ପରଲୋକରେ ଅମର ସିଂହ

ପରଲୋକରେ ଅମର ସିଂହ

ପ୍ରିଜମ୍ ନ୍ୟୁଜ୍ ବ୍ୟୁରୋ: ରାଜ୍ୟସଭା ସାଂସଦ ଅମର ସିଂହଙ୍କ ପରଲୋକ ହୋଇଛି। ଚିକିତ୍ସାଧୀନ ଅବସ୍ଥାରେ ୬୪ ବର୍ଷ ବୟସରେ ସିଙ୍ଗାପୁର ହସପିଟାଲରେ ସାଂସଦ ଅମର ସିଂହଙ୍କ ହେହାନ୍ତ ହୋଇଛି। ଅମରଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ନେତା ଶୋକବ୍ୟକ୍ତ କରିଛନ୍ତି।୨୦୧୦ରୁ ସେ କିଡନୀ ରୋଗରେ ପୀଡ଼ିତ ଥିଲେ। ପ୍ରଥମେ ସମାଜବାଦୀ ପାର୍ଟିରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ଅମର ସିଂହ। ପରେ ସେ ନିର୍ଦ୍ଦଳୀୟ ପ୍ରାର୍ଥୀ ଭାବରେ ସାଂସଦ ହୋଇଥିଲେ।

୧୯୯୬ରେ ପ୍ରଥମ ଥର ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ଅମର ସିଂହ। ଏହାପରେ ୧୯୯୮-୯୯ରେ ଅର୍ଥ ମନ୍ତ୍ରାଳୟ ପରାମର୍ଶଦାତା କମିଟି ସଦସ୍ୟ ରହିଥିଲେ। ଅନେକ ଥର ସେ ଅର୍ଥ କମିଟିର ସଦସ୍ୟ ମଧ୍ୟ ଥିଲେ। ମାର୍ଚ୍ଚ ୨୦୦୨ରୁ ନଭେମ୍ବର ୨୦୦୨ ପର୍ଯ୍ୟନ୍ତ ଆବେଦନ କମିଟିର ସଦସ୍ୟ ଥିଲେ। ଏହାପରେ ନଭେମ୍ବର ୨୦୦୮ରେ ସେ ରାଜ୍ୟସଭାକୁ ପୁଣି ନିର୍ବାଚିତ ହୋଇଥିଲେ ଏବଂ ୨୦୧୬ରେ ସ୍ୱାଧୀନ ପ୍ରାର୍ଥୀ ଭାବେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ଏହା ପୂର୍ବରୁ ୨୦୧୩ରେ ଅମରଙ୍କ ଦୁବାଇରେ କିଡନୀ ଫେଲ୍ ହୋଇଥିଲା। ଏହାପରେ କିଡନୀ ପ୍ରତ୍ୟାରୋପଣ କରିବା ପରେ ୨୦୧୬ରେ ସୁସ୍ଥ ହୋଇଥିଲେ। ୨୦୧୬ରୁ ସେ ଚିକିତ୍ସାଧୀନ ଥିଲେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: