ରାଜ୍ଯରେ ଆଜି ଶେଷ ପର୍ଯ୍ଯାୟ ମତଦାନ

ରାଜ୍ଯରେ ଆଜି ଶେଷ ପର୍ଯ୍ଯାୟ ମତଦାନ

ପ୍ରିଜମ ନ୍ୟୁଜ ବ୍ୟୁରୋ: ପଞ୍ଚାୟତ ନିର୍ବାଚନର ଆଜି ହେଉଛି ଶେଷ ତଥା ପଞ୍ଚମ ପର୍ଯ୍ୟାୟ ଭୋଟ ଗ୍ରହଣ। ଏହି ପର୍ଯ୍ୟାୟରେ ୨୫ଟି ଜିଲ୍ଲାର ୪୮ଟି ବ୍ଲକରେ ମତଦାନ କରାଯିବ । ଆଜି ସକାଳ ସାତଟାରୁ ଏହି ମତଦାନ ପକ୍ରିୟା ଆରମ୍ଭ ହୋଇଛି। ଏ ନେଇ ରାଜ୍ୟ ନିର୍ବାଚନ କମିଶନରଙ୍କ ତରଫରୁ ୧୩୫୧୪ଟି ବୁଥ କରାଯାଇଛି। ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ କରିବା ପାଇଁ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଛି।ଶେଷ ପର୍ଯ୍ୟାୟରେ ୧୩୧ଟି ଜିଲ୍ଲା ପରିଷଦ ଜୋନରେ ନିର୍ବାଚନ କରାଯିବ। ଏଥିପାଇଁ ମୋଟ ୫୨୦ ଜଣ ପ୍ରାର୍ଥୀ ପ୍ରତିଦ୍ବିନ୍ଦିତା କରୁଛନ୍ତି। ସେହିପରି ୯୭୫ଟି ଗ୍ରାମ ପଞ୍ଚାୟତରେ ଏହି ଭୋଟ ଗ୍ରହଣ ହେବ। ଶେଷ ପର୍ଯ୍ୟାୟରେ ୪୧ଲକ୍ଷ ୮୮ ହଜାର ୩୮୨ ଜଣ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ। ଏହି ଭୋଟ ଗ୍ରହଣ ସରିବା ପରେ ଆସନ୍ତା ୨୬ ତାରିଖରୁ ପର୍ଯ୍ୟାୟ କ୍ରମେ ଗଣତି ଆରମ୍ଭ ହେବ। ଏହି ଗଣତି ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: