
ପ୍ରିଜମ ନ୍ୟୁଜ ବ୍ୟୁରୋ:ଫ୍ରାନ୍ସରେ କରୋନା ମହାମାରୀର ପଞ୍ଚମ ଲହରର ଆତଙ୍କ। ଅଧିକ ଘାତକ ହେଉଛି ପଞ୍ଚମ ଲହର । ଏନେଇ ଫ୍ରାନ୍ସ ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ପୂର୍ବରୁ ଫ୍ରାନ୍ସର ପଡୋଶୀ ଦେଶଗୁଡ଼ିକରେ ପଞ୍ଚମ ଲହର ଆସିସାରିଥିବା ସେ କହିଛନ୍ତି।ଫ୍ରାନ୍ସ ସ୍ୱାସ୍ଥ୍ୟ ମନ୍ତ୍ରୀ ଓଲିଭିୟର ବ୍ୟାରନ୍ କହିଛନ୍ତି ଯେ, ଦେଶରେ କରୋନାର ପଞ୍ଚମ ଲହର ଦେଖିବାକୁ ମିଳିଛି । ପଡୋଶୀ ଦେଶରେ ପୂର୍ବରୁ ଏପରି ସ୍ଥିତି ଦେଖିବାକୁ ମିଳିଥିଲା । ତଥ୍ୟ ଦେଖିଲେ ଏହା ପୂର୍ବ ଲହରଗୁଡ଼ିକ ତୁଳନାରେ ଅଧିକ ଭୟଙ୍କର ବୋଲି ଜଣାପଡୁଛି । କୋଭିଡ୍ ପ୍ରୋଟକଲ ପାଳନ ପାଇଁ ସେ ଲୋକଙ୍କୁ ନିବେଦନ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ସ୍ୱଚ୍ଛତା ଓ ଅଧିକରୁ ଅଧିକ ଭାକସିନ୍ ପଞ୍ଚମ ଲହରକୁ ଦୁର୍ବଳ କରିପାରିବ । ଏଠାରେ ଏବେ ପର୍ଯ୍ୟନ୍ତ ୭୩ ଲକ୍ଷ ୪୬ ହଜାର ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ବୁଧବାର ଏଠାରେ ୧୧,୮୮୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଠାରେ ଅକ୍ଟୋବର ମାସ ମଧ୍ୟ ଭାଗରେ ସଂକ୍ରମଣ ବୃଦ୍ଧି ପାଇବାକୁ ଲାଗିଥିଲା। ଫ୍ରାନ୍ସରେ ଏବେ ସୁଦ୍ଧା ଲକ୍ଷେରୁ ଅଧିକ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ପ୍ରତିଦିନ ହଜାର ହଜାର ଲୋକଙ୍କ ପ୍ରାଣହାନୀ ହେଉଛି। ଏବେ ଭାରତରେ ଦ୍ଵିତୀୟ ଲହର ପ୍ରଭାବ ହ୍ରାସ ହେଉଥିବାର ପରିଲକ୍ଷିତ ହେଉଛି। ତୃତୀୟ ଲହରକୁ ଅଟକେଇବା ପାଇଁ ସଚେତନତା ସହ କରୋନା କଟକଣା ମାନି ଚାଲିବାକୁ ପଡିବ ବୋଲି ସରକାର କହିଛନ୍ତି ।