‘ଢୋଲିଦା’ ରେ ଗଙ୍ଗୁବାଈର ଠୁମ୍‌କା

‘ଢୋଲିଦା’ ରେ ଗଙ୍ଗୁବାଈର ଠୁମ୍‌କା

ପ୍ରିଜମ ନ୍ୟୁଜ ବ୍ୟୁରୋ: ବଲିଉଡ୍‌ର ଚୁଲ୍‌ବୁଲି ଅଭିନେତ୍ରୀ ଆଲିଆ ତାଙ୍କ ଫିଲ୍ମ ‘ଗଙ୍ଗୁବାଈ କାଠିଆୱାଡି’କୁ ନେଇ ବେଶ୍‌ ଚର୍ଚ୍ଚାରେ ରହିଛନ୍ତି। ତେବେ ସିନେମାର ପ୍ରଥମ ଗୀତ ‘ଢୋଲିଦା’ ଫେବୃୟାରୀ ୧୦ରେ ରିଲିଜ୍‌ ହେବାର ସୂଚନା ରହିଛିି। ଏନେଇ ସେ ଗୀତର ପ୍ରଥମ ଲୁକ୍‌ ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଛନ୍ତି। ଗୀତରେ ଆଲିଆ ଧଳା ରଙ୍ଗର ଶାଢି ପିନ୍ଧିଥିବା ନଜରକୁ ଆସିଛନ୍ତି। ଏହାସହ ନିଜ ଠୁମ୍‌କାର ଜଲ୍‌ୱାରେ ଫ୍ୟାନ୍ସଙ୍କ ହୃଦୟ ଜିତି ନେଇଛନ୍ତି। ମୁଭିଟି ଫେବୃୟାରୀ ୨୫ରେ ମୁକ୍ତିଲାଭ କରିବା ନେଇ ମଧ୍ୟ ସୂଚନା ଦେଇଛନ୍ତି। ଚଳଚ୍ଚିତ୍ର ରିଲିଜ୍‌କୁ କରନ ଜୋହର ଉତ୍ସାହର ସହ ଅପେକ୍ଷା କରିଛନ୍ତି। ଆଲିଆଙ୍କ ପୋଷ୍ଟରେ ମଧ୍ୟ କମେଣ୍ଟ କରି ଲେଖିଛନ୍ତି, ଏବେ ଆଉ ଅପେକ୍ଷା କରି ହେବନି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: