ହାଇଦର ଫେରାର ମାମଲା: ୨ ଗିରଫ

ହାଇଦର ଫେରାର ମାମଲା: ୨ ଗିରଫ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଗ୍ୟାଙ୍ଗଷ୍ଟର ହାଇଦର ଫେରାର ହେବା ଘଟଣା। ସମ୍ବଲପୁର ଜେଲ ଓ୍ବାର୍ଡର ଏବଂ ସୁରକ୍ଷା ଦାୟିତ୍ବରେ ଥିବା କନଷ୍ଟେବଳଙ୍କୁ ଗିରଫ କରାଯାଇଛି। ସମ୍ବଲପୁର ଜେଲର ୱାର୍ଡର ଶିବନାରାୟଣ ନନ୍ଦ ଓ କନଷ୍ଟେବଳ ମହମ୍ମଦ ମୌସିମଙ୍କୁ ଗିରଫ କରିଛି ମଙ୍ଗଳାବାଗ ଥାନା ପୋଲିସ। ଏସ୍‌ସିବିରେ ହାଇଦର ଚିକିତ୍ସିତ ହେଉଥିବା ବେଳେ ସୁରକ୍ଷା ଦାୟିତ୍ବରେ ଥିଲେ କନଷ୍ଟେବଳ ମହମ୍ମଦ ମୌସିମ। ମୌସିମଙ୍କୁ ନିଶା ଦେଇ ଖସି ପଳାଇଥିଲା ଗ୍ୟାଙ୍ଗଷ୍ଟର ହାଇଦର। ପୂର୍ବରୁ ହାଇଦରକୁ ଫେରାର ହେବାରେ ସାହାଯ୍ୟ କରିଥିବା ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ସେମାନଙ୍କ ମଧ୍ୟରେ ଜଣେ ଯୁବତୀ ମଧ୍ୟ ଥିବା ଜଣାପଡ଼ିଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: