ଗ୍ରୀନଲ୍ୟାଣ୍ଡରେ ପ୍ରଥମ ବର୍ଷା ବଢ଼େଇଲା ବୈଜ୍ଞାନିକଙ୍କ ଚିନ୍ତା

ଗ୍ରୀନଲ୍ୟାଣ୍ଡରେ ପ୍ରଥମ ବର୍ଷା ବଢ଼େଇଲା ବୈଜ୍ଞାନିକଙ୍କ ଚିନ୍ତା

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଗ୍ରୀନଲ୍ୟାଣ୍ଡରେ ପ୍ରଥମଥର ପାଇଁ ବର୍ଷା ହେବା ବୈଜ୍ଞାନିକମାନଙ୍କୁ ଆଶ୍ଚର୍ଯ୍ୟ କରିଛି। ବିଶେଷଜ୍ଞଙ୍କ ଅନୁଯାୟୀ, ହଜାର ହଜାର ବର୍ଷ ଭିତରେ କ୍ୱଚିତ୍ ଘଟିଛି ଯେ ଗ୍ରୀନଲ୍ୟାଣ୍ଡର ତାପମାତ୍ରା ବୃଦ୍ଧି ପାଇଛି, କିନ୍ତୁ ବର୍ଷା ହେବା ଘଟଣା ପ୍ରଥମ ଥର ପାଇଁ ରେକର୍ଡ କରାଯାଇଛି। ବରଫର ଚଦରେ ଆଚ୍ଛାଦିତ ଗ୍ରୀନଲ୍ୟାଣ୍ଡ, ଏବେ ବେଶ ଚର୍ଚ୍ଚାରେ ରହିଛି। କାରଣ ଗ୍ରୀନଲ୍ୟାଣ୍ଡର ସର୍ବୋଚ୍ଚ ସୁଙ୍ଗରେ ପ୍ରଥମ ଥର ପାଇଁ ବର୍ଷା ହୋଇଛି। ଏଠାରେ ବର୍ଷା ହେବା ପରେ ବିଶ୍ଵର ବିଭିନ୍ନ ସ୍ଥାନର ବୈଜ୍ଞାନିକମାନେ ଚିନ୍ତା ପ୍ରକଟ କରିଛନ୍ତି। ସେମାନେ କହିଛନ୍ତି ଯେ ଏହି ବର୍ଷା ବୋଧହୁଏ ଜଳବାୟୁ ପରିବର୍ତ୍ତନ ହେତୁ ହୋଇଛି।
ଆମେରିକାର ସ୍ନୋ ଏବଂ ଆଇସ ଡାଟା କେନ୍ଦ୍ର ରିପୋର୍ଟ କରିଛି ଯେ ଅଗଷ୍ଟ ୧୪ ରେ ଅନେକ ଘଣ୍ଟା ଧରି ଗ୍ରୀନଲ୍ୟାଣ୍ଡରେ ପ୍ରାୟ ୩୦୦୦ ମିଟର ବା ୯,୮୦୦ ଫୁଟ ଉଚ୍ଚରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି। ବୈଜ୍ଞାନିକଙ୍କ ଅନୁଯାୟୀ, ବର୍ଷା ହେଲେ ସେହି ସ୍ଥାନର ତାପମାତ୍ରା ଶୂନରୁ ଅଧିକ କିମ୍ବା କିଛି ସେଣ୍ଟିଗ୍ରେଡ୍ ତଳେ ରହିଲେ ବର୍ଷା ହୁଏ। ଏଥିରୁ ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି ଯେ ତାପମାତ୍ରା ବୃଦ୍ଧି ହେତୁ ବର୍ଷା ହୋଇଛି। ଯଦି ଗ୍ରୀନଲ୍ୟାଣ୍ଡର ତାପମାତ୍ରା ବଢେ ବରଫ ତରଳିବାର ଏକ ବଡ଼ ବିପଦ ରହିପାରେ, ଯାହା ସମୁଦ୍ରର ସ୍ତରକୁ ମଧ୍ୟ ବଢାଇବ। ସୂଚନା ଥାଉକି ଆଣ୍ଟାର୍କଟିକା ପରେ ଗ୍ରୀନଲ୍ୟାଣ୍ଡରେ ଦୁନିଆର ମୋଟା ବରଫ ଚାଦର ପଡ଼ି ରହିଛି। ଡେନମାର୍କ ପାଣିପାଗ ବିଭାଗର ଅନୁସନ୍ଧାନକାରୀ ମାର୍ଟିନ କହିଛନ୍ତି ଯେ ଏଭଳି ପୂର୍ବରୁ କେବେ ହୋଇ ନଥିଲା। ବର୍ଷାର ଏହି ଘଟଣା ଆଶ୍ଚର୍ଯ୍ୟଜନକ ଅଟେ। ମାର୍ଟିନଙ୍କ ଅନୁଯାୟୀ ଏହା ଗ୍ଲୋବାଲ ୱାର୍ମିଂର ସଙ୍କେତ ଅଟେ। ମାର୍ଟିନ କହିଛନ୍ତି ଯେ ଗ୍ରୀନଲ୍ୟାଣ୍ଡର ସର୍ବୋଚ୍ଚ ଶିଖରରେ ତାପମାତ୍ରା ଶୂନ୍ୟରୁ କମ୍ ହୋଇଛି। ଗତ ୨୦୦୦ ବର୍ଷରେ ଏଠାରେ କେବଳ ୯ ଥର ବର୍ଷା ରେକର୍ଡ କରାଯାଇଛି।ବୈଜ୍ଞାନିକମାନେ ବିଶ୍ବାସ କରନ୍ତି ଯେ ଗ୍ରୀନଲ୍ୟାଣ୍ଡରେ ଏତେ ବରଫ ଅଛି ଯେ ଯଦି ଏହା ତରଳିଯାଏ ତେବେ ବିଶ୍ୱରେ ସମୁଦ୍ର ପତ୍ତନ ୭ ମିଟର ବୃଦ୍ଧି ପାଇବ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: