ଓଡ଼ିଶାରେ ଚୀନର ଉହାନ୍ ଭୂତାଣୁ, ୫ ପ୍ରକାର ଭାଇରସ୍ ଚିହ୍ନଟ

ପ୍ରିଜମ୍ ନ୍ୟୁଜ୍ ବ୍ୟୁରୋ: ଓଡ଼ିଶାରେ ୫ ପ୍ରକାର କୋରୋନା ଭୂତାଣୁ ଚିହ୍ନଟ ହୋଇଛି। ବିଭିନ୍ନ ସ୍ଥାନରେ କୋରୋନାର ଲକ୍ଷଣ ବଦଳୁଥିବା ଜିନମ୍ ସର୍ଭେରୁ ଜଣାପଡ଼ିଛି। ସବୁଠାରୁ ବଡ଼ କଥା ହେଉଛି ଓଡ଼ିଶାରେ ଚୀନର ଉହାନ ଭାଇରସ୍ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ୧୯- ଏ, ୧୯-ବି ଭୂତାଣୁ ୟୁରୋପ ଓ ଦକ୍ଷିଣ ପୂର୍ବ ଏସିଆରୁ ଆସିଥିବାବେଳେ ସ୍ଥାନୀୟ ବିବର୍ତ୍ତନରୁ ସୃଷ୍ଟି ହୋଇଛି ୨୦- ସି ଭୂତାଣୁ। ରାଜ୍ୟରେ କୋରୋନା ୧୯-ଏ, ୧୯-ବି ଭୂତାଣୁ ସହ ୨୦-ଏ, ୨୦-ବି ଓ ୨୦-ସି ଭୂତାଣୁ ଚିହ୍ନଟ ହୋଇଛି। ଆରଏମଆରସି ଏବଂ ଆଇଏଲଏସ ପକ୍ଷରୁ ମିଳିତ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ପ୍ରଦାନ କରାଯାଇଛି।

ଓଡ଼ିଶାର ୧୮ ଜିଲ୍ଲାରୁ ମୋଟ ୨୨୫ ନମୁନା ସଂଗ୍ରହ କରାଯାଇ ବିଶ୍ଲେଷଣ କରାଯାଥିଲା। ଗତ ମାର୍ଚ୍ଚରୁ ଜୁନ ମାସ ମଧ୍ୟରେ ଏହି ସାମ୍ପଲ ସଂଗ୍ରହ କରାଯାଇଥିଲା। କୋରୋନା ୨୦-ସି ଭୂତାଣୁ କେବଳ ଓଡ଼ିଶାରେ ସ୍ଥାନୀୟ ବିବର୍ତ୍ତନରୁ ସୃଷ୍ଟି ହୋଇଛି ଏବଂ ଏହି  ୨୦-ସି ଭୁତାଣୁ ଓଡ଼ିଶାରୁ ଅନ୍ୟ ରାଜ୍ୟକୁ ବ୍ୟାପି ନାହିଁ। ଅନ୍ୟପଟେ ୧୯-ଏକୁ ଉହାନ ଭୂତାଣୁ ଭାବେ ଚିହ୍ନଟ କରାଯାଉଛି। ୨୦-ସି, ଭୂତାଣୁ କେବଳ ଓଡ଼ିଶାରେ ରହିଛି, କାହିଁକି ସଂକ୍ରମିତ ହୋଇପାରି ନାହିଁ, ସେ ଉପରେ ଅଧିକ ଗବେଷଣା ଜାରି ରହିଛି। ଜୁନ ୧୮ ପରେ ଆରଏମଆରସି ଓ ଆଇଏଲଏସର ମିଳିତ ଉଦ୍ୟମରେ ସଂଗ୍ରହ କରାଯାଇଥିବା ନମୁନା ଉପରେ ଏବେ ଅଧିକ ଗବେଷଣ କରାଯାଉଛି।

Leave a Reply

Your email address will not be published. Required fields are marked *