‘ସୋନେ କେ ପାନ’ ଖାଇବାକୁ ପ୍ରବଳ ଭିଡ଼

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଭାରତର ବିଭିନ୍ନ ଅଞ୍ଚଳରେ ପାନ ଖାଇବାର ପରମ୍ପରା ପିଢ଼ି ପରେ ପିଢ଼ି ଚାଲି ଆସୁଛି। ଓଡ଼ିଆଙ୍କର ପଖାଳ ପରି ପାନ ବି ଜୀବନ ଧନ ହୋଇଥାଏ । ପାନ ଖିଲଟିଏ ଖାଇ ଦେଇ ଯୋଉଁ ଠାଣି ବାହାରେ ତାର ରଙ୍କ ରୂପ ସତରେ ନିଆରା । ଆମ ମହାପ୍ରଭୁ ଜଗନ୍ନାଥ ମଧ୍ୟ ପ୍ରତିଦିନ ପାନ ଖାଇଥାନ୍ତି। ସେହିଭଳି ବନାରସ ଓ ଦେଶର ଅନ୍ୟ ସ୍ଥାନ ମାନଙ୍କରେ ଲୋକମାନେ ପାନ ଖାଇବାକୁ ବେଶ ଉପଭୋଗ କରଥାନ୍ତି। ତେବେ ଆଜି ଆମେ ଆମ ଆପଣଙ୍କୁ ଏକ ନିଆରା ପାନ ବିଷୟରେ କହିବୁ ଯାହାର ସ୍ୱାଦ ତ ସ୍ବାଦ, ତାର ଟିକିଏ ଝଲକ ପାଇଁ ପ୍ରବଳ ଭିଡ଼ ଲାଗୁଛି । ଏହି ପାନ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ୍ ହେବାରେ ଲାଗିଛି।
ତେବେ ଦିଲ୍ଲୀର ଏକ ପାନ ପାର୍ଲରରେ ଏହି ସ୍ପେଶିଆଲ୍ ପାନ ମିଳୁଛି, ଯାହାର ନାମ ‘ସୋନ କେ ପାନ’ ରଖିଛନ୍ତି ପାର୍ଲର ମାଲିକ। ତେବେ ଏହି ସ୍ଵତନ୍ତ୍ର ପାନ ଖଣ୍ଡକୁ ଖାଇବା ପାଇଁ ଗ୍ରାହକଙ୍କୁ ୬୦୦ ଟଙ୍କା ଦେବାକୁ ପଡିଥାଏ। ‘ୟମୁ କି ପଞ୍ଚାୟତ’ ନାମକ ଏହି ଦୋକାନ କନାଟ୍ ପ୍ଲେସରେ ଅବସ୍ଥିତ। ଏବଂ ସେମାନଙ୍କର ସୋନେ କେ ପାନର ଭିଡିଓ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ, ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ।


ୟାମୁଙ୍କ ପଞ୍ଚାୟତ ଆକାଉଣ୍ଟରୁ ପୋଷ୍ଟ ହୋଇଥିବା ଏହି ଭିଡିଓ କ୍ଲିପ୍‌ରେ ଏହି ସ୍ଵତନ୍ତ୍ର ପାନ କିପରି ପ୍ରସ୍ତୁତ କରାଯାଉଛି ତାହା ଦେଖାଉଛନ୍ତି ଜଣେ ମହିଳା। ସେଥିରେ ମହିଳା ଜଣକ ଶୁଖିଲା ନଡ଼ିଆ, ଗୁଜୁରାତି, ମିଠା ଚଟନି, ଲବଙ୍ଗ ଏବଂ ଚେରି, ବିଟ୍ ସହିତ ବିଭିନ୍ନ ଉପାଦାନ ଦେଇ ଏହି ସୁନାର ପାନ ତିଆରି କରିଥିଲେ । ତେବେ ସବୁଠୁ ଆକର୍ଷଣୀୟ ଓ ଚମତ୍କାର ହେଉଛି, ପାନକୁ ଭାଙ୍ଗିବା ପାଇଁ ବ୍ୟବହାର ହୋଇଥିବା ସୁନାର ଲେପ। ଏହି ସୁନା ଜରି ଲେପ ଦେଇ ପାନକୁ ବନ୍ଦ କରିବା ସହ ତାକୁ ଚେରିରେ ସଜାଯାଇଥିଲ। ଏହାକୁ ପରଷିବା ପରେ ସେ କହିଥିଲେ ଯେ ଏହା ସତେଜ ଅଟେ। ଏହାସହ ଭିଡିଓ ପୋଷ୍ଟରରେ କ୍ୟାପସନରେ ଲେଖା ଅଛି, ‘ଏହି ରଫାଲୋ ଗୋଲ୍ଡ ପାନର ମୂଲ୍ୟ ୬୦୦ ଟଙ୍କା’।

Leave a Reply

Your email address will not be published. Required fields are marked *