୧୩ ଲକ୍ଷରେ ଗୋଟିଏ ମାଛ,ବଦଳିଲା ଗଲା ଭାଗ୍ୟ

୧୩ ଲକ୍ଷରେ ଗୋଟିଏ ମାଛ,ବଦଳିଲା ଗଲା ଭାଗ୍ୟ

ପ୍ରିଜମ ନ୍ୟୁଜ ବ୍ୟୁରୋ: ଗୋଟିଏ ମାଛର ମୂଲ୍ୟ ୧୩ ଲକ୍ଷ। ଆଶ୍ଚର୍ଯ୍ୟ ହେଲେ ମଧ୍ୟ ଗୋଟିଏ ମାଛ ଖୋଲି ଦେଇଛି ମାଛଧରାଳିଙ୍କ ଭାଗ୍ୟ। ଶଙ୍କର ପ୍ରଜାତିର ଏକ ତେଲିଆ ଶୀଳା ମାଛ ୧୩ ଲକ୍ଷ ଟଙ୍କାରେ ବିକ୍ରି ହୋଇଛି । ଦିଘା ମୁହାଣରୁ ଏହି ବିରଳ ମାଛ ଧରା ଯାଇଥିବା ବେଳେ ଏହି ବିଶାଳକାୟ ମାଛକୁ ଦେଖିବା ପାଇଁ ଲୋକଙ୍କ ଭିଡ ଲାଗିଥିଲା । ଧରା ଯାଇଥିବା ବିରଳ ପ୍ରଜାତିର ଏହି ମାଛ କିଲୋ ପ୍ରତି ୨୬ ହଜାର ଟଙ୍କାରେ ବିକ୍ରି ହୋଇଥିଲା। ମାଛର ମୋଟ୍ ଓଜନ ୫୫ କିଲୋ ରହିଥିବା ବେଳେ ୧୩ ଲକ୍ଷ ଟଙ୍କାରେ ମାଛଟିକୁ କିଣି ନେଇଛନ୍ତି ଏସଏଫଟି ନାମକ ଏକ ସଂସ୍ଥା ।

ମାଛଟି ଶଙ୍କର ପ୍ରଜାତିର ତେଲିଆ ଶିଳା ବୋଲି ସ୍ଥାନୀୟ ମତ୍ସ୍ୟଜୀବୀମାନେ ସୂଚନା ଦେଇଛନ୍ତି । ଏହି ମାଛ ପେଟରେ ସବୁଠୁ ଅଧିକ ପୁଟି ଥାଏ ସେଥିଲାଗି ଏ ମାଛର ମୂଲ୍ୟ ଅଧିକ । ସୂତ୍ରରୁ ପ୍ରକାଶଯେ, ଏହି ମାଛର ପୁଟି ଔଷଧ ତିଆରି କାର୍ଯ୍ୟରେ ଲାଗିଥାଏ । ସେଥିପାଇଁ ଅଧିକ ଦାମରେ ବିଦେଶୀ ଔଷଧ କମ୍ପାନୀ ଏହାକୁ କିଣାଥାଏ। ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାର ନଇନା ବାସିନ୍ଦା ଶିବାଜୀ କବିର ମାଛଟିକୁ ନିଲାମ ପାଇଁ ଦିଘା ମୁହାଣ ମତ୍ସ୍ୟ ଅବତରଣ କେନ୍ଦ୍ରକୁ ନେଇ ଆସିଥିଲେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: