ମାସ ଶେଷରେ ଘୋଷଣା ହୋଇପାରେ ପଞ୍ଚାୟତ ନିର୍ବାଚନ ତାରିଖ

ମାସ ଶେଷରେ ଘୋଷଣା ହୋଇପାରେ ପଞ୍ଚାୟତ ନିର୍ବାଚନ ତାରିଖ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଖୁବଶୀଘ୍ର ଘୋଷଣା ହେବ ପଞ୍ଚାୟତ ନିର୍ବାଚନ ତାରିଖ। ଡ଼ିସେମ୍ବର ଶେଷ ସପ୍ତାହରେ ନିର୍ବାଚନ ତାରିଖ ଘୋଷଣା ହୋଇପାରେ ବୋଲି ସୂଚନା ମିଳିଛି। ଏହାସହ ଫେବ୍ରୁଆରୀ ପ୍ରଥମ ସପ୍ତାହରେ ହୋଇପାରେ ପଞ୍ଚାୟତ ନିର୍ବାଚନ। ୩ ଦିନ ପରେ ପ୍ରକାଶ ପାଇବ ଚୂଡାନ୍ତ ଭୋଟର ତାଲିକା । ସୂଚନା ଆଧାରରେ, ଡ଼ିସେମ୍ବର ମାସ ଶେଷ ସୁଦ୍ଧା ଏହି ତାରିଖ ଘୋଷଣା ହୋଇପାରେ । ଏଥର ବ୍ଲକ୍ ରେ କାଉଣ୍ଟି ହେବାକୁ ଥିବା ବେଳେ ଯେତେ ୱାର୍ଡ଼ ରହିଛି ସେତିକି ବାଲାଟ୍ ବକ୍ସର ଆବଶ୍ୟକତା ପଡ଼ିବ ତେଣୁ ଏହାକୁ କିପରି ସୁରୁକ୍ଷୁରୁରେ ଶେଷ କରାଯିବ ତାହା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ଏଥର ୯୧,୯୧୩ ୱାର୍ଡ଼,୬୭୯୪ ପଞ୍ଚାୟତରେ ହେବ ନିର୍ବାଚନ।ସେହିପରି ରାଜ୍ୟରେ ୮୫୩ ଜିଲ୍ଲା ପରିଷଦ ଆସନ ପାଇଁ ହେବ ନିର୍ବାଚନ । ସେଥିପାଇଁ ଆବଶ୍ୟକ ବାଲାଟ ବାକ୍ସ ସଂଗ୍ରହ କରାଯାଉଛି । ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହା ସୂଚନା ଦିଆଯାଇଛି । ଏହାପୂର୍ବରୁ ମତଦାନ ସମୟ ବୃଦ୍ଧି ସହ ନିର୍ବାଚନୀ ଖର୍ଚ୍ଚ ବୃଦ୍ଧି ନେଇ ବିଜ୍ଞପ୍ତି ପ୍ରକାଶ ପାଇସାରିଛି। ୨୦୧୭ରେ ଯେପରି ୫ ଟି ପର୍ଯ୍ୟାୟରେ ନିର୍ବାଚନ ହୋଇଥିଲା ଏଥିର ମଧ୍ୟ ୫ ଟି ପର୍ଯ୍ୟାୟରେ ନିର୍ବାଚନ ହେବ ତେଣୁ ପ୍ରସ୍ତୁତି ଚୁଡ଼ାକ୍ତ ପରେ ତାରିଖ ଘୋଷଣା ହେବ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: