ବାତିଲ ହେବ ପ୍ରଧାନମନ୍ତ୍ରୀଙ୍କ ବିଦେଶ ଗସ୍ତ ?

ବାତିଲ ହେବ ପ୍ରଧାନମନ୍ତ୍ରୀଙ୍କ ବିଦେଶ ଗସ୍ତ ?

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଭାରତରେ ଦ୍ରୁତ କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପର୍ତ୍ତୁଗାଲ ଓ ଫ୍ରାନ୍ସ ଗସ୍ତ ବାତିଲ କରିପାରନ୍ତି। ଏନେଇ ସୂତ୍ର ପକ୍ଷରୁ ସୂଚନା ମିଳିଛି। ଆସନ୍ତା ୮ରେ ପର୍ତ୍ତୁଗାଲରେ ଆୟୋଜିତ ହେବାକୁ ଥିବା ଭାରତ-ୟୁରୋପୀୟ ସଂଘ ଶିଖର ସମ୍ମିଳନୀରେ ମୋଦି ଯୋଗ ଦେବାର କାର୍ଯ୍ୟକ୍ରମ ଥିଲା। କୋରୋନା ଅଣାୟତ୍ତ ହେବା ଯୋଗୁ ପୂର୍ବରୁ ଫ୍ରାନ୍ସ ପ୍ରଧାନମନ୍ତ୍ରୀ ମଧ୍ୟ ନିଜ ଗସ୍ତକୁ ବାତିଲ କରିଛନ୍ତି। ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ ତାଙ୍କ ଭାରତ ଗସ୍ତ ବାତିଲ କରିଛନ୍ତି । ଭାରତ- ବ୍ରିଟେନ୍ ସମ୍ପର୍କକୁ ସୁଦୃଢ କରିବା ପାଇଁ ଉଭୟ ପକ୍ଷ ଭର୍ଚୁଆଲ ବୈଠକ କରିବେ ବୋଲି ଜଣାପଡ଼ିଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: