ଖୁବଶୀଘ୍ର ‘ଦିଲ୍ଲୀ ଫାଇଲ୍ସ’

ଖୁବଶୀଘ୍ର ‘ଦିଲ୍ଲୀ ଫାଇଲ୍ସ’

ପ୍ରିଜମ ନ୍ୟୁଜ ବ୍ୟୁରୋ: ‘ଦ କଶ୍ମୀର ଫାଇଲ୍ସ’ ସକସେସ୍ ପରେ ଏବେ ମୁଭି ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ଏକ ବଡ ଘୋଷଣା କରିଛନ୍ତି । ସେ ତାଙ୍କ ଟ୍ୱିଟରରେ ତାଙ୍କ ଅପକମିଂ ଫିଲ୍ମରେ ପ୍ଲାନ ବିଷୟରେ କିଛି କଥା ସେୟାର କରିଛନ୍ତି । ଏବେ ”ଦିଲ୍ଲୀ ଫାଇଲ୍ସ” ପାଇଁ ବ୍ୟସ୍ତ ଅଛନ୍ତି ବିବେକ ଅଗ୍ନିହୋତ୍ରୀ । ହେଲେ ଏହି ଫିଲ୍ମର ଥିଓରି କଣ ରହିବ ତାକୁ ନେଇ ଏବେ ସସପେନ୍ସ ଜାରି ରହିଛି । ‘ଦ କଶ୍ମୀର ଫାଇଲ୍ସ’ ପାଇଁ କଠିନ ପରିଶ୍ରମ କରିଛନ୍ତି ଅଗ୍ନିହୋତ୍ରୀ ।ଏହି ମୁଭି ପାଇଁ ସେ ୪ ବର୍ଷ କାଳ ପରିଶ୍ରମ କରିଛନ୍ତି । କାଶ୍ମୀରରେ ହିନ୍ଦୁ ମାନଙ୍କ ଉପରେ ହୋଇଥିବା ଅତ୍ୟାଚାର ଲୋକମାନଙ୍କ ସାମ୍ନାକୁ ଆଣିବା ଖୁବ୍ ଜରୁରୀ ଥିଲା ବୋଲି ସେ ଟ୍ୱିଟ କରି ଲେଖିଛନ୍ତି ।ହେଲେ ଏବେ ଆଉ ଏକ ନୂଆ ପ୍ରୋଜେକ୍ଟ ଆରମ୍ଭ କରିବା ପାଇଁ ସମୟ ଆସିଛି ବୋଲି ଦ କାଶ୍ମୀର ଫାଇଲ୍ସ ଡିରେକ୍ଟର ବିବେକ ଅଗ୍ନିହୋତ୍ରୀ କହିଛନ୍ତି । ସେପଟେ ବିବେକ ଅଗ୍ନିହୋତ୍ରୀଙ୍କ ଏହି ଟ୍ୱିଟ ଦେଖିବା ପରେ ମୁଭି ପ୍ରେମୀ ମାନଙ୍କ ମଧ୍ୟରେ ଉତ୍ସାହ ବଢିଯାଇଛି ।କେବେ ଏହି ନୂଆ ଫିଲ୍ମ ସୁଟି ଆରମ୍ଭ ହେବ । ସେ ଅପେକ୍ଷାରେ ଫ୍ୟାନମାନେ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: