ଗଜପତିଙ୍କ କନିଷ୍ଠା କନ୍ୟାଙ୍କ ବିବାହ

ଗଜପତିଙ୍କ କନିଷ୍ଠା କନ୍ୟାଙ୍କ ବିବାହ

ପ୍ରିଜମ ନ୍ୟୁଜ ବ୍ୟୁରୋ: ରାଜଧାନୀରେ ଅନୁଷ୍ଠିତ ହେଲା ରାଜାଘର ବିବାହ। ପୁରୀ ଗଜପତି ଦିବ୍ୟସିଂହ ଦେବଙ୍କ କନିଷ୍ଠ କନ୍ୟା ଦେବେଶୀ ଦେବୀଙ୍କର ବୁଧବାର ସ୍ଥାନୀୟ ଏକ ତାରକା ହୋଟେଲରେ ବିବାହ ଅନୁଷ୍ଠିତ ହୋଇ ଯାଇଛି। ହରିୟାଣା ଗୁରୁଗ୍ରାମର ରାଜୀବ କେହେରଙ୍କ ପୁଅ ତଥା ବର୍ଦ୍ଧମାନ ରାଜକୁମାର ଆଦିତ୍ୟ କେହେରଙ୍କୁ ଜୀବନସାଥୀ ଭାବେ ଗ୍ରହଣ କରିଛନ୍ତି। ଯୋଡି ଶଙ୍ଖ, ମହୁରୀ, ପୁରୀ ନାଗା, ମେଢ, ସିଂହବାଦ୍ୟର ତାଳେ ତାଳେ ରୋଷଣୀ ଜାଳି ବର ବେଶରେ ଆସିଥିରେ ବର୍ଦ୍ଧମାନ ରାଜକୁମାର ଆଦିତ୍ୟ କେହେର। କୋଭିଡ୍‌ କଟକଣା ପାଇଁ ବିଶେଷ ଧୁମ୍‌ଧାମରେ ବିବାହ ହୋଇ ପାରି ନ ଥିଲେ ମଧ୍ୟ ରାଜାଘର ବିବାହ ହୋଇଥିବାରୁ ଏ ନେଇ ସ୍ବତନ୍ତ୍ର ପ୍ରସ୍ତୁତି ହୋଇଥିଲା। ବିବାହରେ ଦେଶର ବିଭିନ୍ନ ରାଜ୍ୟର ରାଜପରିବାରର ସଦସ୍ୟ ସାମିଲ ହୋଇଥିଲେ। ରାଜ୍ୟରେ ବିଶିଷ୍ଟ ବା ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ନିମନ୍ତ୍ରଣ କରାଯାଇ ନ ଥିଲା। ବିବାହ ପୂର୍ବରୁ ପାଟ ମୁଦି, ତିଳକ, ମଙ୍ଗଳକୃତ୍ୟ ଆଦି ରୀତି ସମ୍ପନ୍ନ ହୋଇଥିଲା। ରାଜ ନଅରରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ଅଧିକାରୀ, ମନ୍ଦିର ପରିଚାଳନା କମିଟି, ବରିଷ୍ଠ ସେବାୟତ ପ୍ରମୁଖଙ୍କୁ ଆମନ୍ତ୍ରଣ କରାଯାଇଥିଲା। ସେଠାରେ ସମସ୍ତଙ୍କ ପାଇଁ ମହାପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ସେହିପରି ଭୁବନେଶ୍ୱର ହୋଟେଲରେ ଅତିଥି ଏବଂ ବରପକ୍ଷଙ୍କ ପାଇଁ ପ୍ରାୟ ଶହେ ପ୍ରକାର ଓଡ଼ିଆ ପାରମ୍ପରିକ ଖାଦ୍ୟ ସହ ଚାଇନିଜ୍‌, କଣ୍ଟିନେଣ୍ଟାଲ ଖାଦ୍ୟ ପରସା ଯାଇଥିଲା।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: