ହେୟାର ଷ୍ଟାଇଲ୍ ଦେଖି ଖପ୍ପା ଶିଶୁ, ସେଲୁନକୁ ଡାକିଲା ପୋଲିସ

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ପିଲାମାନେ ଅତ୍ୟନ୍ତ କୋମଳ ମତି ହୋଇଥାନ୍ତି। ଛୋଟ ଛୋଟ କଥାରେ ହସନ୍ତି, ରୁଷନ୍ତି। ତାଙ୍କୁ ଯଦି କୌଣସି କଥା ପସନ୍ଦ ନ ଆସିଲା, ତାହାଲେ କଥା ସରିଲା। ସେହିଭଳି ଚାଇନାରେ ଜଣେ ଶିଶୁ ତାଙ୍କର ନୂଆ ହେୟାର ଷ୍ଟାଇଲ୍ ଉପରେ ଏତେ ରାଗିଯାଇ ଥିଲେ ଯେ, ଦୋକାନୀକୁ ଗିରଫ କରିବା ପାଇଁ ପୋଲିସକୁ ଡାକିଥିଲେ। ଚୀନ୍‌ର ଦକ୍ଷିଣ-ପଶ୍ଚିମ ଅଞ୍ଚଳର ଅଂସୁନ୍ ସହରରେ ଏହି ଘଟଣା ଘଟିଛି। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପୋଲିସ ସେଠାରେ ପହଞ୍ଚି ଘଟଣାର ସମାଧାନ କରିଥିଲା ।

ଯେତେବେଳେ ଭଣ୍ଡାରି ଏହି ଶିଶୁର କେଶ କାଟିଥିଲେ, ସେ ଦର୍ପଣରେ ନିଜ କେଶକୁ ଭଲ ଭାବରେ ଦେଖିବା ଆରମ୍ଭ କରିଥିଲେ। ତେବେ ପିଲାଟି କ୍ରମାଗତ ଭାବରେ ଦର୍ପଣରେ ତାର ଚେହେରା ଦେଖିବା ପରେ ହେୟାର୍ ଷ୍ଟାଇଲ ଦେଖି ନିରାଶ ହେବାକୁ ଲାଗିଥିଲା। ତା ପରେ ରାଗି ଯାଇଥିଲେ ।. କିନ୍ତି ସମୟ ପରେ ଶିଶୁର କ୍ରୋଧ ଶାନ୍ତ ହୋଇଯାଇତିଲେ ବି  ସେ ଭାବପ୍ରବଣ ହୋଇଯାଇଥିଲେ । ପରେ ପିଲାଟି ଜୋରରେ ପାଟି କରିବାକୁ ଲାଗିଲା ଏବଂ ନିଜ କେଶରେ ହାତ ବୁଲାଇବାକୁ ଲାଗିଲା ଏବଂ ସେ ପୋଲିସକୁ ଫୋନ୍ କରି ଡାକିଥିଲେ । କିଛି ସମୟ ପରେ ପୋଲିସ ସେଲୁନରେ ପହଞ୍ଚିଥିଲା ଏବଂ ଯେତେବେଳେ ପୋଲିସ ଘଟଣାଟିକୁ ସମ୍ପୂର୍ଣ୍ଣ ଭାବେ ବୁଝିବାକୁ ଲାଗିଲା ସେତେବେଳେ ସେମାନେ ଆଶ୍ଚର୍ଯ୍ୟ ହୋଇଥିଲେ। ଶିଶୁର ବଡ ଭଉଣୀକୁ ପୋଲିସ ପଚାରିଥିଲେ ଯେ, ସେ କାହିଁକି ଏଥିରେ ହସ୍ତକ୍ଷେପ କଲେ ନାହିଁ? ଏହା ପରେ ଝିଅଟି ପୋଲିସକୁ ପ୍ରତିଶ୍ରୁତି ଦେଇଥିଲା ଯେ, ସେ ତାଙ୍କ ଭାଇଙ୍କୁ ବୁଝାଇବେ ଏବଂ ଏହା ମଧ୍ୟ କହିବେ ଯେ, ଏପରି ଛୋଟ ପ୍ରସଙ୍ଗରେ ପୋଲିସକୁ ଡାକିବା ଦ୍ୱାରା ସେମାନଙ୍କର ସମୟ ନଷ୍ଟ ହୋଇଥାଏ । ଯଦି କୌଣସି ଅସୁବିଧା ଥାଏ ତେବେ ପୋଲିସ ପରିବର୍ତ୍ତେ ପିତାମାତାଙ୍କୁ ଜଣାଇବା ଦରକାର । ତେବେ ଶିଶୁର ଏଭଳି କାର୍ଯ୍ୟକଳାପରେ ପୋଲିସ ହୁଏତ ଅସୁବିଧାରେ ପଡିଥାଇପାରେ, କିନ୍ତୁ ଅନେକ ଲୋକ ଏହି ଶିଶୁକୁ ସୋସିଆଲ ମିଡିଆରେ ସମର୍ଥନ କରିଥିବାର ଦେଖିବାକୁ ମିଳିଛି ।ଘଟଣା ଚାଇନାର ସୋସିଆଲ ମିଡିଆ ସାଇଟ୍ ୟିବୋରେ ବହୁତ ଟ୍ରେଣ୍ଡ ହେବାକୁ ଲାଗିଛି। ଅନେକ ଲୋକ ଏହି ଶିଶୁକୁ ସମର୍ଥନ କରି କହିଛନ୍ତି ଯେ, ଏକ ଛୋଟ ପିଲା ଭାବି ବଡ଼ ଲୋକଙ୍କୁ ଏହା ହାଲୁକା ଭାବେ ନେବା ଉଚିତ୍ ନୁହେଁ। ସେହିଭଳି ଜଣେ ବ୍ୟକ୍ତି କହିଛନ୍ତି ଯେ, ଯେଉଁ ପିଲା ନିଜ ମତକୁ ନେଇ ସ୍ୱର ଉତ୍ତୋଳନ କରନ୍ତି, ତାହା ତାଙ୍କ ଆତ୍ମବିଶ୍ୱାସକୁ ଦର୍ଶାଏ ।

Leave a Reply

Your email address will not be published. Required fields are marked *