ବିରାଟ ଫିକ୍ସିଂ ? ଟୁଇଟର ୟୁଜରଙ୍କ ଟୁଇଟ୍ ହେଲା ସତ

ବିରାଟ ଫିକ୍ସିଂ ? ଟୁଇଟର ୟୁଜରଙ୍କ ଟୁଇଟ୍ ହେଲା ସତ

ପ୍ରିଜମ ନ୍ଯୁଜ ବ୍ଯୁରୋ : ଟୁଇଟର ୟୁଜର ଶ୍ରୁତିଙ୍କ ଟୁଇଟ୍ ହେଲା ସତ। ଶତକ ହାସଲ ପୂର୍ବରୁ ଆଉଟ ହେଲେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି । କ୍ୟାରିୟରର ୧୦୦ତମ ଟେଷ୍ଟର ପ୍ରଥମ ଇନିଂସରେ ବହୁ ପ୍ରତୀକ୍ଷୀତ ଶତକ ହାସଲ କରିବାରୁ ସେ ବଂଚିତ ହୋଇଛନ୍ତି । ସେ ୪୫ ରନ କରି ଲାସିଥ ଏମବୁଲଦେନିୟାଙ୍କ ବଲରେ ବୋଲ୍ଡ ହୋଇ ଯାଇଥିଲେ ।

ତେବେ କୋହଲି ତାଙ୍କ ୧୦୦ତମ ଟେଷ୍ଟରେ ଶତକ ହାସଲ କରିପାରିବେ ନାହିଁ ଏବଂ ଏମବୁଲଦେନିୟାଙ୍କ ବୋଲିଂରେ ଆଉଟ ହେବେ ବୋଲି ଶ୍ରୁତି ନାମକ ଟୁଇଟର ୟୁଜର ମ୍ୟାଚର ପୂର୍ବ ଦିନ ୧୨.୪୬ ମଧ୍ୟରାତ୍ରରେ ଲେଖିଥିଲେ ।
ଏହା ବ୍ୟତୀତ ୪୫ ରନ କରିବେ ଏବଂ ୧୦୦ ବଲର ସାମ୍ନା କରିବେ ବୋଲି ଉଲ୍ଲେଖ କରିଥିଲେ ।

କୋହଲି ୭୬ ବଲ ଖେଳି ଆଉଟ ହୋଇଥିଲେ । ଟିମ୍ ଇଣ୍ଡିଆର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହ୍ୱାଗ ଶ୍ରୁତିଙ୍କ ଟୁଇଟକୁ ରିଟୁଇଟ କରି ୱାଃ ବୋଲି ଲେଖିଛନ୍ତି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: