ଏହି ଦେଶରେ ୨ ବର୍ଷର ପିଲା ଏକଲା ବଜାରକୁ ଯାଇ ସପିଂ କରନ୍ତି

ଏହି ଦେଶରେ ୨ ବର୍ଷର ପିଲା ଏକଲା ବଜାରକୁ ଯାଇ ସପିଂ କରନ୍ତି

ପ୍ରିଜମ ନ୍ୟୁଜ ବ୍ୟୁରୋ: ଜାପାନକୁ ସୂର୍ଯ୍ୟୋଦୟର ଦେଶ କୁହାଯାଏ। ଏହି ଦେଶକୁ ନେଇ ଅନେକ ରୋଚକ କଥା ରହିଛି। ଏଠାକା ଲୋକ ଶୃଙ୍ଖଳିତ, ଦୀର୍ଘାୟୁ ଓ ବୁଦ୍ଧିଆ ହୋଇଥାନ୍ତି। ଜାପାନୀ ସଂସ୍କୃତିରେ ଅଳ୍ପ ବୟସରୁ ପିଲାମାନଙ୍କୁ ଶୃଙ୍ଖଳା ଏବଂ ଆତ୍ମନିର୍ଭରଶୀଳତା ଶିକ୍ଷା ଦିଆଯାଏ, ଯାହା ଦୁନିଆଠାରୁ ସମ୍ପୂର୍ଣ୍ଣ ଭିନ୍ନ ଧାରାରେ ଚାଲିଥାଏ। ସେଥିପାଇଁ ଏଠାରେ ୨-୩ ବର୍ଷ ବୟସର ପିଲାମାନେ ନିଜେ ବାହାରକୁ ଯାଇ ସପିଂ କରିଥାନ୍ତି। ଏଠାରେ ବହୁ ଛୋଟ ବୟସରୁ ପିଲାମାନଙ୍କୁ ଏକାକୀ ଘରୁ ବାହାରକୁ ଯିବାକୁ ତାଲିମ ଦିଆଯାଏ।ଆପଣ ଏହା ଶୁଣି ଆଶ୍ଚର୍ଯ୍ୟ ହେଉଥିବେ ନିଶ୍ଚୟ। ଯେତେବେଳେ ଆମ ଦେଶରେ ଯୁବା ବୟସ ପର୍ଯ୍ୟନ୍ତ ପିଲାମାନଙ୍କ ହାତଧରି ମା’ ବାପା ରାସ୍ତା ପାର କରୁଛନ୍ତି ସେତେବେଳେ ମାତ୍ର ୨-୩ ବର୍ଷ ବୟସରେ ଜାପାନୀ ପିଲାମାନେ ଏକାକୀ ବଜାରରେ ପହଞ୍ଚି ଗୁରୁତ୍ୱପୂର୍ଣ୍ଣ ସପିଂ କରିବା ଓ ସୁରକ୍ଷିତ ଘରକୁ ଫେରିବା ଆଶ୍ଚର୍ଯ୍ୟ କଥା ନିଶ୍ଚୟ । ସ୍ନେହ-ଦୟା ସହିତ, ଜାପାନୀ ମମିମାନେ ସେମାନଙ୍କ ପିଲାଙ୍କୁ ଦାୟିତ୍ୱ ଏବଂ ଆତ୍ମନିର୍ଭରଶୀଳତା ଶିଖାନ୍ତି। ଜାପାନର ଏହି ସଂସ୍କୃତି ଉପରେ ଆଧାରିତ ଏକ ଜାପାନୀ ସିରିଜ୍ ଓଲ୍ଡ ଏନ୍ଫ୍ ଇଣ୍ଟରନେଟରେ ଭାଇରଲ ହେବା ସହ ବେଶ ପ୍ରଶଂସା ସାଉଣ୍ଟୁଛି। ଏଠାରେ ପିଲାମାନେ ବାପା ମା’ଙ୍କ ବିନା ଏକା ବଜାରକୁ ଯାଇ କିଣାକିଣି କରି ଫେରନ୍ତି।ପିଲାମାନେ ସ୍କୁଲରୁ ଘର ସବୁଠି ପାଆନ୍ତି ତାଲିମ:୨-୩ ବର୍ଷର ପିଲାମାନେ ଆରାମରେ ନିଜର ମନ କଥା ପ୍ରକାଶ କରି ସପିଂ କରିପାରିନ୍ତି। ଘରର ଜିନିଷଠାରୁ ଆରମ୍ଭ କରି ଫୁଲ ଏବଂ ଚକୋଲେଟ୍ ପର୍ଯ୍ୟନ୍ତ ସବୁକିଛି କିଣି ଜାଣନ୍ତି ସେମାନେ। ଯଦି ପିଲାମାନେ ଏପରି ଜିନିଷକୁ ଭୟ କରନ୍ତି, ତେବେ ଜାପାନୀ ମମି ସେମାନଙ୍କୁ ଅଟକାନ୍ତି ନାହିଁ, ବରଂ ସେମାନଙ୍କୁ ସାହସ ଦିଅନ୍ତି। ଉଲ୍ଲେଖଥାଉ କି, ଜାପାନର ବିଦ୍ୟାଳୟରେ ମଧ୍ୟ ପିଲାମାନଙ୍କୁ ଆତ୍ମନିର୍ଭରଶୀଳତା ବିଷୟରେ ଖୁବ୍ ଛୋଟ ବୟସରୁ ଶିଖାଯାଏ। ଯେଉଁଠାରେ ସେମାନେ ଅଧ୍ୟୟନ କରନ୍ତି ସେହି ସ୍ଥାନ ସଫା ସୁତାର ରଖିବା ସହ ଶାରୀରିକ ମାନସିକ ଅନୁଶାସନକୁ ଅନୁସରଣ ଆଦି ପିଲାମାନେ ନିଜେ ବିଦ୍ୟାଳୟରୁ ଶିଖନ୍ତି । ସେମାନଙ୍କ ଶୃଙ୍ଖଳିତ ଜୀବନଶୈଳୀ ପାଇଁ ଜାପାନୀ ଲୋକଙ୍କୁ ସେମାନଙ୍କ ବୟସରୁ ଵୈଷୟିକ ବୁଝାମଣା ପର୍ଯ୍ୟନ୍ତ କେହି ହରେଇବା ସହଜ ନୁହେଁ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: