ଜଣା ପଡିଲା ରାଇମୋହନଙ୍କ ମୃତ୍ୟୁର ପ୍ରକୃତ କାରଣ

ଜଣା ପଡିଲା ରାଇମୋହନଙ୍କ ମୃତ୍ୟୁର ପ୍ରକୃତ କାରଣ

ପ୍ରିଜମ ନ୍ୟୁଜ ବ୍ୟୁରୋ: ଆସିଲା ଅଭିନେତା ରାଇମୋହନ ପରିଡ଼ାଙ୍କ ପୋଷ୍ଟମର୍ଟମ ରିପୋର୍ଟ। ଜଣା ପଡିଲା ମୃତ୍ୟୁ ପ୍ରକୃତ କାରଣ।ଶ୍ୱାସରୁଦ୍ଧରୁ ରାଇମୋହନଙ୍କ ମୃତ୍ୟୁ। କମିଶନରେଟ୍‌ ପୋଲିସର ହସ୍ତଗତ ହୋଇଛି ଅଭିନେତା ରାଇମୋହନ ପରିଡ଼ାଙ୍କ ପୋଷ୍ଟମର୍ଟମ ରିପୋର୍ଟ। ରିପୋର୍ଟରେ ଶ୍ୱାସରୁଦ୍ଧ ହୋଇ ତାଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି। ଗଳାରେ ରସି ଲଗାଇବାରୁ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ହୋଇଛି। ତାଙ୍କ ବେକରେ କ୍ଷତ ଚିହ୍ନ ରହିଛି।

ପୋଷ୍ଟମର୍ଟମ ରିପୋର୍ଟ ନେଇ କ୍ୟାପିଟାଲ୍‌ ହସ୍‌ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି। ରାଇମହନଙ୍କ ଭିସେରା ନମୁନା ଫରେନ୍‌ସିକ୍‌ ସାଇନ୍‌ସ ଲାବୋରେଟାରୀକୁ ପଠାଯାଇଛି। ଗତ ୨୪ ତାରିଖରେ ଝୁଲନ୍ତା ଅବସ୍ଥାରେ ପ୍ରଚିବିହାର ସ୍ଥିତ ତାଙ୍କ ବାସଭବନରୁ ମୃତଦେହ ଉଦ୍ଧାର କରାଯାଇଥିଲା। ତେବେ ଆତ୍ମହତ୍ୟାର ପ୍ରକୃତ କାରଣ ଜାଣିବା ପାଇଁ ପୋଲିସ ତଦନ୍ତ ଚଳାଇଥିବା ବେଳେ ପାରିବାରିକ କଳହ ଏଥି ପାଇଁ ଦାୟୀ ବୋଲି କିଛି କିଛି ସୁରାକ ମିଳିଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: