କୋର୍ଟରେ ବିଚାରପତିଙ୍କୁ ମାଇଁ ଲର୍ଡ କହିବା ମନା

କୋର୍ଟରେ ବିଚାରପତିଙ୍କୁ ମାଇଁ ଲର୍ଡ କହିବା ମନା

ପ୍ରିଜମ ନ୍ୟୁଜ ବ୍ୟୁରୋ:ଏଣିକି କୋର୍ଟରେ ବିଚାରପତିଙ୍କୁ ମାଇଁ ଲର୍ଡ କୁହାଯିବ ନାହିଁ। ମାଇଁ ଲର୍ଡ ବଦଳରେ କୁହାଯିବ ସାର୍‌ । ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ନେଇଛନ୍ତି ଆଜି ଐତିହାସିକ ନିଷ୍ପତ୍ତି ଦେଇଛନ୍ତି। କୋର୍ଟ ରୁମରେ ଆଉ ହେବନି ମାଇଁ ଲଡ୍ ସମ୍ବୋଧନ । ଏବେ ବିଚାରପତିଙ୍କୁ ମାଇଁ ଲର୍ଡ, ଇୟୋର୍ ଲର୍ଡସିପ୍ ସମ୍ବୋଧନ ମଧ୍ୟ ନକରିବାକୁ କୁହାଯାଇଛି । ଏଥିସହ ସମ୍ବୋଧନ ପୂର୍ବରୁ ‘ଅନରେବଲ’ ମଧ୍ୟ ବ୍ୟବହାର ନ କରିବାକୁ ଅନୁରୋଧ କରାଯାଇଛି। ଏଭଳି ସବୁ ସମ୍ବୋଧନ ନକରିବା ପ୍ରସଂଗରେ ଆଇନଜୀବୀ ଓ ପକ୍ଷ ଚେଷ୍ଟା କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି। ସାର୍ ସମେତ କୋର୍ଟଙ୍କ ମର୍ଯ୍ୟାଦା ସଂଗତ ଅନ୍ୟ ସମ୍ବୋଧନର ରୀତି ଯଥେଷ୍ଟ ହେବ ବୋଲି ଏଥିରେ ସ୍ପଷ୍ଟ କରାଯାଇଛି । ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଆର.‌କେ.ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଦ୍ଵାରା ପ୍ରକାଶିତ ତାଲିକାରେ ଏ ନେଇ ଉଲ୍ଲେଖ ରହିଛି।୨୦୧୬ ମସିହାରେ ବାର କାଉନସିଲ ଅଫ ଇଣ୍ଡିଆ ଏନେଇ ଏକ ପ୍ରସ୍ତାବ ଆଣିଥିଲା । ମୁଖ୍ୟ ବିଚାରପତିଙ୍କ ନିଷ୍ପତ୍ତିକୁ ବରିଷ୍ଠ ଆଇନଜୀବୀମାନେ ସ୍ବାଗତ କରିଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: