ଫସିବେ ରିୟା ! ଖୁବଶୀଘ୍ର ମିଳିପାରେ ବଳିଷ୍ଠ ପ୍ରମାଣ

ଫସିବେ ରିୟା ! ଖୁବଶୀଘ୍ର ମିଳିପାରେ ବଳିଷ୍ଠ ପ୍ରମାଣ

ପ୍ରିଜମ୍ ନ୍ୟୁଜ୍ ବ୍ୟୁରୋ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ସବୁଦିନ ନୂଆ ଟ୍ୱିଷ୍ଟ ଦେଖିବାକୁ ମିଳୁଛି। ଖୁବଶୀଘ୍ର ବିହାର ପୋଲିସ ଏହି ମାମଲାରେ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ଲୁକ୍ଆଉଟ୍ ନୋଟିସ୍ ଜାରି କରିପାରେ। ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ବିହାର ପୋଲିସକୁ କିଛି ବଡ଼ ପ୍ରମାଣ ମିଳିଛି। ତେବେ ରିୟା ଚକ୍ରବର୍ତ୍ତୀଙ୍କ ପତ୍ତା ମିଳୁ ନ ଥିବାରୁ ଖୁବଶୀଘ୍ର ପୋଲିସ ତାଙ୍କ ବିରୋଧରେ ନୋଟିସ୍ ଜାରି କରିପାରେ। କିଛିଦିନ ହେବ ବିହାର ପୋଲିସ ସୁଶାନ୍ତ ମାମଲାରେ ତଦନ୍ତକୁ ଜୋରଦାର କରିଛି। ଅନେକ ଲୋକଙ୍କ ବିବୃତି ରେକର୍ଡିଂ କରି ମାମଲାକୁ ସଠିକ୍ ଦିଗକୁ ନେବାକୁ ଏବଂ ସଠିକ ତଦନ୍ତ କରିବା ପାଇଁ ପୋଲିସ ଗୁରୁତ୍ୱ ଦେଉଛି। ଅନ୍ୟପଟେ ବାନ୍ଧବୀ ଅଙ୍କିତା ଲୋଖଣ୍ଡେଙ୍କ ବୟାନ ପରେ ବନ୍ଧୁ ସିଦ୍ଧାର୍ଥ ପିଠାନୀ ସୁଶାନ୍ତଙ୍କ ଡାଏରୀ, ସିମକାର୍ଡ ଓ ହ୍ୱାଇଟ ବୋର୍ଡ ଉପରେ ନିଜୟ ବୟାନରେ ଅନେକ ଗୁମର ଖୋଲିଛନ୍ତି। ସୁଶାନ୍ତଙ୍କ କୌଣସି ପାରିବାରିକ, ଆର୍ଥିକ ସମସ୍ୟା ନଥିଲା, ମୃତ୍ୟୁ ପୂର୍ବରୁ ସେ ଚାପରେ ନଥିଲେ ବରଂ ତାଙ୍କୁ ଫସାଇ ଦିଆଯାଇଥିଲା ବୋଲି ବନ୍ଧୁ ପିଠାନୀ ବୟାନ ରଖିଛନ୍ତି। ତେଣୁ, ଖୁବଶୀଘ୍ର ଏହି ଘଟଣାରେ ପୋଲିସକୁ ଏକ ବଳିଷ୍ଠ ପ୍ରମାଣ ମିଳିବାର ସମ୍ଭାବନା ରହିଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: