରୋଧରେ ମାମଲା ରୁଜୁ କରିଛି। ପୋଲିସ କେସ୍ .୧୦୫/୨୧ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବାର ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ଦୁଇ ଛାତ୍ରୀଙ୍କ ଘରର ଆର୍ଥିକ ସ୍ଥିତି ସ୍ବଚ୍ଛଳ ନ ଥିବାରୁ ସେମାନଙ୍କୁ ଘରେ ରଖି ପାଠ ପଢ଼ାଇବାର ପ୍ରତିଶ୍ରୁତି ଦେଇଥିଲେ ଶିକ୍ଷୟିତ୍ରୀ ଜଣକ। ହେଲେ ପାଠପଢ଼ା ବଦଳରେ ଘରର ବିଭିନ୍ନ କାମ କରାଇବା ସହ ନିର୍ଯାତନା ଦେଉଥିବା ଛାତ୍ରୀଙ୍କ ମା’ କହିଛନ୍ତି । ଅନ୍ୟପକ୍ଷରେ ଏନେଇ ସଂପୃକ୍ତ ଶିକ୍ଷୟିତ୍ରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: