ଏଲିଏନଙ୍କ ସହ ଯୋଗାଯୋଗ ମଣିଷ ଧ୍ଵଂସର କାରଣ ହୋଇପାରେ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଏଲିଏନମାନଙ୍କୁ ନେଇ ପୁଣି ଏବେ ଏକ ଚର୍ଚ୍ଚା ଜୋର୍ ଧରିଛି। ଏଲିଏନମାନଙ୍କୁ ନେଇ ଅଧିକରୁ ଅଧିକ ଗବେଷଣାମଧ୍ୟ ଜାରି ରହିଥିବା ବେଳେ ବିଶେଷଜ୍ଞ ଦେଇଛନ୍ତି ଛାତି ଥରା ବୟାନ। ଏଲିଏନମାନଙ୍କୁ ନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ଏବଂ ଠୋସ୍ ସୂଚନା ମିଳିପାରି ନଥିବା ବେଳେ ବର୍ଷ ବର୍ଷ ଧରି ଅନେକ ବୈଜ୍ଞାନିକ ସେମାନଙ୍କ ବିଷୟରେ ଜାଣିବାକୁ ଚେଷ୍ଟା କରୁଛନ୍ତି। ହେଲେ ବର୍ତ୍ତମାନ ଜଣେ ପ୍ରସିଦ୍ଧ ପଦାର୍ଥ ବିଜ୍ଞାନୀ ବିଶ୍ଵର ଅନ୍ୟ ବୈଜ୍ଞାନିକମାନଙ୍କୁ ଚେତାବନୀ ଦେଇଛନ୍ତି ଯେ ଯଦି ସେମାନେ ଏଲିଏନମାନଙ୍କ ସହିତ ଯୋଗାଯୋଗ ବନ୍ଦ ନକରନ୍ତି, ତେବେ ବଡ଼ ବିପଦରେ ପୃଥିବୀ ଆଉ ମଣିଷ ସମାଜ ପଡିପାରେ। ପଦାର୍ଥ ବିଜ୍ଞାନୀ ମାର୍କ ବଚାନନ୍ ୱାଶିଂଟନ୍ ପୋଷ୍ଟକୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି ଯେ ଅତୀତରେ ଆମେରିକାର ଅନେକ ନୌସେନା ଅଧିକାରୀ UFO ଦେଖିଥିବାର ଦାବି କରିଥିଲେ। ଏହା ସହିତ ଅନେକ ଲୋକ ଏଲିଏନମାନଙ୍କୁ ଦେଖିଥିବାର ମଧ୍ୟ ଦାବି କରିଛନ୍ତି, କିନ୍ତୁ ସ୍ଵଭାଗ୍ୟବଶତଃ , ଏପର୍ଯ୍ୟନ୍ତ ଏଲିଏନମାନଙ୍କ ସହିତ ସିଧାସଳଖ ଯୋଗାଯୋଗର କୌଣସି ମାମଲା ସାମ୍ନାକୁ ଆସିନାହିଁ। କିନ୍ତୁ ଭବିଷ୍ୟତରେ ଯଦି ଏହା ଘଟେ ତେବେ ଏହା ମଣିଷ ପାଇଁ ଶେଷ ଦିନ ହୋଇପାରେ ବୋଲି ସେ କହିଛନ୍ତି।
ମାର୍କ ଚେତାବନୀ ଦେଇଛନ୍ତି ଯେ ଯଦି ମଣିଷ ବଞ୍ଚିବାକୁ ଚାହୁଁଛି, ତେବେ ଯଥାଶୀଘ୍ର ଏଲିଏନମାନଙ୍କ ସହ ସମ୍ପର୍କ କିମ୍ବା ଯୋଗାଯୋଗ କରିବାକୁ ଚଲାଇ ଥିବା ଉଦ୍ୟମ ବନ୍ଦ କରିବାକୁ ହେବ। ମାର୍କ ଏହାମଧ୍ୟ କହିଛନ୍ତି ଯେ ଯେତେବେଳେ ଖ୍ରୀଷ୍ଟୋଫର୍ କଲମ୍ବସ୍ ଉତ୍ତର ଆମେରିକା ଯାଇଥିଲେ ସେତେବେଳେ ସେଠାରେ ଅନେକ ଜନଜାତି ବିଲୋପ ହୋଇଥିଲେ। ସେହିଭଳି, ଯଦି ଏଲିଏନମାନେ ପୃଥିବୀକୁ ଆସନ୍ତି, ତେବେ ଅନେକ ଅପ୍ରୀତିକର ଘଟଣା ଘଟିପାରେ। ଏଥିରେ ମଣିଷର ବିନାଶ ମଧ୍ୟ ଅନ୍ତର୍ଭୁକ୍ତ।
ମାର୍କ କହିଛନ୍ତି ଯେ ଯଦି ଏଲିଏନମାନେ ଅନ୍ୟ ଗ୍ରହରେ ଅଛନ୍ତି, ତେବେ ସେମାନେ ମଣିଷଙ୍କ ଆଗରୁ ଅଛନ୍ତି। ଏପରି ପରିସ୍ଥିତିରେ, ଯଦି ଏଲିଏନମାନେ ପୃଥିବୀ ପୃଷ୍ଠକୁ ଆସନ୍ତି, ତେବେ ସେମାନେ ପୃଥିବୀରେ ବିପଦ ବିନା ଆଉ କିଛି କରିବେନି। ବୋଧହୁଏ ସେମାନଙ୍କ ପାଖରେ ଏପରି ଅସ୍ତ୍ର ଅଛି, ଯାହା ମଣିଷକୁ ନଷ୍ଟ କରିପାରେ। ଆମେରିକୀୟ ଜ୍ୟୋତିର୍ବିଜ୍ଞାନୀ ଡଗଲାସ୍ ଭାକୋଚ୍ ମଧ୍ୟ ମାର୍କରଙ୍କ ଏହି କଥାକୁ ସମର୍ଥନ କରନ୍ତି। ସେ କହିଛନ୍ତି ଯେ ଏଲିଏନମାନେ ପୃଥିବୀ ପ୍ରତି ବିପଦ ସୃଷ୍ଟି କରିପାରନ୍ତି। ତେଣୁ ଆମେ ଏହାକୁ ଅଣଦେଖା କରିବା ଉଚିତ୍ ନୁହେଁ। ତେବେ ଏହି ଘଟଣାଟି ବିଶ୍ଵର ବୈଜ୍ଞାନିକମାନଙ୍କ ପାଇଁ ଏବେ ଦ୍ଵନ୍ଦ ସୃଷ୍ଟି କରିଛି।

Leave a Reply

Your email address will not be published. Required fields are marked *