ଦେଶର ଶ୍ରେଷ୍ଠ ୫୦ ବିଧାୟକଙ୍କ ମଧ୍ୟରେ ୨ ଓଡ଼ିଆ

ଦେଶର ଶ୍ରେଷ୍ଠ ୫୦ ବିଧାୟକଙ୍କ ମଧ୍ୟରେ ୨ ଓଡ଼ିଆ

ପ୍ରିଜମ୍ ନ୍ୟୁଜ୍ ବ୍ୟୁରୋ: ସାରା ଦେଶର ଶ୍ରେଷ୍ଠ ୫୦ ବିଧାୟକଙ୍କ ମଧ୍ଯରେ ଦୁଇ ଜଣ ଓଡ଼ିଆ ବିଧାୟକ। ଫେମ୍ ଇଣ୍ଡିଆ ଏସିଆ ପୋଷ୍ଟ ପକ୍ଷରୁ ପ୍ରକାଶିତ ତାଲିକାରେ ଓଡ଼ିଶାର ପ୍ରଣବ ପ୍ରକାଶ ଦାସ ଏବଂ ତାରା ପ୍ରସାଦ ବାହିନୀପତି ସ୍ଥାନ ପାଇଛନ୍ତି। ଅଭିଳାଷ ବିଭାଗରେ ବିଜେଡିର ପ୍ରଭାବଶାଳୀ ବିଧାୟକ ପ୍ରଣବ ପ୍ରକାଶ ଦାସ ଶ୍ରେଷ୍ଠ ୫୦ରେ ସାମିଲ ହୋଇଛନ୍ତି। ସେହିପରି ତାରା, କମ୍ଯୁନିକେସନ କାପାସିଟି ବା ଲୋକସଂପର୍କ ସୃଷ୍ଟି ଦକ୍ଷତା ଆଧାରରେ ସ୍ଥାନ ପାଇଛନ୍ତି। ଦେଶର ୩ ହଜାର ୯୫୮ ଜଣ ବିଧାୟକଙ୍କୁ ସର୍ଭେରେ ସାମିଲ କରାଯାଇଥିଲା। ସେମାନଙ୍କ କାର୍ଯ୍ଯଦକ୍ଷତା, ଲୋକଙ୍କ ପ୍ରତି ସେମାନଙ୍କ ସେବା, ବିଭିନ୍ନ ପ୍ରକାର ଦକ୍ଷତା ଆଦିକୁ ଆଧାର କରି ଚୟନ କରାଯାଇଛି। ସେଥିମଧ୍ଯରୁ ମହାରାଷ୍ଟ୍ର, ରାଜସ୍ଥାନ , ଝାଡ଼ଖଣ୍ଡ, କେରଳ, ହରିୟାଣା, ବିହାର, ହିମାଚଳପ୍ରଦେଶ, ଦିଲ୍ଲୀ, ଉତ୍ତର ପ୍ରଦେଶ, ମଧ୍ଯପ୍ରଦେଶ ଏବଂ ଆସାମ ଆଦି ରାଜ୍ଯର ବିଭିନ୍ନ ନିର୍ବାଚନମଣ୍ଡଳୀର ବିଧାୟକଙ୍କ ନାଁ ୫୦ ଜଣିଆ ତାଲିକାରେ ରହିଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: