ନିଆରା ପରମ୍ପରା, ମା’ଙ୍କୁ ପଥର ଅର୍ପଣ କଲେ ପୂରଣ ହୁଏ ମନୋସ୍କାମନା

ନିଆରା ପରମ୍ପରା, ମା’ଙ୍କୁ ପଥର ଅର୍ପଣ କଲେ ପୂରଣ ହୁଏ ମନୋସ୍କାମନା

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଭାରତରେ ଅନେକ ଦେବାଳୟ ରହିଛି । ଯେଉଁଠି ଭିନ୍ନ ଭିନ୍ନ ନୀତି ନିୟମ ସହ ନିଆରା ରହସ୍ୟ ଲୁଚି ରହିଥାଏ। କେଉଁଠି ପାଣିରେ ଦୀପ ଜଳେ ତ ଆଉ କେଉଁଠି ପାଣିରେ ପଥର ଭାସିବାର ଦେଖାଯାଏ। ସେମିତି ଏକ ନିଆରା ଘଟଣା ଛତିଶଗଡର ବିଳାଶପୁର ସହର ନିକଟରେ ଥିବା ଖାମତାରାଇ ମନ୍ଦିରରେ ଦେଖିବାକୁ ମିଳେ। ଏହି ମନ୍ଦିରରେ ବନଦେବୀଙ୍କୁ ପୂଜା କରାଯାଏ । ଏଠାରେ ଥିବା ଲୋକମାନେ ବିଶ୍ବାସ କରନ୍ତି ଯେ, ବନଦେବୀଙ୍କ ଦରବାରରେ ମାନସିକ ପୁରଣ ହେବା ପରେ ଦେବୀ ମାତାଙ୍କୁ ପାଞ୍ଚଟି ପଥର ଅର୍ପଣ କରାଯିବା ଶୁଭ ହୋଇଥାଏ ।
ଭକ୍ତମାନେ ଏହି ମନ୍ଦିରରେ ଫୁଲ କିମ୍ବା ଫୁଲମାଳ କିମ୍ବା ପୂଜାର୍ଚ୍ଚନା ସାମଗ୍ରୀ ଆଣନ୍ତି ନାହିଁ, କେବଳ ମନସ୍କାମନା ପୂର୍ଣ୍ଣ ହେବା ପରେ ପାଞ୍ଚଟି ପଥର ଆଣି ମାତା ଦେବୀଙ୍କ ନିକଟରେ ଅର୍ପଣ କରିଥାନ୍ତି । ବିଶ୍ୱାସ ରହିଛି, ବନଦେବୀଙ୍କ ମନ୍ଦିରରେ ଭକ୍ତି ଓ ନିଷ୍ଠାର ସହ ୫ଟି ପଥର ପ୍ରଦାନ କରୁଥିବା ଭକ୍ତଙ୍କ ଇଚ୍ଛା ନିଶ୍ଚିତ ରୂପେ ପୂରଣ ହୁଏ । ଏହାସହ ମନୋସ୍କାମନା ପୁରଣ ହେବା ପରେ ଭକ୍ତମାନେ ପୁଣି ଥରେ ମନ୍ଦିରରେ ପାଞ୍ଚଟି ପଥର ଅର୍ପଣ କରନ୍ତି । ତେବେ ଏଠାରେ ଦେବୀଙ୍କୁ କୌଣସି ସାଧାରଣ ପଥର ଅର୍ପଣ କରାଯାଏ ନାହିଁ, କେବଳ କ୍ଷେତରେ ମିଳୁଥିବା ଗୋଟା ସ୍ଵତନ୍ତ୍ର ପଥର ଅର୍ପଣ କରାଯାଇଥାଏ। ତେବେ ମାଆଙ୍କୁ ପଥର ସହ କେବେ କେବେ ମନ୍ଦାର ଫୁଲ ଅର୍ପଣ କରାଯାଉଥିବାର ମଧ୍ୟ ଦେଖା ଯାଇଥାଏ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: