ଫେରି ଆସିଲା ଏୟାର ଇଣ୍ଡିଆ ବିମାନ

ଫେରି ଆସିଲା ଏୟାର ଇଣ୍ଡିଆ ବିମାନ

ପ୍ରିଜମ ନ୍ୟୁଜ ବ୍ୟୁରୋ: ୟୁକ୍ରେନ୍ ଓ ଋଷର ଯୁଦ୍ଧ ଭୟଙ୍କର ହେବାରେ ଲାଗିଛି। ୟୁକ୍ରେନରେ ଫସି ରହିଛନ୍ତି ଅନେକ ଭାରତୀୟ। ସେଠାରେ ପଢୁଥିବା ଅନେକ ଛାତ୍ରଛାତ୍ରୀଙ୍କ ଜୀବନ ଏବେ ସଙ୍କଟରେ। ତେବେ ତାଙ୍କୁ ଫେରାଇ ଆଣିବାକୁ ଯାଇଥିବା ଏୟାର୍‌ ଇଣ୍ଡିଆ ବିମାନ ଫେରି ଆସିଛି। ରୁଷ୍‌ ଆକ୍ରମଣ ହେତୁ ବେସାମରିକ ବିମାନ ଚଳାଚଳ ପାଇଁ ୟୁକ୍ରେନ୍‌ ଆକାଶ ମାର୍ଗ ବନ୍ଦ କରିଦେବାରୁ ସେଠାରେ ଥିବା ଭାରତୀୟ ନାଗରିକମାନଙ୍କୁ ଆଣିବାକୁ ଯାଇଥିବା ଏହି ବିମାନ ଫେରି ଆସିଛି ।ରୁଷ୍‌ ଓ ୟୁକ୍ରେନ୍‌ ଯୁଦ୍ଧ ଲାଗିବା ଆଶଙ୍କାରେ ସ୍ବଦେଶ ଫେରିଆସିବା ଲାଗି ଓଡ଼ିଆଙ୍କ ସମେତ ହଜାର ହଜାର ଭାରତୀୟ ୟୁକ୍ରେନ୍ ବିମାନ ବନ୍ଦରରେ ଅପେକ୍ଷା କରିଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ଡାକ୍ତରୀ ପଢ଼ିବାକୁ ୟୁକ୍ରେନ୍‌ ଯାଇଥିବା ଓଡ଼ିଆ ଯୁବକଯୁବତୀଙ୍କ ଫେରିବା ନେଇ ସମ୍ପ୍ରତି ଅନିଶ୍ଚିତତା ଦେଖାଦେଇଛି । ଘରେ ଚିନ୍ତିତ ପିତାମାତା ଓ ଅଭିଭାବକ ସେମାନଙ୍କ ଫେରିବା ପଥକୁ ଚାହିଁ ବସିଛନ୍ତି ।ୟୁକ୍ରେନ୍‌ ଅଭିମୁଖେ ପ୍ରେରିତ ସମସ୍ତ ବିମାନ ପ୍ରତି ‘ନୋଟାମ୍‌’ (ବିମାନଚାଳକମାନଙ୍କ ପ୍ରତି ନୋଟିସ୍‌) ଜାରି ହେବା ପରେ ଦିଲ୍ଲୀ ଫେରି ଆସିବାକୁ ଏୟାର୍‌ ଇଣ୍ଡିଆ ବିମାନ ସ୍ଥିର କରିଥିଲା ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: