ଖାରକିଭରୁ ଫେରୁଛନ୍ତି ଓଡ଼ିଆ

ଖାରକିଭରୁ ଫେରୁଛନ୍ତି ଓଡ଼ିଆ

ପ୍ରିଜମ ନ୍ୟୁଜ ବ୍ୟୁରୋ: ଉଦ୍ଧାର ହେଉଛନ୍ତି ଓଡିଆ। ଋଷ୍ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଥିବା ବେଳେ ୟୁକ୍ରେନରେ ଫସିଥିବା ଓଡିଆଙ୍କ ଉଦ୍ଧାର ପ୍ରକ୍ରିୟା ଚାଲିଛି । ଯୁଦ୍ଧ ଅଞ୍ଚଳ ଖାରକିଭ୍ ଓ ପେସୋଚିନରେ ବର୍ତ୍ତମାନ ସୁଦ୍ଧା ଫସିଯାଇଥିବା ଆହୁରି ଅନେକ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରିବା ଲାଗି ସରକାର ଉଦ୍ୟମ ଚଳାଇଛନ୍ତି । ସେମାନଙ୍କୁ ଆଜି ସ୍ୱତନ୍ତ୍ର ବସ ସାହାଯ୍ୟରେ ପଶ୍ଚିମ ୟୁକ୍ରେନ ସୀମାଙ୍କୁ ଆଣିବା ପାଇଁ ସଫଳ ହୋଇଛନ୍ତି । ସେହି ଅଞ୍ଚଳରେ ଥିବା ଅନ୍ୟ ଛାତ୍ରଛାତ୍ରୀ ମାନଙ୍କୁ ବିମାନ ଯୋଗେ ଉଦ୍ଧାର କରିବା ପାଇଁ ପକ୍ରିୟା ଜାରି ରହିଛି । ସୂଚନା ଅନୁସାରେ ଏପର୍ଯ୍ୟନ୍ତ ୧୯୯ ଜଣ ଛାତ୍ରଛାତ୍ରୀ ଭାରତରେ ପହଁଞ୍ଚିସାରିଲେଣି । ସବୁ ଓଡିଆ ପିଲା ନିରାପଦ ଭାବରେ କିପରି ଉଦ୍ଧାର ହେବେ ସେନେଇ ଓଡିଶା ସରକାର ଉଦ୍ୟମ ଜାରି ରଖିଛନ୍ତି । କେନ୍ଦ୍ର ସରକାର ଓ ରାଜ୍ୟ ସରକାର ସମନ୍ୱୟ ରକ୍ଷା କରି ଭାରତୀୟ ଛାତ୍ରଛାତ୍ରୀଙ୍କୁ ଭାରତ ଫେରାଇ ଆଣିବା ପାଇଁ ଜାରି ରଖିଛନ୍ତି ଉଦ୍ୟମ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: