ଭାଗ୍ୟ ବଦଳାଇ ଦେଲା ପଥର, ମେଷପାଳକ ହେଲେ କୋଟିପତି

ଭାଗ୍ୟ ବଦଳାଇ ଦେଲା ପଥର, ମେଷପାଳକ ହେଲେ କୋଟିପତି

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: କଥାରେ ଅଛି, ଯେତେବେଳେ ଈଶ୍ୱର ଦିଅନ୍ତି ଛପର ଫାଡ଼ି ଦିଅନ୍ତି। ସେମିତି  ବ୍ରିଟେନର କାଁଟସଓ୍ବାଲ୍ଡସ୍ କୋଟସ୍ୱୋଲ୍ଡ ଗ୍ରାମାଞ୍ଚଳରେ ଜଣେ ମେଷପାଳକଙ୍କ ଭାଗ୍ୟ ମଧ୍ୟ ସମାନ ଭାବେ ବଦଳିଛି । ହଠାତ୍, ଏହି ମେଷପାଳକର ହାତରେ ଦୁଇଟି ଛୋଟ ଉଲକାଖଣ୍ଡ ଲାଗିଥିଲା । ଯାହାକି ଏକ କୋଟି ଟଙ୍କା ବୋଲି ଆକଳନ କରାଯାଇଥିଲା, କିନ୍ତୁ ମେଷପାଳକ ଏହାକୁ ସଂଗ୍ରହାଳୟକୁ ଦାନ କରିଥିଲେ। ଏହି ଉଲକା ଖଣ୍ଡ ପ୍ରାୟ ୪ ବିଲିୟନ ବର୍ଷ ପୁରୁଣା ଏବଂ ଏହାର ସାହାଯ୍ୟରେ ମହାକାଶରେ ଜୀବନର ସମ୍ଭାବନା ରହସ୍ୟ ଉନ୍ମଚନ ହୋଇପାରିବ ବୋଲି କୁହାଯାଇଛି ।

ଏହି ପଥରର ଖଣ୍ଡଗୁଡ଼ିକୁ ଦେଖିବାକୁ ଏକ ସାଧାରଣ ପଥର ପରି । କିନ୍ତୁ ବାସ୍ତବରେ ଏହା ବହୁତ ମୂଲ୍ୟବାନ ଥିଲା । ଏହି ପଥର ଖଣ୍ଡଗୁଡ଼ିକ ଗତ ୪ ବିଲିୟନ ବର୍ଷ ଧରି ମହାକାଶରେ ଭାସି ବୁଲୁଥିଲା । କିନ୍ତୁ ଚଳିତ ବର୍ଷ ଫେବୃଆରୀ ମାସରେ ଏହା ପୃଥିବୀ ଉପରେ ପଡିଥିଲା। ଯାହାକୁ ମେଣ୍ଢା ଚରାଳୀ ଜମିରୁ ପାଇଥିଲେ । ତାହାର ମୂଲ୍ୟ ଏକ କୋଟି ଟଙ୍କା ବୋଲି ଆକଳନ କରାଯାଇଥିଲା, କିନ୍ତୁ ମେଷପାଳକ ଏହାକୁ ଦାନ କରିଥିଲେ। ବର୍ତ୍ତମାନ ମେ ୧୭ ତାରିଖରୁ ଏହି ପଥରଗୁଡିକ Natural History Museumରେ ପ୍ରଦର୍ଶିତ ହେବ ।

ଏହି ସ୍ପେସ୍ ପଥରର ନାମ ହେଉଛି ‘Winchcombe meteorite’  । ଏହା ଏକ ବିରଳ ମେଟେରାଇଟ୍ । ଏହାକୁ ଏକ ପ୍ରକାର କାର୍ବୋନେସିୟସ୍ କୋଣ୍ଡ୍ରାଇଟ୍ କୁହାଯାଏ । କୁହାଯାଉଛି ଯେ, ଗତ ୩୦ ବର୍ଷ ମଧ୍ୟରେ ବ୍ରିଟେନରେ ଏହା ପ୍ରଥମ ପଥର ଅଟେ । ନାରଙ୍ଗୀ ଏବଂ ଧଳା ରଙ୍ଗର ନିଆଁ ଗୁଲା ହୋଇ ଆକାଶରୁ ଖସି ଆସୁଥିବା ଏହି ଉଲକାପିଣ୍ଡ ସିକ୍ୟୁରିଟି କ୍ୟାମେରାରେ କଏଦ ହୋଇଥିଲା । ଏହା ପୂର୍ବରୁ ଏହି ପଥର କେବେ ବି ଜମିରୁ ମିଳିନଥିଲା ।

     କୁହାଯାଉଛି ଯେ ଏହି ପଥର ଚଳିତ ବର୍ଷ ଫେବୃଆରୀରେ ବ୍ରିଟେନର ଏହି ଗାଁରେ ପଡିଛି। ମେଷପାଳକ ଏହା ପଡ଼ିବାର ଏକ ଉଚ୍ଚ ସ୍ୱର ଶୁଣିଥିଲେ । ସେ ଭୂମିରେ ପହଞ୍ଚିବା ପରେ ୧୦୩ କେଜି ପଥର ପାଇଥିଲେ । ମେଷପାଳକ ଜଣକ ୫୭ ବର୍ଷିୟ ଭିକ୍ଟୋରିଆ ବଣ୍ଡ ବୋଲି ଜଣାପଡିଛି । ସେ କହିଥିଲେ ଯେ, ପଥର ଖସିଯିବା ପରେ ପ୍ରାୟ ପାଞ୍ଚରୁ ସାତଜଣ ବୈଜ୍ଞାନିକ ତାଙ୍କ ଘରେ ପହଞ୍ଚିଥିଲେ । ସେ ପଥର ବଦଳରେ ମେଷପାଳକଙ୍କୁ ଏକ କୋଟି ଟଙ୍କା ଦେବାକୁ ପ୍ରସ୍ତାବ ଦେଇଥିଲେ, କିନ୍ତୁ ଯେତେବେଳେ ମେଷପାଳକ ଜାଣିବାକୁ ପାଇଲେ ଯେ ଏହା ପାଣିପାଗ ସ୍ଥାନ ବିଷୟରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇପାରେ, ସେତେବେଳେ ସେ ଏହାକୁ ଦାନ କରିଥିଲେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: