EXCLUSIVE- ଏକାଠି ରହୁଥିଲେ ବାବୁସାନ ଓ ପ୍ରକୃତି, ଲୋକଙ୍କୁ ନେଇ ପହଞ୍ଚିଗଲେ ତୃପ୍ତୀ !

EXCLUSIVE- ଏକାଠି ରହୁଥିଲେ ବାବୁସାନ ଓ ପ୍ରକୃତି, ଲୋକଙ୍କୁ ନେଇ ପହଞ୍ଚିଗଲେ ତୃପ୍ତୀ !

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଘର ଚାରିକାନ୍ଥରୁ ବାହାରି ରାଜରାସ୍ତାରେ ଗଡ଼ିଲା ଷ୍ଟାର ଘର କଳି। ଓଡ଼ିଆ ସୁପରଷ୍ଟାର ବାବୁସାନଙ୍କ ସହ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ଦେଖି ରାସ୍ତାରେ ହାଇଡ୍ରାମା କଲେ ପତ୍ନୀ ତୃପ୍ତୀ। ଏପରିକି ରାସ୍ତା ଉପରେ ପତିଙ୍କ ସାର୍ଟ ଧରି ଝିଙ୍କିବା ସହ ଅଭିନେତ୍ରୀ ପ୍ରକୃତିଙ୍କ ଚୁଟି ଟାଣି ତାଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟୁଥିବାର ଭିଡିଓ ଏବେ ଭାଇରାଲ ହେଉଛି। ଏପରି ହାଇଡ୍ରାମା ରାଜଧାନୀରେ ଦେଖିବାକୁ ମିଳିଛି।

ପ୍ରିଜମ୍ ନ୍ୟୁଜର ସୂତ୍ର ଅନୁସାରେ, ଅଭିନେତା ବାବୁସାନ ମହାନ୍ତି ଓ ପ୍ରକୃତି ମିଶ୍ର କିଛିଦିନ ଧରି ସତ୍ୟନଗର ଅଞ୍ଚଳରେ ଏକାଠି ରହୁଥିଲେ। ଏପରିକି ପ୍ରକୃତିଙ୍କ ସହ ବାବୁସାନ ଏକାଠି ରହିବା ପରେ ସେ ନିଜ ଘରକୁ ମଧ୍ୟ ଯାଉ ନଥିଲେ। ଉଭୟ ଏକାଠି ରହୁଥିବା ବାବୁସାନଙ୍କ ପତ୍ନୀ ତୃପ୍ତୀ ସନ୍ଦେହ କରୁଥିଲେ। କିନ୍ତୁ କୌଣସି ପ୍ରମାଣ ନ ଥିବାରୁ ସେ ଚୁପ୍ ରହୁଥିଲେ ଏବଂ ସୁଯୋଗର ଅପେକ୍ଷାରେ ଥିଲେ। ଶନିବାର ଭୋରରୁ କିନ୍ତୁ ଚିତ୍ର ବଦଳି ଯାଇଥିଲା। କୌଣସି ମତେ ତୃପ୍ତୀ ଖବର ପାଇ ବାବୁସାନ ଓ ପ୍ରକୃତି ରହୁଥିବା ଘର ସାମ୍ନାରେ ପହଞ୍ଚି ଯାଇଥିଲେ। ତୃପ୍ତୀ ଏକାଠି ସେଠାକୁ ଆସି ନଥିଲେ। ଆଖପାଖର ଲୋକଙ୍କୁ ନେଇ ବାବୁସାନ ଓ ପ୍ରକୃତିଙ୍କ ଘର ସାମ୍ନାରେ ହାଜର ହୋଇଯାଇଥିଲେ। ଆଉ ଏହାପରେ ଆରମ୍ଭ ହୋଇଥିଲା ହାଇଭୋଲଟେଜ୍ ଡ୍ରାମା।
କେବେ ଭାଇରାଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ, ଏକ କାର୍‌ରେ ବାବୁସାନ ଓ ପ୍ରକୃତି ରାସ୍ତା ଉପରେ ଥିବା ବେଳେ ହଠାତ୍‌ ଅତର୍କିତ ଭାବେ ତାଙ୍କ ପତ୍ନୀ ସେଠାରେ ପହଞ୍ଚିଗଲେ। ଏହାପରେ ଆରମ୍ଭ ହୋଇଗଲା ହାଇ ଭୋଲଟେଜ ଡ୍ରାମା । ମହିଳାଜଣଙ୍କ କାର୍‌ ଡୋର ଖୋଲି ନିଜ ପତିଙ୍କ ସାର୍ଟ ଟାଣି ତାଙ୍କୁ ବାହାରକୁ ଆଣିଥିଲେ। ଏହାପରେ ସାଇଡ ସିଟ୍‌ରେ ଥିବା ପ୍ରକୃତିଙ୍କୁ ସେ ଗାଳି କରିବା ସହ ତାଙ୍କ ଉପରେ ପ୍ରବଳ ବର୍ଷିଥିଲେ। ଏପରିକି ପ୍ରକୃତିଙ୍କ ଚୁଟି ମଧ୍ୟ ସେ ଟାଣିଥିଲେ। ଏହାପରେ ଯେଣତେଣ ପ୍ରକାରେ ବାବୁସାନଙ୍କ ପତ୍ନୀଙ୍କ କବଳରୁ ଦୌଡ଼ି ପଳାଇଥିଲେ ପ୍ରକୃତି। ଏହି ସମୟରେ ପ୍ରକୃତିଙ୍କ ପାଖରେ ଏକ ଅଟୋ ମଧ୍ୟ ଥିଲା। ସେଠାକୁ ମଧ୍ୟ ପହଞ୍ଚି ଯାଇଥିଲେ ତୃପ୍ତୀ। ଆଉ ସେଠାରେ ପ୍ରକୃତିଙ୍କୁ ଏକ ଚାପୁଡ଼ା ମାରିବାକୁ ଚେଷ୍ଟା କରିଥିଲେ ତୃପ୍ତୀ। ପ୍ରକୃତିଙ୍କୁ ଠେଲି ଦେବା ସହ ତାଙ୍କ ପାଇଁ ନିଜ ପରିବାରରେ ତିକ୍ତତା ସୃଷ୍ଟି ହୋଇଥିବା କହିଥିଲେ ତୃପ୍ତୀ। ବଦଳରେ ପ୍ରକୃତି କହୁଛନ୍ତି ଯେ, ପାଗଳ ହୋଇଯାଇଛ….।

ସେପଟେ କିନ୍ତୁ ବାବୁସାନଙ୍କ ଇନଷ୍ଟାଗ୍ରାମ ପୋଷ୍ଟକୁ ନେଇ ମଧ୍ୟ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ସେ ଚେନ୍ନାଇରେ ଥିବା ସହ ଏକ ଫଟୋ ସେୟାର କରିଛନ୍ତି। ଯାହା ଅଧିକ ସନ୍ଦେହ ସୃଷ୍ଟି କରୁଛି…

ଏବେ ତୃପ୍ତୀ ମଧ୍ୟ ଗଣମାଧ୍ୟମ ସାମ୍ନାରେ ସବୁ କଥାର ଖୁଲାସା କରିଛନ୍ତି। ଏପରିକି ଉଭୟ ସତ୍ୟନଗର ଘରେ ରହୁଥିବା କଥା କହିଛନ୍ତି।

ତେବେ କିଛିଦିନ ପୂର୍ବେ ବାବୁସାନ ଓ ପ୍ରକୃତିଙ୍କ ଏକ ସିନେମା ‘ପ୍ରେମମ୍’ ରିଲିଜ ହୋଇଥିଲା। ଏହି ସିନେମା ପରେ ଉଭୟଙ୍କୁ ନେଇ ଖୁବ ଚର୍ଚ୍ଚା ହେଉଛି। ସିନେମା ପୂର୍ବରୁ ମଧ୍ୟ ଉଭୟଙ୍କୁ ନେଇ ଚର୍ଚ୍ଚା ହେଉଥିଲା। ଏପରିକି ବାବୁସାନଙ୍କ ପାରିବାରିକ କଳହ ମଧ୍ୟ ଚାଲିଥିବା ନେଇ ଚର୍ଚ୍ଚା ହେଉଥିଲା। କିନ୍ତୁ ଏହି ଭିଡିଓ ଭାଇରାଲ ହେବା ପରେ ଏବେ ବାବୁସାନ ଓ ପତ୍ୱୀ ତୃପ୍ତୀଙ୍କ ମଧ୍ୟରେ କିଛି ଠିକଠାକ୍ ଚାଲୁ ନଥିବା ସ୍ପଷ୍ଟ ହୋଇଯାଇଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: