ଦଶ ବର୍ଷ ପୂର୍ବେ…

ଦଶ ବର୍ଷ ପୂର୍ବେ…

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ୨୦୧୧ ମସିହା ଏପ୍ରିଲ ୨ ତାରିଖରେ ଭାରତ ଦ୍ୱିତୀୟ ଥର ଲାଗି ବିଶ୍ୱକପ୍ ଜିତିଥିଲା। ୧୯୮୩ ପରେ ଦ୍ୱିତୀୟ ଥର ଲାଗି ଭାରତ ହୋଇଥିଲା ବିଶ୍ୱ ବିଜୟୀ। ଭାରତୀୟ ଦଳ ଏହି ସମ୍ମାନକୁ ସଚିନ ତେନ୍ଦୁଲକରଙ୍କୁ ସମର୍ପଣ କରିଥିଲା। ୨୦୧୧ ବିଶ୍ୱକପରେ ଫାଇନାଲ୍ ମୁକାବିଲା ଭାରତ-ଶ୍ରୀଲଙ୍କା ମଧ୍ୟରେ ହୋଇଥିଲା । ୱାଙ୍ଖେଡ୍ ଷ୍ଟାଡିୟମରେ ହୋଇଥିବା ମହାମୁକାବିଲାରେ ଭାରତ ଶ୍ରୀଲଙ୍କାକୁ ହରାଇବା ସହ ଇତିହାସ ରଚିଥିଲା । କାରଣ ଏହା ପୂର୍ବରୁ କୌଣସି ଟିମ୍ ଘରୋଇ ମାଟିରେ ଖେଳି ବିଶ୍ୱକପ୍ ବିଜୟୀ ହୋଇନଥିଲା । ଭାରତ ପ୍ରଥମ ଦଳ ଭାବେ ନିଜ ମାଟିରେ ଖେଳି ହାତେଇଥିଲା ବିଶ୍ୱକପ। ଶ୍ରୀଲଙ୍କା ଲାଗି ମାହେଲା ଜୟବର୍ଦ୍ଦନ ୮୮ ବଲରେ ୧୦୩ ରନର ଧୂଆଁଧାର ଶତକ ମାରିଥିଲେ। ତେବେ ଜୟବର୍ଦ୍ଦନଙ୍କ ଏହି ଶତକ ଶ୍ରୀଲଙ୍କାକୁ ଜିତାଇ ପାରିନଥିଲା। ଏହି ମ୍ୟାଚରେ ଜୟବର୍ଦ୍ଦନ ଏକୁଟିଆ ବ୍ୟାଟ୍ସମ୍ୟାନ ଭାବେ ଶତକ ମାରିଥିଲେ।
ଏହି ମ୍ୟାଚରେ ମହେନ୍ଦ୍ର ସିଂହ ଧୋନି ୯୧ ରନର ଗୁରୁତ୍ୱପୂର୍ଣ୍ଣ ପାଳି ଖେଳିଥିଲେ। ୮ଟି ଚୌକା ଓ ୨ଟି ଛକା ମାରିଥିଲେ ମାହି । ଧୋନି ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ। ଧୋନି ଓ ଗୌତମ ଗମ୍ଭୀର ୧୦୯ରନର ଭାଗିଦାରୀ ପାଳି ଖେଳିଥିଲେ । ଧୋନି ଛକ୍କା ମାରି ଭାରତୀୟ ଦଳକୁ ବିଶ୍ୱ ବିଜୟୀ କରାଇଥିଲେ । ଯେଉଁ ସଟକୁ ଆଜି ବି ମନେ ରଖିଛନ୍ତି କ୍ରିକେଟ୍ ପ୍ରେମୀ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: