ରାଜ୍ୟରେ ପ୍ରଥମ ବ୍ଲାକ୍ ଫଙ୍ଗସ୍ ରୋଗୀ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ରାଜ୍ୟରେ ଚିହ୍ନଟ ହେଲେ ପ୍ରଥମ ବ୍ଲାକ୍ ଫଙ୍ଗସ୍ ରୋଗୀ। କୋରୋନା ପଜିଟିଭ ଆସିବା ପରେ ଘରେ ସଂଗରୋଧରେ ଏହି ରୋଗୀ ଜଣଙ୍କ ଥିଲେ। ତେବେ ପଜିଟିଭ ଚିହ୍ନଟ ରୋଗୀ ଜଣଙ୍କ ଏବେ ଭୁବନେଶ୍ବରରେ ଚିକିତ୍ସାଧୀନ ଅଛନ୍ତି। ସେ ଏବେ ସମ୍ ଅଲଟିମେଟ୍ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି। ରୋଗୀଙ୍କ ଶରୀରରେ ବିଭିନ୍ନ ବ୍ଲାକ୍ ଫଙ୍ଗସ୍ ଲକ୍ଷଣ ଚିହ୍ନଟ ହୋଇଛି। ଚିହ୍ନଟ ରୋଗୀଙ୍କ ବୟସ ୭୧ ବର୍ଷ । ମେ’ ୮ ତାରିଖରେ ଆଖି ଫୁଲିବା ସହ ନାକରୁ କଳା ପାଣି ବାହାରିଥିଲା। ଏହାପରେ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ହସପିଟାଲରେ ଭର୍ତ୍ତି ହେବା ପରେ ତାଙ୍କ ଠାରେ ବ୍ଲାକ୍ ଫଙ୍ଗସ ଚିହ୍ନଟ ହୋଇଥିଲା।

Leave a Reply

Your email address will not be published. Required fields are marked *