କୁଳଭୂଷଣଙ୍କୁ ମିଳିଲା ଦ୍ୱିତୀୟ କନସୁଲାର ଆସେସ୍

ପ୍ରିଜମ୍ ନ୍ୟୁଜ୍ ବ୍ୟୁରୋ: ପାକିସ୍ତାନ ଜେଲରେ ବନ୍ଦୀ ଥିବା ଭାରତୀୟ ନୌସେନାର ପୂର୍ବତନ ଅଧିକାରୀ କୁଳଭୂଷଣ ଯାଦବଙ୍କୁ ଭେଟିବାକୁ ପାକିସ୍ତାନ ପକ୍ଷରୁ ସର୍ତ୍ତମୂଳକ ଦ୍ୱିତୀୟ କନସୁଲାର ଆସେସ୍ ଭାରତକୁ ପ୍ରଦାନ କରାଯାଇଛି। ରିପୋର୍ଟ ଅନୁସାରେ, ଦୁଇ ଜଣ ଭାରତୀୟ ଉଚ୍ଚାୟୁକ୍ତଙ୍କୁ କୁଳଭୂଷଣଙ୍କୁ ଭେଟିବାକୁ ଅନୁମତି ମିଳିଥିଲା।ପାକିସ୍ତାନ ସମୟ ଅପରାହ୍ଣ ୪ଟାରେ ସେମାନେ କୁଳଭୂଷଣଙ୍କୁ ଭେଟିଛନ୍ତି…ବିଦେଶ ମନ୍ତ୍ରାଳୟ ସୂଚନା ଅନୁସାରେ, କୁଳଭୂଷଣଙ୍କ ପାଇଁ ଭାରତ ଜଣେ ଦାୟିତ୍ୱବାନ ଏବଂ ନିଃସର୍ତ୍ତ କନସୁଲାର ଆସେସ୍ ପାଇଁ ଅନୁରୋଧ କରିଥିଲେ। କିନ୍ତୁ, ସର୍ତ୍ତମୂଳକ ଅନୁମତି ମିଳିବା ପରେ ଭାରତ ଅସନ୍ତୋଷ ଜାହିର କରିଛି । ସେହିପରି ଅଧିକାରୀମାନେ ଫେରିବା ପରେ ଭାରତ ସ୍ଥିତି ଆକଳନ କରିବେ ଏବଂ ଏକ ରିପୋର୍ଟ ପ୍ରଦାନ କରିବେ। କନସୁଲାର ଆସେସ୍ ମିଳିବା ପରେ ଭାରତୀୟ ହାଇକମିଶନର ଦୁଇ ଜଣ ଅଧିକାରୀ କୁଳଭୂଷଣ ଯାଦବଙ୍କୁ ସାକ୍ଷାତ କରିଛନ୍ତି। ଦ୍ୱିତୀୟ କନସୁଲାର ଆସେସ୍ ଦେବା ପୂର୍ବରୁ ପାକିସ୍ତାନ ଘୋଷଣା କରିଥିଲା ଯେ, କୁଳଭୂଷଣ ଯାଦବ ତାଙ୍କ ମୃତ୍ୟୁଦଣ୍ଡ ବିରୋଧରେ କୌଣସି ରିଭ୍ୟୁ ପିଟିସନ ଦାଖଲ କରିବାକୁ ଚାହୁଁନାହାନ୍ତି। ସେ କେବଳ ନିଜର କ୍ଷମା ଆବେଦନର ବିଚାର କରିବାକୁ ଚାହୁଁଛନ୍ତି।

Leave a Reply

Your email address will not be published. Required fields are marked *