ବିଜେପିରେ ଯୋଗଦେଲେ ମୁଲାୟମ ସିଂହ ଯାଦବଙ୍କ ସାନ ବୋହୂ ଅପର୍ଣ୍ଣା

ବିଜେପିରେ ଯୋଗଦେଲେ ମୁଲାୟମ ସିଂହ ଯାଦବଙ୍କ ସାନ ବୋହୂ ଅପର୍ଣ୍ଣା

ପ୍ରିଜମ ନ୍ୟୁଜ ବ୍ୟୁରୋ:ବିଜେପିରେ ଯୋଗଦେଲେ ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବଙ୍କ ସାନ ବୋହୂ ଅପର୍ଣ୍ଣା ଯାଦବ । ଅପର୍ଣ୍ଣାଙ୍କ ଏହି ନିସପ୍ତି କେବଳ ବିଜେପି ନୁହେଁ ସପାରେ ମଧ୍ୟ ହଇଚଇ ସୃଷ୍ଟି କରିଛି । ଅପର୍ଣ୍ଣା ବିଜେପିରେ ସାମିଲ ହେବା ସପା ମୁଖ୍ୟ ତଥା ଦେଢ଼ଶୁର ଅଖିଳେଶ ଯାଦବଙ୍କୁ ଏକ ବଡ଼ ଝଟକା ଦେଇଛି । ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିରେ ଅପର୍ଣ୍ଣାଙ୍କ ଯୋଗଦାନକୁ ନେଇ ୟୁପି ରାଜନୀତି ସରଗରମ ହୋଇଛି। ୨୦୧୭ ବିଧାନସଭା ନିର୍ବାଚନରେ ସପା ତରଫରୁ ଟିକେଟ ପାଇ ସେ ନିର୍ବାଚନ ଲଢ଼ି ଥିବା ବେଳେ ବିଜେପିର ରୀତା ବହୁଗୁଣା ଯୋଶୀଙ୍କ ଠାରୁ ହାରିଥିଲେ। ବିଜେପିରେ ଯୋଗଦେବା ପରେ ଅପର୍ଣ୍ଣା କହିଛନ୍ତି ଯେ ବିଜେପି ମୋତେ ସ୍ଥାନ ଦେଇଥିବାରୁ ମୁଁ ବହୁତ କୃତଜ୍ଞ । ମୋ ପାଇଁ ଦେଶ ସର୍ବଦା ପ୍ରଥମରେ ଆସେ । ମୁଁ ପିଏମ ମୋଦିଙ୍କ କାର୍ଯ୍ୟକୁ ପ୍ରଶଂସା କରୁଛି ।ସେ ମୋଦିଙ୍କ ମହିଳା ବିକାଶ ଓ ସ୍ୱଚ୍ଛ ଭାରତ ଆଦି ଯୋଜନାକୁ ବେଶ ପ୍ରଶଂସା କରିଥିଲେ। ଅପର୍ଣ୍ଣ ବିଜେପିରେ ମିଶିବା ନେଇ ବହୁଦିନ ହେବ ଚର୍ଚ୍ଚା ହେଉଥିବା ବେଳେ ଆଜି ଅପର୍ଣ୍ଣ ୟୁପି ଡେପୁଟି ସିଏମ କେଶବ ପ୍ରସାଦ ମୌର୍ଯ୍ୟ ଏବଂ ବିଜେପି ରାଜ୍ୟ ସଭାପତି ସ୍ୱତନ୍ତ୍ର ଦେବ ସିଂଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଛନ୍ତି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: